Breaking News

ଚାହୁଁ ଚାହୁଁ ମାଡି ଆସିଲା ପାଣି, ପ୍ରଖର ପାଣି ସ୍ରୋତରେ ପଶିଲେ ୫୦ ଜଣ କାଉଡିଆ, ଦେଖନ୍ତୁ ଭିଡିଓ

ଚାହୁଁ ଚାହୁଁ ମାଡି ଆସିଲା ଝରଣା ପାଣି । ଆଉ ପାହାଡି ଝରଣା ର ସ୍ରୋତ ବଢିବାରେ ଲାଗିଲା । ଠିକ ଏହି ସମୟ ରେ ଝରଣା ରୁ ପାଣି ନେବା ପାଇଁ ଆସିଥିଲେ କାଉଁରିଆ ମାନେ ଆଉ ଏଠାରେ ଫସି ଯାଇଥିଲେ । ସୁଅ ଯେତେ ପ୍ରଖର ହେଉଥିଲା କାଉଁରିଆ ଙ୍କ ହୃତପିଣ୍ଡ ର ସ୍ପନ୍ଦନ ତୀବ୍ର ରୁ ତୀବ୍ର ରେ ହେଉଥିଲା । ଏହା ଦେଖି ଲେ ସତରେ ବହୁତ ଦୁଃଖ ଲାଗୁଚି । ଏଭଳି ଏକ ଅଭବନିୟ୍ ଘଟଣା ଘଟିଛି ବରଗଡ଼ ଜିଲ୍ଲା ପଦ୍ମପୁର୍ ନୃସିଂହ ନାଥ ମନ୍ଦିର ରେ ।

ମନ୍ଦିର ପାଖ ରେ ଥିବା ପାହାଡି ଝରଣା ରୁ ଜଳାଭିଶେକ ପାଇଁ ପାଣି ଉଠାଇଲା ବେଳେ ହଠାତ ମାଡି ଆସିଥିଲା ଝରଣା ପାଣି । ସୁ ସୁ ଗର୍ଜନ କରି ମାଡି ଆସିଲା ଝରଣା ପାଣି । ଆପଣ ମାନେ ବି ଏହି ଭିଡିଓ ଟି ଦେଖିଲା ବେଳେ ଜାଣି ପାରୁଥିବେ ଏହି ଝରଣା ର ତୀବ୍ରତା ସହ ତାର ଗର୍ଜନ । ଆଉ ଯାହା ଶୁଣିଲେ ମନ ରେ ଗୋଟିଏ ଭୟ ସୃଷ୍ଟି ହେଉଛି । ଆଉ ଝରଣା ରେ ଫସି ଯାଇଥିଲେ ପାଖାପାଖି 50 ଜଣ କାଉଁରିଆ ।

ଆପଣ ମାନେ ଜାଣିଥିବେ ଆଜି ଶ୍ରାବଣ ମାସ ର ଶେଷ ସୋମବାର । ଏହା ଶେଷ ସୋମବାର ହେଉଥିବାରୁ ଜଳାଭିଶେକ ପାଇଁ ବରଗଡ଼ ଜିଲ୍ଲା ର ନୃସିଂହ ନାଥ ମନ୍ଦିରରେ ପ୍ରବଳ ଭିଡ଼ ଥିଲା । ବରଗଡ଼ ଜିଲ୍ଲା ର ପ୍ରସିଦ୍ଧ ପଦ୍ମପୁର ନୃସିଂହ ମନ୍ଦିର ହୋଇଥିବାରୁ ଜିଲ୍ଲା ବାହାରୁ ଆସିଥିଲେ କେବଳ ଜିଲ୍ଲା ବାହାରୁ ନୁହଁ ଏମିତିକି ରାଜ୍ୟ ବାହାରୁ ଛତିଶଗଡ଼ ରୁ ମଧ୍ୟ କାଉଁରିଆ ମାନେ ଆସି ଏଠାରୁ ଜଳ ଅଭିଷେକ କରି ଥାନ୍ତି ।

ଜଲାଭିସେକ ପାଇଁ କାଉଁରିଆ ମାନେ ଯେତେବେଳେ ପାଣି ଉଠାଉଥିଲେ ଠିକ ସେତିକିବେଳେ ବର୍ଷା କାରଣ ରୁ ଝରଣା ରେ ପ୍ରବଳ ସ୍ରୋତ ମାଡି ଆସିଥିଲା । ସୁ ସୁ ଗର୍ଜନ କରି ମାଡି ଆସିଥିଲା ପାଣି । ଆଉ ଚାହୁଁ ଚାହୁଁ ଝରଣା ର ସ୍ରୋତ ବଢିଗଲା । ଆଉ ଏହି ପ୍ରଖର ସ୍ରୋତ ରେ ସମସ୍ତେ ଭୟଭିତ୍ ହୋଇ ଯାଇଥିଲେ । ଫଳରେ କାଉଁରିଆ ମାନେ ଏହି ସ୍ରୋତ ଯୋଗୁ ଫସି ଯାଇଥିଲେ । ପାଖା ପାଖି 2 ରୁ 3 ଘଣ୍ଟା ପର୍ଯ୍ୟନ୍ତ କାଉଁରିଆ ମାନେ ସେଠାରେ ଫସି ରହିଥିଲେ ।

ଆଉ ପରେ କାଉଁରିଆ ମାନେ ସାହସ ଲଗାଇ ହାତ କୁ ହାତ ଯୋଡି ପରସ୍ପର ଏହି ସ୍ରୋତ ର ପାଣି କୁ ପାର ହୋଇ ଥିଲେ । ଫଳ ରେ ପାଖାପାଖି 50 କାଉଁରିଆ ନିଜ ଜୀବନ ବଞ୍ଚାଇବାକୁ ସକ୍ଷମ ହୋଇଥିଲେ । ଭଗବାନ ଙ୍କ କୃପା ରୁ ଆଜି କିଛି ବି ଖରାପ ହୋଇ ନାହିଁ କାରଣ କଥା ରେ ଅଛି ରଖିଲେ ଶିବ ମାରିବ କିଏ ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *