Breaking News

ଛୁଟି ମିଳିଲାନି ବୋଲି ମା’ କୁ ଫୋନ କରି କାନ୍ଦିଲେ ପୋଲିସ କନଷ୍ଟେବଳ, ଶେଷରେ ଏମିତି … ଦେଖନ୍ତୁ ଭିଡିଓ

“ମା ମୁଁ ବହୁତ ଚେଷ୍ଟା କଲି ହେଲେ ମୋତେ ଛଟ୍ ପୂଜା ରେ ଛୁଟି ମିଳିଲା ନାହିଁ। ମୁଁ ରଖୁଛି ମା ପ୍ରଣାମ” । ନିଜ ମା ଙ୍କୁ ଫୋନ୍ ରେ ଏଭଳି କହି ଫୋନ୍ ରଖିବା ପରେ କାନ୍ଦି ପକାଇଲେ ଜଣେ ପୋଲିସ କନଷ୍ଟେବଳ। ଗୋଟିଏ ମା ଓ ପୁଅ ଭିତରେ ଏଭଳି ଦୁଃଖଦ କଥାବାର୍ତ୍ତା ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

ଦାୟିତ୍ଵ ଆଗରେ ଫିକା ପଡ଼ିଛି ସମ୍ପର୍କ। ନିଜ କର୍ମ ତୁଲାଇବାକୁ କେଉଁଠି ମା ପାଖରୁ ପୁଅ ଦୂରେଇ ଯାଇଛି ତ ଆଉ କେଉଁଠି ପୁଅ ପାଖରୁ ପୁରା ପରିବାର ଦୂରେଇ ଯାଇଛି। କାର୍ଯ୍ୟ ବହୁଳ ଜୀବନଯାପନ ଭିତରେ ସମ୍ପର୍କ ର ମଧୁରତା ଧୀରେ ଧୀରେ କମିବାରେ ଲାଗିଲାଣି। ଯାହାର ଏକ ଜ୍ୱଳନ୍ତ ଉଦାହରଣ ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି।

ଏହି ଭାଇରାଲ୍ ଭିଡିଓ ରେ ଜଣେ ମା ଆଉ ତା ପୁଅ ଭିତରେ ହେଉଥିବା କଥାବାର୍ତ୍ତା ଦେଖିବାକୁ ମିଳୁଛି। ଖାକି ବର୍ଦି ରେ ଥିବା କନଷ୍ଟେବଳ ପୁଅ ଜଣକ ନିଜ ମା ଙ୍କୁ କହୁଛନ୍ତି କି, ମା ତୁମେ ସମସ୍ତେ ଛଟ୍ ପୂଜା କର। ମୁଁ ଏଥର ଆସିପାରିବି ନାହିଁ। କାରଣ ଛଟ୍ ପୂଜା ରେ ମୋର ଡ୍ୟୁଟି ଲାଗି ଯାଇଛି। ଛଟ୍ ପୂଜା ପାଇଁ ଯେଉଁଠି ସବୁ ଗହଳି ସ୍ଥାନ ରହିଛି ସେଠାରେ ମୋ ଡ୍ୟୁଟି ରହିବ। ସେଥିପାଇଁ ଏଥର ମତେ ଛୁଟି ମିଳିପାରିବ ନାହିଁ।

ପୂଜା ରେ ନିଜ ପରିବାର ଠାରୁ ଦୁରରେ ରହିବାର ଦୁଃଖରେ ଭାଙ୍ଗି ପଡ଼ିଥିଲେ ଖାକି ବର୍ଦି ରେ ଥିବା କନଷ୍ଟେବଳ ବାବୁ ଜଣକ।ନିଜ ମା ଙ୍କ ସହ କଥା ସରିବା ପରେ ସେ ଆଉ ନିଜ କୋହକୁ ସମ୍ଭାଳି ନ ପାରି କାନ୍ଦି ପକାଇଥିଲେ। ଏହାପରେ ଆଖିର ଲୁହକୁ ନିଜ ହାତରେ ପୋଛି ସେ ପୁଣିଥରେ ବାହାରି ଯାଇଥିଲେ ନିଜ କାର୍ଯ୍ୟ ଆରମ୍ଭ କରିବାକୁ।

ଭାଇରାଲ ଭିଡିଓ ରେ ଦେଖିବାକୁ ମିଳୁଥିବା ଏହି କନଷ୍ଟେବଳ ଜଣକ ହେଉଛନ୍ତି ଅଜୟ କୁମାର ସିଂ। ଯିଏକି କିଶନ ନଗର ଏସପି ଅଫିସ ରେ କାର୍ଯ୍ୟରତ। ଏହି ଭିଡିଓ ଭାଇରାଲ ହେବାପରେ ଏବେ କିଛି ସୋସିଆଲ ମିଡ଼ିଆ ୟୁଜର ମାନେ ଏହାକୁ ନେଇ ଦୁଃଖ ପ୍ରକାଶ କରୁଛନ୍ତି।ତେବେ ଧୀରେ ଧୀରେ ସମୟ ସହିତ କିଭଳି ଭାବରେ କାର୍ଯ୍ୟ ବ୍ୟସ୍ତତା ମଣିଷ ସମ୍ପର୍କ କୁ ଦୂରେଇ ଦେଉଛି ତାହା ଏହି ଭିଡିଓ ରୁ ସ୍ପଷ୍ଟ ବାରି ହୋଇପଡ଼ୁଛି।

About admin

Check Also

ବାନ୍ଧବୀଙ୍କ ସତ ଧରିବାକୁ ଡିଜେ ଆଜେକ୍ସ କରିଥିଲେ ଭିଡିଓ ସୁଟିଂ। ଦେଖନ୍ତୁ ଭିଡିଓ…

ଡିଜେ ଆଜେକ୍ସ୍ ଙ୍କ ମୃତ୍ୟୁ ପରେ ତାଙ୍କ ମୋବାଇଲ୍ ର କିଛି ଭିଡ଼ିଓ ଏବେ ଚର୍ଚ୍ଚାରେ । ଭିଡ଼ିଓ ନିଜେ …

Leave a Reply

Your email address will not be published. Required fields are marked *