Breaking News

ଜେଲ୍ ରେ ସଢୁଛି ଟୁଙ୍ଗୁରୁ (Tunguru)। ସେପଟେ ପୂଜାରେ ବୁଲି ମଜା ନେଉଛି ବର୍ଷା(Varsha) … ଦେଖନ୍ତୁ ଭିଡିଓ

କିଛି ଦିନ ତଳେ ଓଡ଼ିଶାର ବହୁ ଚର୍ଚ୍ଚିତ ଖବର ପାଲଟିଥିବା ବର୍ଷା ଓ ଟୁଙ୍ଗୁରୁ ମାମଲା ବିଷୟରେ ଆପଣ ମାନେ ଜାଣିଥିବେ। ତେବେ ଏହି ମାମଲା ଏବେ ଭିନ୍ନ ମୋଡ଼ ନେଇଛି। ବର୍ଷା କୁ ବଳାତ୍କାର ଓ ବର୍ଷା ଠାରୁ ୫୦ ହଜାର ଟଙ୍କା ନେଇଥିବା ଅଭିଯୋଗ ରେ ଟୁଙ୍ଗୁରୁ ବର୍ତ୍ତମାନ ଜେଲ ରେ ଅଛି। ଆଉ ଏପଟେ ଟୁଙ୍ଗୁରୁ ନାଁ ରେ ଅଭିଯୋଗ କରୁଥିବା ବର୍ଷା ଏ ପୂଜା ମଣ୍ଡପରୁ ସେ ପୂଜା ମଣ୍ଡପ ବୁଲୁଛି ଆଉ ମା ଦୁର୍ଗା ଙ୍କ ଦର୍ଶନ କରି ଆଶିଷ ଭିକ୍ଷା କରୁଛି।

ଥରେ କି ଦୁଇ ଥର ନୁହେଁ ଟୁଙ୍ଗୁରୁ ବର୍ଷାକୁ ଯେଉଁ ହଇରାଣ କରିଛି ସେଥିପାଇଁ ସେ ମା ଙ୍କ ପାଖରେ ପ୍ରାର୍ଥନା କରୁଛି। କାରଣ ବର୍ଷା ଥରେ କି ଦୁଇ ଥର ନୁହେଁ ବାରମ୍ବାର ଟୁଙ୍ଗୁରୁ ଉପରେ ଭରଷା କରିଛି।

ଦିନ ଥିଲା ଯେବେ ଟୁଙ୍ଗୁରୁ କୁ ବର୍ଷା ଭୁଲି ପାରିବି ନାହିଁ ବୋଲି କହୁଥିଲା। ହେଲେ ଆଜି ବର୍ଷା ସବୁ କିଛି ବୁଝି ଯାଇଛି। ବର୍ଷା ବୁଝି ଯାଇଛି ଟୁଙ୍ଗୁରୁ ଗୋଟେ ଧୋକାବାଜ୍।
ସେଥିପାଇଁ ତ ବର୍ଷା ଟୁଙ୍ଗୁରୁ ନାଁ ରେ ଅଭିଯୋଗ କରିଛି। ଆଉ ଟୁଙ୍ଗୁରୁ ଏବେ ଜେଲ ରେ ଅଛି। ଆଉ ଠିକ୍ ଏତିକି ବେଳେ ବର୍ଷା ନିଜର ମନକୁ ହାଲୁକା କରିବା ପାଇଁ ଯାଉଛି ଦୁର୍ଗା ମା ଙ୍କ ଦର୍ଶନ ରେ। ବହୁ ଚର୍ଚ୍ଚିତ ଟୁଙ୍ଗୁରୁ ବର୍ଷା ପ୍ରେମ କାହାଣୀ ରେ ପୂର୍ଣ୍ଣଛେଦ ପଡ଼ିଛି। ଆଉ ବଳାତ୍କାର ଅଭିଯୋଗ ରେ ଟୁଙ୍ଗୁରୁ ଯେତେବେଳେ ଜେଲ ଭିତରେ ଅଛି ବର୍ଷା ସେତେବେଳେ ବାହାରେ ବୁଲୁଛି।

ଏଠାରେ କହି ରଖୁଛୁ ଯେ, ଗତ ମାସ ୩ ତାରିଖରେ ବର୍ଷା ଫୁଲେଶ୍ୱରି ବସ୍ତି କୁ ଏକ ପ୍ଲଟ କିଣିବାକୁ ଆସିଥିବା ବେଳେ ଟୁଙ୍ଗୁରୁ ଅନ୍ୟ ଜଣେ ମହିଳା ଙ୍କ ସହ ରୁମ୍ ରେ ବସି ମଦ ପିଉଥିବା ବର୍ଷା ଦେଖିବାକୁ ପାଇଥିଲେ। ଆଉ ଏହା ଦେଖିବା ପରେ ସେଠାରେ ବର୍ଷା ଟୁଙ୍ଗୁରୁ ଙ୍କୁ ଗାଳି ଗୁଲଜ କରିଥିଲେ।ଏହାପରେ ଟୁଙ୍ଗୁରୁ ଓ ବର୍ଷା ଭିତରେ ପ୍ରବଳ ଝଗଡା ହୋଇଥିଲା।

ତେବେ ଗତ ମାସ ୧୦ ତାରିଖ ଦିନ ରାତି ୧୨ ଟା ବେଳେ ଟୁଙ୍ଗୁରୁ ଜଣେ ମହିଳା ଙ୍କୁ ନେଇ ବର୍ଷା ଙ୍କୁ ଭୁଲ ମାଗି ତାଙ୍କୁ ଘର କୁ ଆଣିଥିଲେ।ଆଉ ସେଦିନ ତାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ଆଣିଥିଲେ ବର୍ଷା। ବର୍ଷା ଙ୍କ ଅଭିଯୋଗ କୁ ଭିତ୍ତି କରି ପୋଲିସ ଟୁଙ୍ଗୁରୁ କୁ ଗିରଫ କରିଥିଲା।

About admin

Check Also

ଶ୍ରୀମନ୍ଦିର ଗର୍ଭ ଗୃହରେ ଶୁଭୁଛି ବିକଟାଳ ଶବ୍ଦ, ଶାନ୍ତିରେ ଶୋଇପାରୁନି କାଳିଆ – ଦେଖନ୍ତୁ ଭିଡିଓ

ପୁରୀ ଶ୍ରୀମନ୍ଦର କୁ ନେଇ ଏକ ବହୁତ୍ ବଡ଼ ଖବର ଆସି ପହଞ୍ଚିଛି। ମଣିଷ ହାର ମାନୀଛି ଆଉ ସହାୟତା …

Leave a Reply

Your email address will not be published. Required fields are marked *