ଦୁନିଆରେ ସବୁ ବାପା ମା ଙ୍କର ଇଚ୍ଛା ଥାଏ ତାଙ୍କ ପିଲା ପାଠ ପଢି ଭଲ ମଣିଷ ହେଉ। ସମାଜରେ ତାଙ୍କ ନାଁ ଉଚ୍ଚ କରୁ। ହେଲେ କେତେ ଜଣ ପିଲାଙ୍କର ପାଠରେ ଜମା ବି ମନ ଲାଗେନି। କି ଅନେକ ପିଲା ଏଭଳି ବି ଅଛନ୍ତି ଯେତେ ବି ପାଠ ପଢ଼ିଲେ ତାଙ୍କର ମନେ ରୁହେନି ବା ସେମାନଙ୍କର ସ୍ମରଣ ଶକ୍ତି କମ୍ ଥାଏ। ତେବେ ଜ୍ୟୋତିଷ ଶାସ୍ତ୍ର ର ଏକ ବିଶେଷ ଭୂମିକା ରହିଥାଏ ପିଲାଙ୍କ ଶିକ୍ଷା କ୍ଷେତ୍ରରେ। ତେବେ ଆଜି ଆମେ ଆପଣଙ୍କୁ ଏଭଳି କିଛି ଜ୍ୟୋତିଷ ଶାସ୍ତ୍ର ସମ୍ବନ୍ଧୀୟ କଥା କହିବୁ ଯାହା ମାନିଲେ ଆପଣଙ୍କ ପିଲାଙ୍କର ପଢା ପ୍ରତି ଆଗ୍ରହ ବଢିବ।
ତେବେ ସବୁବେଳେ ଧ୍ୟାନ ରଖିବା ଦରକାର ଯେ ପିଲା ଯେଉଁ ଜାଗାରେ ବସି ପାଠ ପଢ଼ୁଛନ୍ତି ତାଙ୍କ ମୁଁହ ସବୁବେଳେ ପୂର୍ବ କିମ୍ବା ଉତ୍ତର ଦିଗକୁ ହେବା ଉଚିତ୍। ପୂର୍ବ କିମ୍ବା ଉତ୍ତର ଦିଗକୁ ମୁହଁ କରି ପାଠ ପଢ଼ିବା ଦ୍ଵାରା ଆପଣଙ୍କ ପିଲାର ସ୍ମରଣ ଶକ୍ତି ବୃଦ୍ଧି ପାଏ। ପିଲା ଯାହାବି କିଛି ପାଠ ପଢେ ତାହା ସେ ସଙ୍ଗେ ସଙ୍ଗେ ମନେ ରଖେ।
ଏହାସହିତ ସବୁବେଳେ ଧ୍ୟାନ ଦେବା ଉଚିତ୍ ଯେ ପାଠ ପଢିବା ଘରେ ଯେପରି ଅଧିକ ଜିନିଷ ନ ରୁହେ। କାରଣ ଅଧିକ ଜିନିଷ ରହିବା ଦ୍ଵାରା ସେ ଘରର ଉର୍ଜା କମିଯାଏ। ଯାହାଫଳରେ ପିଲା ମାନଙ୍କର ପାଠ ପ୍ରତି ଦୃଷ୍ଟି ରୁହେନି। ଏହା ସହିତ କେବେ ବି ପାଠ ପଢ଼ି ସାରିବା ପରେ ଖାତା କିମ୍ବା ବହି କୁ ଖୋଲା କରିବା ରଖିବା ଉଚିତ୍ ନୁହେଁ। ପଢା ସରିବା ପରେ ଖାତା ବହିକୁ ବନ୍ଦ କରି ରଖନ୍ତୁ।
ଏହା ସହିତ ପାଠ ପଢ଼ିବା ସମୟରେ ଗଣେଶ ବା ସରସ୍ଵତୀ ଙ୍କ ମୂର୍ତ୍ତି ପାଖରେ ରଖି ପଢନ୍ତୁ। ଏହାଦ୍ବାରା ପାଠ ମନେ ରୁହେ। ସେହିଭଳି ଅନେକ କ୍ଷେତ୍ରରେ ଦେଖାଦିଏ ପିଲାମାନେ ପାଠ ପଢ଼ାରେ ମନ ଯୋଗ ଦିଅନ୍ତି ନାହିଁ।ସେହି କ୍ଷେତ୍ରରେ ପିଲାମାନଙ୍କର ଜାତକରେ ବୁଦ୍ଧ କିମ୍ବା ଚନ୍ଦ୍ର ଖରାପ ସ୍ଥିତି ରେ ଥାନ୍ତି।ତେଣୁକରି ପିଲା ମାନଙ୍କର ଜାତକ ଦେଖାଇ ପ୍ରତିକାର କରିନେବା ଉଚିତ୍।
ସେହିଭଳି ଯଦି ପିଲା ଙ୍କର ଜାତକରେ ଶନି ମହାଦଶା ଚାଲିଥାଏ ତେବେ ପିଲା ମାନେ ପାଠ ପଢିବା ପ୍ରତି ଆଗ୍ରହ ପ୍ରକାଶ କରନ୍ତି ନାହିଁ। ସେହିଭଳି କ୍ଷେତ୍ରରେ ପ୍ରତ୍ୟେକ ଶନିବାର ଶନି ମନ୍ଦିରରେ ରାଶି ତେଲ ଅର୍ପଣ କଲେ ପିଲା ମାନଙ୍କର ପାଠ ପଢ଼ିବା ପ୍ରତି ଆଗ୍ରହ ଆସିଥାଏ।