ବର୍ତ୍ତମାନ ସମୟ ରେ ଆସି ଯାଇଛି ଏକ ବଡ ଖବର , ଝାରସୁଗୁଡ଼ା ରେ ହେବା କୁ ଯାଉଛି ଉପନିର୍ବାଚନ । ଯାହା ସୂଚନା ମିଳିଛି ଯେ ଆସନ୍ତା ସପ୍ତାହ ରେ ଆସିବାକୁ ଯାଉଛି ବିଜ୍ଞପ୍ତି , ଆଗାମୀ ମାସ ଏପ୍ରିଲ ରେ ହୋଇ ପରେ ଉପନିର୍ବାଚନ । ଅର୍ଥାତ୍ ୨୦୨୪ ରେ ହେବା କୁ ଯାଉଥିବା ବିଧାନସଭା ନିର୍ବାଚନ ର ଠିକ୍ ବର୍ଷେ ପୂର୍ବ ରୁ ହୋଇ ପାରେ ଝାରସୁଗୁଡ଼ା ଉପନିର୍ବାଚନ ।
ନିର୍ବାଚନ ହେଲେ ନିର୍ବାଚନ ର ପ୍ରକ୍ରିୟା ଦୁଇ ମାସ ଲାଗିବ, ମୃତ ନବ ଦାସ ଙ୍କ ଝିଅ ଦୀପାଞ୍ଜଳୀ୍କୁ ଟିକେଟ ମିଳିବା ର ସମ୍ଭାବନା ରହିଛି । ଯାହା ସୂଚନା ମିଳୁଛି ବାପା ଙ୍କ ଅଧୁରା ସ୍ବପ୍ନ କୁ ପୂରଣ କରିବା ପାଇଁ ବାପା ଙ୍କ ସ୍ଥାନ ପୂରଣ କରିବେ ଓ ବର୍ତ୍ତମାନ ସମୟ ରେ ଝାରସୁଗୁଡ଼ା ବିଭିନ୍ନ କାର୍ଯ୍ୟ ରେ ଯୋଗ ଦେଉଛନ୍ତି ଦିପାଳୀ । ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାର କରିଥିଲେ ଦୀପାଳି ।
ନବ ଦାସ ଙ୍କ ସହ ବିଜେଡି ପ୍ରାର୍ଥୀ ବର୍ଷା ସିଂ ପାଇଁ ଭୋଟ ଭିକ୍ଷା କରିଥିଲେ । ବର୍ତ୍ତମାନ ସମୟ ରେ ଅଧିକ ରୁ ଅଧିକ ଲୋକ ଙ୍କ ଶହ ମିଶିଛନ୍ତି ଦୀପାଳୀ ଦାସ । ଝାରସୁଗୁଡ଼ା ରେ ନିର୍ମିତ କାର୍ଯ୍ୟ ଜାରି ରହିବ ବୋଲି ଦିପାଲୀ ଦାସ କହିଛନ୍ତି । ଉପନିର୍ବାଚନ ପାଇଁ ବିଜେପି ଟଙ୍କ ଧର ତ୍ରିପାଠୀ ଙ୍କୁ ପ୍ରାର୍ଥୀ କରି ପାରେ । ଟଙ୍କଧର ରାଜ୍ୟ ବିଜେପି ର ଯୁବ ସମ୍ପାଦକ ଅଛନ୍ତି।
ଝାରସୁଗୁଡ଼ା ର ବିଭିନ୍ନ କାର୍ଯ୍ୟକ୍ରମ ରେ ଟଙ୍କଧର କୁ ଦେଖିବାକୁ ମିଳିଛି । ଲୋକ ଙ୍କ ସହ ଯୋଡ଼ି ହେଉଛନ୍ତି ଟଙ୍କଧର, ଡିପାଳୀ ଓ ଟଙ୍କଧର ଉଭୟ ନବାଗତ ଙ୍କ ମଧ୍ୟ ରେ ହେବ ଲଢେ଼ଇ । ବିଜେଡି, ବିଜେପି ର ପ୍ରାର୍ଥୀ ବୋଲି ଜଣା ପଡି ଥିବା ସମୟ ରେ କଂଗେସ କାହାକୁ ପ୍ରାର୍ଥୀ କରିବ ତାହା ଆଦୌମ ଜଣା ପଡି ନାହିଁ କିନ୍ତୁ ଆଗାମୀ ଦିନ ମାନ ଙ୍କ ରେ ତାହା ଜଣା ପଡ଼ିଯିବ।
ନବ ଦାସ ଙ୍କ ବିୟୋଗ ପରେ ଝାରସୁଗୁଡ଼ା ଆସନ ଖାଲି ପଡ଼ିଛି , ଏ ନେଇ ନିର୍ବାଚନ କମିଶନ ଅବଗତ କରିବା ପରେ ଆସନ୍ତା ସପ୍ତାହ ରେ ବିଜ୍ଞପ୍ତି ହେବ ବୋଲି ଜଣା ପଡୁଛି ଓ ଏପ୍ରିଲ ରେ ହେବ ନିର୍ବାଚନ । ଦେଖାଯାଉ ଆଗାମୀ ଦିନ ମାନ ଙ୍କ ରେ ଉପନିର୍ବାଚନ ପାଇଁ କେବେ ତାରିଖ ଘୋଷଣା ହେଉଛି । ନବ ଦାସ ଏକ କାର୍ଯ୍ୟକ୍ରମ ରେ ଯୋଗ ଦେବା କୁ ଯାଉଥିବା ସମୟ ରେ ଗୁଳି ମାଡ ରେ ମୃତ୍ୟୁ ବରଣ କରିଥିଲେ ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।