Breaking News

ଝିଅର ଏକୋଇଶିଆକୁ ଖୁବ୍ ଧୁମ୍ ଧାମରେ ପାଳନ କଲେ ଅଭିନେତା ସୁଜିତ୍ (Sujeet) – ଦେଖନ୍ତୁ ଭିଡିଓ

ଆମ ଓଡିଆ ଇଣ୍ଡଷ୍ଟ୍ରିରେ ଏଭଳି ଅନେକ କଳାକାର ଅଛନ୍ତି ଯେଉଁମାନେ ନିଜର ଜବରଦସ୍ତ ଅଭିନୟ ମାଧ୍ୟମରେ ହଜାର ହଜାର ଲୋକଙ୍କ ମନ ଜିତି ପାରିଛନ୍ତି। ତେବେ ସେହିଭଳି ଜଣେ ଲୋକପ୍ରିୟ କଳାକାର ହେଉଛନ୍ତି ସୁଜିତ୍ । ସୁଜିତ୍ ତ ସମସ୍ତେ ନିଶ୍ଚୟ ଭାବରେ ଜାଣିଥିବେ। ନିଜର ଜବରଦସ୍ତ ଅଭିନୟ ଦ୍ୱାରା ସେ ଏବେ ଓଡ଼ିଶାର ଘରେ ଘରେ ପରିଚିତ।

ସୁଜିତ୍ ଅନେକ ଗୁଡ଼ିଏ ଓଡ଼ିଆ ସିରିଏଲରେ ଭିନ୍ନ ଭିନ୍ନ ଚରିତ୍ରରେ ଆସି ନିଜ ଅଭିନୟର ଯାଦୁ ଦେଖାଇ ସାରିଛନ୍ତି। ଜଣେ ଭର୍ଶାଟାଇଲ ଆକ୍ଟର ଭାବରେ ସୁଜିତ୍ ଅନେକ ଓଡ଼ିଆ ଚଳଚ୍ଚିତ୍ରରେ ଖଳନାୟକ ଓ କିଛି ଚଳଚ୍ଚିତ୍ରରେ ନାୟକ ଭାବରେ ମଧ୍ୟ ନଜର ଆସିଛନ୍ତି। ତାଙ୍କୁ ଦର୍ଶକ ମାନେ ଖଳନାୟକ ଭାବରେ ଯେତିକି ଭଲ ପାଇବା ଦେଇଛନ୍ତି ନାୟକ ଭାବରେ ମଧ୍ୟ ସେତିକି ଭଲ ପାଇବା ଦେଉଛନ୍ତି।

ଏତଦବ୍ୟତୀତ ସୁଜିତ୍ ଜଣେ ଭଲ ହୋଷ୍ଟ ମଧ୍ୟ। ତାଙ୍କୁ ଆପଣମାନେ ଏନେକ ଗୁଡ଼ିଏ ରିଆଲିଟି ଶୋ ଏବଂ ଆୱାର୍ଡ଼ ଶୋ ରେ ହୋଷ୍ଟ କରିଥିବାର ଦେଖିଥିବେ। ତାଙ୍କ ଉପସ୍ଥାପନ ଶୈଳୀ ମଧ୍ୟ ସଂପୂର୍ଣ୍ଣ ନିଆରା। ଯେଉଁ କାରଣରୁ ତାଙ୍କୁ ଦର୍ଶକ ମାନେ ଦେଖିବାକୁ ଖୁବ୍ ପସନ୍ଦ କରନ୍ତି। ତେବେ ଅଭିନୟ ଜୀବନକୁ ବାଦ୍ ଦେଲେ ସୁଜିତ୍ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥାନ୍ତି।

ସୁଜିତ୍ ଅନେକ ସମୟରେ ନିଜ ସୋସିଆଲ ମିଡିଆରେ ବ୍ୟକ୍ତିଗତ ଜୀବନର କିଛି ନାଁ କିଛି ଫଟୋ ଓ ଭିଡିଓ ସେୟାର କରିଥାନ୍ତି। ଯାହାକୁ ଲୋକମାନେ ମଧ୍ୟ ଖୁବ ପସନ୍ଦ କରନ୍ତି। ତେବେ ନିକଟରେ ସୁଜିତ୍ ନିଜ ସୋସିଆଲ ମିଡିଆରେ ସେହିଭଳି ଏକ ଭିଡିଓ ସେୟାର କରିଛନ୍ତି। ଯାହାକି ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।

ତେବେ ଯେପରିକି ସମସ୍ତେ ଜାଣିଥିବେ ନିକଟରେ ସୁଜିତ୍ ଏକ କନ୍ୟା ସନ୍ତାନର ବାପା ହୋଇଛନ୍ତି। ଗତ କାଲି ଝିଅର ଏକୋଇଶିଆ ଅନୁଷ୍ଠିତ ହୋଇଥିଲା। ଯାହାକୁ ଅତି ଧୁମ୍ ଧାମର ସହ ପାଳନ କରିଥିଲେ ସୁମିତ୍ ଓ ତାଙ୍କ ସ୍ତ୍ରୀ। ଏହି ପରିପ୍ରେକ୍ଷୀରେ ସୁଜିତ୍ ଗ୍ରାଣ୍ଡ ୱେ ରେ ନିଜ ଝିଅର ନାଁ କୁ ଉନ୍ମୋଚନ କରିଥିଲେ। ଏହି ଖୁସିର ଦିନରେ ସୁଜିତ୍ ଙ୍କ ବନ୍ଧୁ ପରିଜନଙ୍କ ସହିତ ଓଲିଉଡ ଇଣ୍ଡଷ୍ଟ୍ରି ର କିଛି ଜଣାଶୁଣା କଳାକାର ମଧ୍ୟ ସାମିଲ ହୋଇଥିଲେ। ତେବେ ସୁଜିତ୍ ନିଜ ଝିଅର ନାମ ରଖିଛନ୍ତି ଆଦିତ୍ରି। ଯାହାକୁ ତାଙ୍କର ଫ୍ୟାନ୍ସ୍ ମାନେ ଖୁବ୍ ପସନ୍ଦ ମଧ୍ୟ କରିଛନ୍ତି।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

About admin

Check Also

ବାନ୍ଧବୀଙ୍କ ସତ ଧରିବାକୁ ଡିଜେ ଆଜେକ୍ସ କରିଥିଲେ ଭିଡିଓ ସୁଟିଂ। ଦେଖନ୍ତୁ ଭିଡିଓ…

ଡିଜେ ଆଜେକ୍ସ୍ ଙ୍କ ମୃତ୍ୟୁ ପରେ ତାଙ୍କ ମୋବାଇଲ୍ ର କିଛି ଭିଡ଼ିଓ ଏବେ ଚର୍ଚ୍ଚାରେ । ଭିଡ଼ିଓ ନିଜେ …

Leave a Reply

Your email address will not be published. Required fields are marked *