Breaking News

ଡାକ୍ତର ହେବ ତ ଏମିତି! ଯୁବ ଡାକ୍ତର ରୋଗୀଙ୍କୁ ଟ୍ରଲି ଉପରେ ଅପରେସନ କରିଲେ – ଦେଖନ୍ତୁ ଭିଡିଓ

ଜଣେ ଡାକ୍ତର ଙ୍କ ପାଇଁ ଚିକିତ୍ସା ଆଗ ସ୍ଥାନ କାଳ ଚିନ୍ତା ନ କରି ସେ ଯେଉଁ ଜାଗା କୁ ରୋଗୀ ଙ୍କୁ ସୁସ୍ଥ କରିବା ହିଁ ଜଣେ ଡାକ୍ତର ଙ୍କ ମୂଳ କର୍ତବ୍ୟ । ଏବେ ସେମିତି କିଛି ଘଟିଛି । ମେଡିକାଲ୍ ବାହା ରେ ଚାଲିଛି ରୋଗିଙ୍କ୍ ଚିକିତ୍ସା । ଟ୍ରଲି ଉପରେ ଚିକିତ୍ସା କରୁଛନ୍ତି ଜଣେ ଡାକ୍ତର । ଏହି ଘଟଣା ର ଭିଡିଓ ସୋସିଆଲ୍ ମିଡ଼ିଆ ରେ ଯାହାକୁ ନେଇ ସବୁ ଠାରେ ଚର୍ଚ୍ଚା ।

ମାହାଙ୍ଗା ଗୋଷ୍ଠି ସ୍ବାସ୍ଥ୍ଯ କେନ୍ଦ୍ର ଅଧୀନ ରେ ଥିବା ନୃତାଙ୍ଗ ପ୍ରାଥମିକ ସ୍ବାସ୍ଥ୍ଯ କେନ୍ଦ୍ର ର ଡାକ୍ଟର ସୂର୍ଯ୍ୟାସ୍ତ ସିଂହ ଟ୍ରଲି ଉପରେ ଚିକିତ୍ସା କରି ମହାନତା ର ପରିଚୟ ଦେଇଛନ୍ତି । କିନ୍ତୁ ମନ ରେ ଆସୁଥିବ ଅନେକ ପ୍ରଶ୍ନ । ଡାକ୍ତର ଖାନା ଥାଉ ଥାଉ କାହିଁକି ଟ୍ରଲି ଉପରେ ଚିକିତ୍ସା କଲେ । ତେବେ ଘଟଣା ପଛର କାହାଣୀ ଶୁଣିଲେ ଆପଣ ବି ଡାକ୍ତର ଙ୍କ ସଲାମ କରିବେ ।

ଟ୍ରଲି ଉପରେ ଚିକିତ୍ସା ହେଉଥିବା ଲୋକ ଜଣକ ହେଉଛନ୍ତି ରାଜ କିଶୋର ଜେନା । ମାନସିକ ରୋଗି ତାଙ୍କ ର ଦୁଇଟି ଯାକ ଗୋଡ଼ ଘାଆ ହେବା ପରେ ପୋକ ହୋଇ ଯାଇଥିଲା । ସ୍ଥାନୀୟ ଲୋକ ମାନେ ତାଙ୍କୁ ମାହାଙ୍ଗା ଗୋଷ୍ଠି ସ୍ବାସ୍ଥ୍ଯ କେନ୍ଦ୍ର କୁ ନେଇଥିଲେ ବି ଫେରାଇ ଦେଇଥିଲେ ଡାକ୍ତର ଆଉ ରେଫର୍ କରିଥିଲେ କଟକ ଏସିପି ମେଡିକାଲ କୁ ।

ଏ ସବୁ ଗାଁ ଲୋକ ଙ୍କ ପାଖ ରେ ସମ୍ଭବ ନଥିଲା । କାହିଁକି ନା ସେ ମାନସିକ ରୋଗୀ ଙ୍କ ପରିବାର ହେଲେ ଜଣେ ବୃଦ୍ଧ ଦୃଷ୍ଟିହିନ ମାଆ ଆଉ ସିଏ । ତାପରେ ତାଙ୍କୁ ନୃତାଙ୍ଗ ପ୍ରାଥମିକ ସ୍ବାସ୍ଥ୍ଯ କେନ୍ଦ୍ର କୁ ତାଙ୍କୁ ଟ୍ରଲି ରେ ଅଣା ଯାଇଥିଲା । ସେଠାରେ ଥିବା ଡାକ୍ତର ସୂର୍ଯ୍ୟାସ୍ତ ସିଂହ ତାଙ୍କୁ ଦେଖି ତାଙ୍କୁ ଚିକିତ୍ସା କରିବାକୁ ଆଗେଇ ଆସିଥିଲେ ।

ରୋଗୀ ଜଣକ ମାନସିକ ବିକାରିସ୍ଥ୍ ହୋଇ ଥିବାରୁ ତାଙ୍କୁ ଟ୍ରଲି ରୁ ତଳ କୁ ଆଣି ମେଡିକାଲ୍ ବେଡ଼ ରେ ଚିକିତ୍ସା କରିବା ସମ୍ଭବ ନଥିଲା । ତେଣୁ ଟ୍ରଲି ଉପରେ ହିଁ ନି-ଶା ଇଞ୍ଜେକ୍ସନ ଦେଇ ଚିକିତ୍ସା କରିଥିଲେ ଏହି ଡାକ୍ତର । ଏବେ ସେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି । ଏମିତି କି ଡାକ୍ତର ତାଙ୍କ ଘର କୁ ଯାଇ ସେ କେମିତି ଅଛନ୍ତି ନିଜେ ଯାଇ ଦେଖିବା ସହିତ ପାରିପାର୍ଶ୍ବିକ ଚିକିତ୍ସା ମଧ୍ୟ କରୁଛନ୍ତି ।

ତେବେ ଅନ୍ୟ କିଛି ଆବଶ୍ୟକ ପଡିଲେ ମଧ୍ୟ ସେ ସୁବିଧା ଯୋଗେଇ ଦେବାକୁ ଡାକ୍ତର ବାବୁ ପ୍ରତିଶୃତି ଦେଇଛନ୍ତି । ଯାହାକୁ ନେଇ ଗାଁ ଲୋକେ ବେସ୍ ଖୁସି ରେ ଅଛନ୍ତି । ଡାକ୍ତର ଙ୍କୁ କୁହାଯାଏ ଦ୍ବତୀୟ ଇଶ୍ବର ରୋଗୀ ର ଜୀବନ ତାଙ୍କ ରି ହାତ ରେ ସେମିତି ସେ ଜଣେ ରୋଗୀ ର ସହାୟତା କରି ଦ୍ବତୀୟ ଭାଗବାନ ପାଲଟି ଯାଇଛନ୍ତି ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ରାତି ରେ ମଣିଷ ହୋଇଯାଏ ଭାଲୁ ଓ କରେ ଏମିତି କାର୍ଯ୍ୟ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ପୋଲିସ ଏକ ଅଜବ ପ୍ରାଣୀ କୁ ଧରିଛି । ଗୋଡ଼ାଇ ଗୋଡ଼ାଇ ଏହି …

Leave a Reply

Your email address will not be published. Required fields are marked *