ଓଲିଉଡ଼ ଇଣ୍ଡଷ୍ଟ୍ରି ର ଗାୟିକା ଅସୀମା ପଣ୍ଡା ତାଙ୍କର କିଛି କହିଥିବା କଥା କୁ ନେଇ ଚର୍ଚ୍ଚା କୁ ଆସିଛନ୍ତି । ନିକଟରେ ଦୋଳ ମିଳନ କାର୍ଯ୍ୟକ୍ରମ ପାଇଁ ଯାଜପୁର ଜିଲ୍ଲା ତରଫରୁ ଅସୀମା ପଣ୍ଡା ଙ୍କୁ ଅତିଥି ଭାବରେ ନିମନ୍ତ୍ରଣ କରା ଯାଇଥିଲା। ଆଉ ସବୁ ଦର୍ଶକ ମାନେ ଚାହିଁ ରହିଥିଲେ ଅସୀମା ପଣ୍ଡା ଙ୍କ କଣ୍ଠ ରୁ ଭଜନ ଶୁଣିବା ପାଇଁ । ହେଲେ ଅସୀମା ପଣ୍ଡା ଦର୍ଶକ ମାନଙ୍କୁ କହିଥିଲେ ଯେ ପ୍ରଥମେ ତାଳି ମାରି ଟିକେ ହୋ ହାଲା କର ତା ପରେ ଯାଇ ମୁଁ ଭଜନ ଗାଇବି।
ନଚେତ୍ ଆଧୁନିକ ଗୀତ ଗାଇ ଚାଲିଯିବି । ଅସୀମା ପଣ୍ଡା ଭଜନ ସଙ୍ଗୀତ ରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ହେଲେ ସେ ଭଜନ କୁ ନେଇ ଏ ଭଳି କାହିଁକି କହିଲେ । ଯେ ତାଳି ମାରିଲେ ଯାଇ ଗାଇବୀ ନହେଲେ ଆଧୁନିକ ଗାଇ ଚାଲିଯିବି । ସିଙ୍ଗର ଅସୀମା ପଣ୍ଡା ହୁଏ ତା ମଜାକ ରେ ଏ ଭଳି କହି ଥାଇ ପାରନ୍ତି ହେଲେ ଦର୍ଶକ ମାନେ ତାଙ୍କର ଏହି କଥା କୁ ଗୁରୁତର ଭାବରେ ନେଇଛନ୍ତି ।
ଆଉ ଅସୀମା ପଣ୍ଡା ଙ୍କ ର ଏ ଭଳି କଥା ଦର୍ଶକ ମାନଙ୍କୁ ଭଲ ଲାଗି ନାହିଁ । ଦର୍ଶକ ମାନେ ଅସୀମା ପଣ୍ଡା ଙ୍କ ର ଏହି କଥା କୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଭଜନ ରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ସିଙ୍ଗର ଅସୀମା ପଣ୍ଡା କଣ ଖାଲି ତାଳି ମାରିଲେ ଭଜନ ଗାଇବେ ନହେଲେ ଗାଇବେନି ଯେଉଁଠି କି ଭଜନ ହେଉଛି ଚିର ସ୍ମରଣୀୟ ତାହା କେବେ କେହି ଭୁଲିଯିବେ ନାହିଁ ଆଉ ଭଜନ କୁ ନେଇ ସିଙ୍ଗର ଅସୀମା ପଣ୍ଡା ଏ ଭଳି କହି ଦର୍ଶକ ମାନଙ୍କ ମନରେ ଆଘାତ ଦେଇଛନ୍ତି ବୋଲି ଦର୍ଶକ ମାନେ ମତ ଦେଇଛନ୍ତି।
ସିଙ୍ଗର ଅସୀମା ପଣ୍ଡା ଏ ନେଇ କୌଣସି ମନ୍ତବ୍ୟ ଦେଇ ନାହାନ୍ତି । ହେଲେ ଜଣେ ଏତେ ବଡ଼ ପ୍ରତିଷ୍ଠାତା ଗାୟିକା ଏ ଭଳି କହିବା ଉଚିତ୍ ହୋଇ ନାହିଁ ବୋଲି ଦର୍ଶକ ମାନେ କହିଛନ୍ତି। ଭଜନ ରୁ ସଙ୍ଗୀତ ର ସୃଷ୍ଟି ହୋଇଛି ଆଉ ତାଳି ନ ମାରିଲେ ସେ ଭଜନ ଗାଇବା ନାହିଁ ଆଧୁନିକ ଗାଇ ଚାଲିଯିବେ ବୋଲି ସ୍ପଷ୍ଟ ଭାବରେ କହିଛନ୍ତି । ସିଙ୍ଗର ଅସୀମା ପଣ୍ଡା ଙ୍କ ର ଏହି କଥା କୁ ନେଇ ଦର୍ଶକ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।।