ଦର୍ଶକ ବନ୍ଧୁ ବର୍ତ୍ତମାନ୍ ସମୟ ରେ ଯୁବକ ଙ୍କ ଆଗ ରେ ଅଛନ୍ତି ଯୁବତୀ ମାନେ ସବୁ କ୍ଷେତ୍ର ରେ , ହଁ ବନ୍ଧୁ ପାଠ ପଢ଼ା ଠାରୁ କର୍ମ ନିଯୁକ୍ତି ପର୍ଯ୍ୟନ୍ତ ସବୁ କ୍ଷେତ୍ର ରେ ଯୁବତୀ ମାନେ ଆଗୁଆ । କିଛି ଯୁବତୀ ଅଛନ୍ତି ଯେଉଁ ଲୋକ ଲଜ୍ୟା କୁ ଡରି ସମାଜ ସାମ୍ନା କୁ ଆସି ନ ଥାଆନ୍ତି ନିଜ ଦକ୍ଷତା କୁ ପ୍ରଦର୍ଶନ କରାଇବାକୁ । ବନ୍ଧୁଗଣ ଆଜି ଆମେ ଆପଣ ଙ୍କୁ ଏହି ବିଷୟ ରେ କହିବା ର କାରଣ ହେଲା ଯେ ,
ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ରେ ୩ ଛାତ୍ରୀ ଯେଉଁ ମାନେ କି ପାଠ ପଢିବା ସହ ନିଜେ ସ୍ବାବଲମ୍ବୀ ହୋଇ ପାରିଛନ୍ତି । ନିଜେ ରୋଜଗାର କରି ପାଠ ପଢ଼ୁଛନ୍ତି । ହଁ ବନ୍ଧୁ ଦିନ ବେଳେ ପାଠ ପଢା ଓ ରାତି ରେ ଲୋକ ମାନ ଙ୍କୁ ଫାଷ୍ଟ ଫୁଡ୍ ଖାଦ୍ୟ ଯୋଗାଇ ଦେବା । ନାରୀ ସଶକ୍ତିକରଣ ର ଏହା ହେଉଛି ବାସ୍ତବିକ୍ ।
ବାରିପଦା ର ଏହି ଛାତ୍ରୀ ମାନେ ସମାଜ ର ଟାହି ଟାପରା ଖାତିର ନ କରି ସୃଷ୍ଟି କରିଛନ୍ତି ନୂଆ ଉଦାହରଣ । ସୀମା ମହାନ୍ତି ଓ ଶୁଭଶ୍ରୀ ମହାନ୍ତି , ସଂଧ୍ୟା ହେବା ମାତ୍ର କେ ଗହଳି ଲାଗିଥାଏ ଏହି ରଙ୍ଗୀନ୍ ଛତା ତଳେ , ଗରମ ତେଲ ଛଣା ହେଉଛି ସ୍ପ୍ରିଂ ପଟାଟୋ , ଗୁଗୁନି ଓ ଛଣା ପାମ୍ପଡ । ଉଭୟ ଯୁକ୍ତ ତିନି ଦ୍ୱିତୀୟ ବର୍ଷ ରେ ପାଠ ପଢ଼ୁଛନ୍ତି । ଜବ କରିବାକୁ ଚାହୁଁ ନାହାନ୍ତି କାରଣ ସେ ତାଙ୍କ ସ୍ଵାଧୀନ ରେ ରହିବାକୁ ଚାହୁଁଛନ୍ତି ।
ସୀମା ଓ ଶୁଭଶ୍ରୀ ଙ୍କୁ କାମ ଯୋଗାଇ ଦେଇଛନ୍ତି ବିଶ୍ୱପ୍ରୀୟା , ତେବେ ବିଶ୍ଵପ୍ରୀୟା ନିଜେ ଡିପ୍ଲୋମା mba ପାସ ଆଉଟ୍ । ଗ୍ରାହକ ମାନେ ମଧ୍ୟ ସେମାନ ଙ୍କ କାର୍ଯ୍ୟ କୁ ଦେଖି ସେମାନ ଙ୍କୁ ପ୍ରଶଂସା କରୁଛନ୍ତି , ପରିଶ୍ରମ କରୁଛନ୍ତି ଲୋକ ମାନ ଙ୍କୁ ଫାଷ୍ଟ ଫୁଡ୍ ଦେଇ ଟଙ୍କା ରୋଜଗାର କରୁଛନ୍ତି ଯାହାକି ପ୍ରଶଂସିତ କାର୍ଯ୍ୟ , ଆଜି ଏମାନ ଙ୍କୁ ସମସ୍ତ ଯୁବତୀ ମାନେ ମଧ୍ୟ କିଛି ଶିଖିବାକୁ ପାଇବେ ।
ସେମାନେ ଯେଉଁ କାର୍ଯ୍ୟ କରୁଛନ୍ତି କେବଳ ଯୁବତୀ ମାନ ଙ୍କ ପାଇଁ ଏହା ଏକ ଉଦାହରଣ ନୁହେଁ ସମାଜ ପାଇଁ ଏହା ଏକ ବଡ ଉଦାହରଣ । ନିଜ କୁ କେବେହେଲେ ଛୋଟ ବୋଲି ମନେ କରନ୍ତୁ ନାହିଁ ଏବଂ ମନ୍ ଭିତରେ ଆପଣ ମାନେ ଯାହା ବି କିଛି ଭାବୁଛନ୍ତି ଏହି କାର୍ଯ୍ୟ କରିବି ତାକୁ ମନ ଭିତରେ ନ ରଖି ଲୋକ ଲଜ୍ୟା ଡରିଲେ କିଛି ହେବ ନାହିଁ ।
ଯାହା ହେଉ ୩ ଛାତ୍ରୀ ଙ୍କ କାର୍ଯ୍ୟ କୁ ଦେଖି ପୁରୁଷ ମାନେ ମଧ୍ୟ କିଛି ଶିଖିବା ର ଅଛି କେମିତି ନିଜ ସ୍ଵାଧୀନ ରେ କାମ କରିବେ କାହା ଉପରେ ନିର୍ଭର କରୁ ନ ଥିବା ବ୍ୟକ୍ତି ମାନେ । ଦିନ ଥିଲା ସେମାନେ ଏକ ଛୋଟ ଟେବୁଲ୍ ଉପରେ ରଖି ଫାଷ୍ଟ ଫୁଡ୍ ଦୋକାନ ଆରମ୍ଭ କରିଥିଲେ କିନ୍ତୁ ଆଜି ତାଙ୍କ ବିଜିନେଶ ବହୁତ୍ ଇନିକ୍ରିଜ୍ କରିଛି ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।