Breaking News

ଦେଖନ୍ତୁ ଅଭିନେତା ଅନୁଭବ୍ ଙ୍କୁ ଏ ମାଉସୀ କ’ଣ କହିଲେ , ଭିଡିଓ ହେଲା ଭାଇରାଲ୍ ! … ଦେଖନ୍ତୁ ଭିଡିଓ

ଓଲିଉଡ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତା ଅନୁଭବ ମହାନ୍ତି ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ।ନିଜର ଜବରଦସ୍ତ ଅଭିନୟ ପାଇଁ ଦର୍ଶକ ମାନଙ୍କ ଠାରୁ ବେଶ୍ ଭଲ ପାଇବା ପାଇଛନ୍ତି ଅନୁଭଵ। ଓଲିଉଡ ଇଣ୍ଡଷ୍ଟ୍ରି ର ସେ ଜଣେ ସଫଳ ଅଭିନେତା ବୋଲି ମଧ୍ୟ କହିଲେ ଚଳେ।

ଯଦିଓ ଗତ କିଛି ବର୍ଷ ହେବ ଅନୁଭଵ ଙ୍କୁ ବଡ଼ ପରଦାରେ ଦେଖିବାକୁ ମିଳୁନାହିଁ ହେଲେ ଏବେ ବି ମଧ୍ୟ ତାଙ୍କର ଲୋକପ୍ରିୟତା କମି ନାହିଁ। ଏବେ ବି ଦର୍ଶକ ମାନେ ତାଙ୍କର ସିନେମା ଦେଖିବାକୁ ଚାହିଁ ରହିଛନ୍ତି। ନିକଟରେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ଏକ ନିଆରା ଭିଡିଓ । ଏହି ଭିଡିଓ ଦେଖିଲେ ଆପଣ ଅନୁମାନ କରିପାରିବେ ଓଡ଼ିଶାରେ ଅନୁଭଵ ଙ୍କର କେତେ ଲୋକପ୍ରିୟତା ରହିଛି।

ତେବେ ଏହି ଭିଡିଓ ରେ ଜଣେ ବୃଦ୍ଧା ମାଉସୀ ଅନୁଭଵ ଙ୍କୁ ପ୍ରଶ୍ନ କରିଛନ୍ତି ଯେ, ଅନୁଭଵ କଣ ପାଇଁ ଆଉ ସିନେମା କରୁନାହାଁନ୍ତି। ମାଉସୀ ଜଣକ ଏହି ଭିଡ଼ିଓ ରେ ଅନୁଭବ ଙ୍କୁ ପ୍ରଶ୍ନ କରିଛନ୍ତି ଯେ, ତୁ କଣ ପାଇଁ ଆଉ ସିନେମା କରୁନୁ। ମତେ ଅନୁଭଵ ସିନେମା ଦେଖିବାକୁ ଭଲ ଲାଗେ। ଅନୁଭଵ ସିନେମା ଦଉଥିଲେ ମୁଁ ଟିଭି ଖୋଲି ବସେ। ଆଉ କାହିଁ ସିନେମା କରୁନୁ? ବୋଲି ସେ ଅନୁଭଵ ଙ୍କୁ ପ୍ରଶ୍ନ କରିଛନ୍ତି ଏହି ବୃଦ୍ଧା ମାଉସୀ।

ତେବେ ଏହି ଭିଡିଓ ଟି ସୋସିଆଲ ମିଡିଆରେ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି। କେବଳ ଏହି ବୃଦ୍ଧା ମାଉସୀ ଜଣକ ନୁହଁନ୍ତି, ଅନୁଭଵ ଙ୍କ ଅଗଣିତ ଫ୍ୟାନ୍ସ ମାନେ ମଧ୍ୟ ଅନୁଭଵ ଙ୍କୁ ବଡ଼ ପରଦାରେ ଦେଖିବାକୁ ଅପେକ୍ଷା କରି ଅଛନ୍ତି। ତେବେ ଖୁବ୍ ଶୀଘ୍ର ଫ୍ୟାନ୍ସ ମାନଙ୍କ ଏହି ଅପେକ୍ଷା ଦୂର ହେବାକୁ ଯାଉଛି।

କାରଣ ଖୁବ୍ ଶୀଘ୍ର ବଡ଼ ପରଦାରେ ନଜର ଆସିବାକୁ ଯାଉଛନ୍ତି ସମସ୍ତଙ୍କର ଅତି ପ୍ରିୟ ଅଭିନେତା ଅନୁଭଵ। ଖୁବ୍ ଶୀଘ୍ର ଅନୁଭଵ ଙ୍କର ଏକ ନୂଆ ଚଳଚ୍ଚିତ୍ର ଆସିବାକୁ ଯାଉଛି । ଯାହାର ନାଆଁ ରହିଛି ରାବଣ। ବର୍ତ୍ତମାନ ଏହି ସିନେମାର ସୁଟିଂ ବେଶ୍ ଜୋର୍ ସୋର ରେ ଜାରି ରହିଛି। ଅନୁଭଵ ଙ୍କ ଏହି ସିନେମା ଟି ନିଶ୍ଚୟ ଭାବରେ ବଡ ପରଦାରେ ନୂଆ ରେକର୍ଡ କରିବ ବୋଲି ଆଶା ରଖିଛନ୍ତି ଫିଲ୍ମ ର ମେକର୍ସ। ତେବେ ଚଳିତ ବର୍ଷ ଶେଷରେ ଏହି ଫିଲ୍ମ ରିଲିଜ୍ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।

About admin

Check Also

ବାନ୍ଧବୀଙ୍କ ସତ ଧରିବାକୁ ଡିଜେ ଆଜେକ୍ସ କରିଥିଲେ ଭିଡିଓ ସୁଟିଂ। ଦେଖନ୍ତୁ ଭିଡିଓ…

ଡିଜେ ଆଜେକ୍ସ୍ ଙ୍କ ମୃତ୍ୟୁ ପରେ ତାଙ୍କ ମୋବାଇଲ୍ ର କିଛି ଭିଡ଼ିଓ ଏବେ ଚର୍ଚ୍ଚାରେ । ଭିଡ଼ିଓ ନିଜେ …

Leave a Reply

Your email address will not be published. Required fields are marked *