Breaking News

ଦେଖନ୍ତୁ – ଆମେରିକା ରେ ସବ୍ୟସାଚୀ(Sabyasachi) ଓ ଅର୍ଚିତା (Archita) ଆସିଲେ ଫୁଲ ରୋମାନ୍ସ ମୁଡ ରେ ….

ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଏଭଳି ଅନେକ ଯୋଡ଼ି ଅଛନ୍ତି ଯେଉଁମାନେ ରିଲ୍ ଲାଇଫ ସହିତ ରିୟଲ ଲାଇଫ ରେ ମଧ୍ୟ ଅନେକ ଲୋକପ୍ରିୟତା ହାସଲ କରିପାରିଛନ୍ତି। ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଯେତେବେଳେ ସଫଳ ଯୋଡ଼ିର କଥା ଆସେ ସେତେବେଳେ ସମସ୍ତଙ୍କ ମନକୁ ଆସେ ଦୁଇଟି ନାଁ ସବ୍ୟସାଚୀ ଓ ଅର୍ଚ୍ଚିତା। ଏହି ଯୋଡିକୁ କିଏ ବା ନ ଜାଣେ!! । ଓଡ଼ିଶାର ଘରେ ଘରେ ପରିଚିତ ଏହି ଯୋଡ଼ି।

ପରଦା ଉପରେ ଦୁହିଁଙ୍କ ଅଭିନୟ ଦେଖିବାକୁ ଦର୍ଶକ ମାନଙ୍କ ଭିଡ଼ ଜମିଥାଏ। ଓଡ଼ିଆ ସିନେମା ଜଗତର ଚର୍ଚ୍ଚିତ ଯୋଡ଼ି ମାନଙ୍କ ମଧ୍ୟରୁ ଏହି ଯୋଡ଼ି ଅନ୍ୟତମ। ନିଜର ଅଭିନୟ ବଳରେ ଦୀର୍ଘ ବର୍ଷ ଧରି ଓଡ଼ିଆ ଦର୍ଶକ ମାନଙ୍କ ହୃଦୟରେ ରାଜ କରି ଆସୁଛନ୍ତି ଏହି ସୁପରହିଟ ଯୋଡ଼ି। କେବଳ ପରଦା ଉପରେ ନୁହେଁ ରିୟଲ ଲାଇଫ ରେ ମଧ୍ୟ ଏହି ଲୋକପ୍ରିୟ ଯୋଡ଼ି କୁ ନେଇ ଚର୍ଚ୍ଚା ଲାଗି ରହିଥାଏ।

କହିବାକୁ ଗଲେ ସବ୍ୟସାଚୀ ଓ ଅର୍ଚ୍ଚିତା ନିଜ ରିଲ ଲାଇଫ ଠୁ ବେଶୀ ଚର୍ଚ୍ଚାରେ ଥାନ୍ତି ନିଜ ରିୟଲ ଲାଇଫ କୁ ନେଇ। ଦେଢ଼ ବର୍ଷ ତଳେ ଦୁହେଁ ସତସତିକା ଜୀବନରେ ଜୀବନସାଥୀ ହେବା ପରଠାରୁ ଦୁହିଁଙ୍କୁ ନେଇ ବେଶ୍ ଚର୍ଚ୍ଚା। ତେବେ ବିବାହ ପରଠାରୁ ଅର୍ଚ୍ଚିତା ଓ ସବ୍ୟ ନିଜ ସୋସିଆଲ ମିଡିଆରେ ବେଶ୍ ସକ୍ରିୟ ଅଛନ୍ତି। ଦୁହେଁ ନିଜ ସୋସିଆଲ ମିଡିଆରେ ଅନେକ ଫଟୋ ସେୟାର କରୁଛନ୍ତି। ଯାହାକୁ ତାଙ୍କର ଫ୍ୟାନ୍ସ ମାନେ ଖୁବ୍ ଭଲ ପାଇବା ଦେଉଛନ୍ତି।

ତେବେ ଗତ କିଛି ଦିନ ହେବ ଅର୍ଚ୍ଚିତା ଓ ସବ୍ୟସାଚୀ ଓଡ଼ିଶା ଛାଡ଼ି ଆମେରିକାରେ ରହୁଛନ୍ତି। ସେଠାରେ ସେ ଖୁବ୍ ଖୁସି ଥିବା ନଜର ଆସୁଛନ୍ତି। ନିଜର ଇନ୍ଷ୍ଟାଗ୍ରାମ ଆକାଉଣ୍ଟ୍ ରେ ଅର୍ଚ୍ଚିତା ଓ ସବ୍ୟ ଅନେକ ଫଟୋ ଓ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ସେ କିଭଳି ଭାବରେ ସେଠାରେ ସମୟ କାଟୁଛନ୍ତି ତାହା ଦେଖିବାକୁ ମିଳୁଛି।

ଅର୍ଚ୍ଚିତା ସୋସିଆଲ ମିଡିଆରେ ସେୟାର କରିଥିବା ଏକ ଫଟୋ ରେ ସବ୍ୟ ତାଙ୍କ କୋଳରେ ମୁଣ୍ଡ ଦେଇ ଶୋଇଥିବା ଦେଖିବାକୁ ମିଳୁଛି। ସେହିଭଳି ଅନ୍ୟ ଫଟୋ ମାନଙ୍କରେ ସବ୍ୟଙ୍କ ସହ ଅର୍ଚ୍ଚିତା ଙ୍କୁ ଦେଖି ଖୁବ୍ ଖୁସି ଅଛନ୍ତି ତାଙ୍କ ଫ୍ୟାନ୍ସ ମାନେ। ତେବେ ବର୍ତ୍ତମାନ ସବ୍ୟ ଓ ଅର୍ଚ୍ଚିତା ଆମେରିକାର ଟେକ୍ସାସ ସହରରେ ଅଛନ୍ତି। ସେଠାରେ ସେ ଆଉ ଦିନ କିଛି ରହିପାରନ୍ତି ବୋଲି ସୂଚନା ମିଳିଛି।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ନିଶା ମହାରଣା ଆସିଲେ , ଯାତ୍ରା ପେଣ୍ଡାଲ ରେ ନିଆଁ ଲଗେଇ ଦେବୁ ! : ଯାତ୍ରା କଳାକାର ପ୍ରତାପ ମହାନ୍ତି

ଆଇଟମ ଗାର୍ଲ୍ ନିଶା ମହାରଣା ଏବେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଏବେ ନିଶା ମହାରଣା ଙ୍କୁ ନେଇ ଚର୍ଚ୍ଚା …

Leave a Reply

Your email address will not be published. Required fields are marked *