Breaking News

ଦେଖନ୍ତୁ ସମୁଦ୍ର ମଝିରେ ବୋଟ ଉପରେ ଜବରଦସ୍ତ ପାର୍ଟି କରୁଛନ୍ତି ସବ୍ୟ (Sabya) – ଅର୍ଚିତା (archita) ଓ ଏଲିନା (Elina)

ଆମ ଓଲିଉଡ ଇଣ୍ଡଷ୍ଟ୍ରି ରେ ଏଭଳି କିଛି ଅଭିନେତ୍ରୀ ଅଛନ୍ତି ଯିଏ ନିଜର ଜବରଦସ୍ତ ଅଭିନୟ ବଳରେ ଅନେକ ଲୋକପ୍ରିୟତା ହାସଲ କରିପାରିଛନ୍ତି। ତେବେ ଓଲିଉଡ ର ସେହିଭଳି ଦୁଇ ଜଣ ଆଗଧାଡିର ଅଭିନେତ୍ରୀ ହେଉଛନ୍ତି ଅର୍ଚ୍ଚିତା ଓ ଏଲିନା। ଏହି ଦୁଇ ଅଭିନେତ୍ରୀ ଙ୍କୁ ଆପଣ ବେଶ୍ ଭଲ ଭାବରେ ଜାଣିଥିବେ। ଦୁହିଁଙ୍କର ଜବରଦସ୍ତ ଅଭିନୟ ମଧ୍ୟ ଆପଣ ବଡ଼ ପରଦାରେ ଦେଖିବାକୁ ପାଇଥିବେ।


ଯଦିଓ ଏହି ଦୁଇ ଅଭିନେତ୍ରୀ ଏକା ସାଙ୍ଗରେ କୌଣସି ସିନେମାରେ ନଜର ଆସି ନାହାଁନ୍ତି ହେଲେ ସୋସିଆଲ ମିଡିଆରେ ଦୁହିଁଙ୍କର ଏକା ସାଙ୍ଗରେ ଅନେକ ଫଟୋ ଓ ଭିଡିଓ ରହିଛି। ନିକଟରେ ସୋସିଆଲ ମିଡିଆରେ ସେହିଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଓଲିଉଡ ର ଏହି ଦୁଇ ଚୁଲବୁଲି ଅଭିନେତ୍ରୀ ଏକା ସାଙ୍ଗରେ ନାଚୁଥିବାର୍ ନଜର ଆସୁଛନ୍ତି। ଆଉ ତାଙ୍କ ସହିତ ତାଳରେ ତାଳ ଦେଇ ନାଚୁଛନ୍ତି ଅଭିନେତା ସବ୍ୟସାଚୀ ମିଶ୍ର।


ଯେପରିକି ଆପଣ ଜାଣିଥିବେ ବିଦେଶରେ ପ୍ରବାସୀ ଓଡ଼ିଆଙ୍କୁ ମନୋରଞ୍ଜନ ର ଖୋରାକ ଯୋଗାଇବାକୁ ତରଙ୍ଗ ପ୍ଲସ ଟିମ୍ ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଓଲିଉଡ ର ଅନେକ ନାମୀଦାମୀ କଳାକାର ଓ କଣ୍ଠଶିଳ୍ପୀ ପହଞ୍ଚିଥିଲେ ସୁଦୂର ଆମେରିକାରେ। ସେଠାରେ ସେ ଦୀର୍ଘ ଏକ ମାସରୁ ଉର୍ଦ୍ଧ୍ବ ଦିନ ରହି ଭିନ୍ନ ଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ କରିଥିଲେ।

ଏମାନଙ୍କ ମଧ୍ୟରେ ଅର୍ଚ୍ଚିତା ସାହୁ, ସବ୍ୟସାଚୀ ମିଶ୍ର, ଏଲିନା, ଅସୀମା ପଣ୍ଡା , ସତ୍ୟଜିତ ପ୍ରଧାନ, ଶାନ୍ତନୁ କୁମାର ସିଆ, ହାସ୍ୟ କଳାକାର ଜୋଜୋ ପ୍ରମୁଖ ସାମିଲ ଥିଲେ। ତେବେ ସେଠାରେ କିଛି ସମୟ ବ୍ରେକ ପାଇଲେ ସମସ୍ତେ ମିଶି ବୁଲା ବୁଲି କରୁଥିଲେ। ତେବେ ଏହି ଫ୍ରି ସମୟରେ ଏଲିନା ଓ ଅର୍ଚ୍ଚିତା ମିଶି ଅନେକ ରିଲ୍ସ ଭିଡିଓ କରି ନିଜ ସୋସିଆଲ ମିଡିଆରେ ସେୟାର କରୁଥିଲେ।

ତେବେ ନିକଟରେ ଅର୍ଚ୍ଚିତା ନିଜ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି ଯାହାକି ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି।। ଏହି ଭିଡ଼ିଓ ରେ ଦେଖିବାକୁ ମିଳିଛି କି, ଏକ ବୋଟ ଉପରେ ଏଲିନା, ଅର୍ଚ୍ଚିତା ଓ ସବ୍ୟସାଚୀ ମିଶି ଏକ ହିନ୍ଦୀ ଗୀତରେ ଜବରଦସ୍ତ ଦ୍ୟାନ୍ସ କରୁଥିବାର। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଏବେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଫ୍ୟାନ୍ସ୍ ମାନେ ଏହି ଭିଡିଓ ଦେଖି ଏଥିରେ ଖୁବ୍ ସୁନ୍ଦର କମେଣ୍ଟ ମଧ୍ୟ କରୁଛନ୍ତି।

About admin

Check Also

ଦେଖନ୍ତୁ ରାସ୍ତା କଡରେ ପରିବା ବିକ୍ରି କଲେ ହାସ୍ୟ ଅଭିନେତା ପପୁ ପମ ପମ (Papu Pam pam) …

  ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଅଭିନେତା ଓ …

Leave a Reply

Your email address will not be published. Required fields are marked *