Breaking News

ଦୋଳଙ୍କୁ କାନ୍ଧରେ ଧରି ଗାଁ ବୁଲିଲେ ହିରୋ ରାଜେଶ (Rajesh) … ଦେଖନ୍ତୁ ଭିଡିଓ

ଗତ ସାତ ତାରିଖ ରେ ଦୋଳ ପୂର୍ଣ୍ଣିମା ହୋଇଥିଲା । ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ଦ୍ଵାପର ଯୁଗରେ ଏହି ଦୋଳ ପୂର୍ଣ୍ଣିମା ଦିନ ଭଗବାନ ଶ୍ରୀକୃଷ୍ଣ ଦୋଳ ବିମାନ ରେ ବସି ଗାଁ ବୁଲି ଭୋଗ ଖାଇ ଥାଆନ୍ତି । ଆଉ ଏହି ପ୍ରଥା ଆଜି ବି ହିନ୍ଦୁ ଧର୍ମ ରେ ପାଳନ ହେଉଛି । ଗୋପାଳ ମାନଙ୍କ ର ମୁଖ୍ୟ ପର୍ବ ହେଉଛି ଏହି ଦୋଳ ପୂର୍ଣ୍ଣିମା । ଆଉ ଏହି ପୂର୍ଣ୍ଣିମା ରେ ଗୋପାଳ ମାନେ ଭଗବାନ୍ ଶ୍ରୀକୃଷ୍ଣ ଙ୍କ ଦୋଳ ବିମାନ କୁ କନ୍ଧେଇ ଗାଁ ବୁଲି ଥାଆନ୍ତି ।

ଏହି ଦୋଳ ପୂର୍ଣ୍ଣିମା ଅବସରରେ ଓଲିଉଡ଼ ଧାରାବାହିକ ର ହିରୋ ରାଜ୍ ରାଜେଶ୍ ଦୋଳ ବିମାନ ଙ୍କୁ କାନ୍ଧେଇ ଗାଁ ବୁଲିଛନ୍ତି। ଧୋତି ପିନ୍ଧି ଆନନ୍ଦ ର ସହିତ ଭଗବାନ୍ ଶ୍ରୀକୃଷ୍ଣ ଙ୍କ ଦୋଳ ବିମାନ କୁ କାନ୍ଧରେ ବୋହି ନେଉଛନ୍ତି । ଏହି ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ମୁଖ୍ୟ ଆକର୍ଷଣ ସାଜିଛି। ଆଉ ଅଭିନେତା ରାଜ୍ ରାଜେଶ୍ ଙ୍କ ର ଏହି ଦୋଳ ବିମାନ ର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇ ରାଲ୍ ହେବାରେ ଲାଗିଛି ।

ରାଜ୍ ରାଜେଶ୍ ଓଡ଼ିଆ ଧାରାବାହିକ ରେ ଅଭିନୟ କରନ୍ତି । ତାଙ୍କର ସୁନ୍ଦର୍ ଅଭିନୟ ପାଇଁ ସେ ଘରେ ଘରେ ପରିଚିତ ହୋଇ ପାରିଛନ୍ତି। ରାଜ୍ ରାଜେଶ୍ ପ୍ରଥମେ ମିଠା ମିଠା ଯୋଡ଼ି ରିଆଲିଟି ସୋ ରେ ଅଡିସନ୍ ଦେଇଥିଲେ । ଆଉ ତା ପରେ ତାଙ୍କୁ ସିନେମା ର ଅଫର୍ ଆସିଥିଲା । ମିଠା ମିଠା ଚଳଚ୍ଚିତ୍ର ରେ ସେ ହିରୋ ଭୂମିକା ରେ ନଜର ଆସିଥିଲେ ।

ଆଉ ତା ପରେ ସିନେମା ଜଗତରେ ତାଙ୍କୁ ସେତେ ସଫଳତା ନ ମିଳି ଥିବାରୁ ସେ ଓଡ଼ିଆ ଧାରାବାହିକ ରେ ଅଭିନୟ କରିଥିଲେ । ଆଉ ତାଙ୍କର ଅଭିନୟ ଏବେ ମଧ୍ୟ ଜାରି ରହିଛି । ଓଡ଼ିଆ ଦର୍ଶକ ମାନେ ତାଙ୍କ ଅଭିନୟ କୁ ବହୁ ମାତ୍ରା ରେ ପସନ୍ଦ କରିଛନ୍ତି ।।

About admin

Check Also

ନିଶା ମହାରଣା ଆସିଲେ , ଯାତ୍ରା ପେଣ୍ଡାଲ ରେ ନିଆଁ ଲଗେଇ ଦେବୁ ! : ଯାତ୍ରା କଳାକାର ପ୍ରତାପ ମହାନ୍ତି

ଆଇଟମ ଗାର୍ଲ୍ ନିଶା ମହାରଣା ଏବେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଏବେ ନିଶା ମହାରଣା ଙ୍କୁ ନେଇ ଚର୍ଚ୍ଚା …

Leave a Reply

Your email address will not be published. Required fields are marked *