ଯେତେବେଳେ ମାଲିକ କହିଥିଲେ କାଲିଠୁ ଚାକିରି କୁ ଆସିବ ନାହିଁ ସେତେବେଳେ ଜଳ ଜଳ ହେଇ ନାଚି ଗଲା ସ୍ତ୍ରୀ ପିଲା ଛୁଆ ଙ୍କ ମୁହଁ ଆଖି ଆଗରେ । ସ୍ତ୍ରୀ କୁ ଆସି କହିଲେ ସ୍ବାମି ମୁଁ ଆଉ କାମ କୁ ଯିବି ନାହିଁ । ହଠାତ ଯେମିତି ଆକାଶ ତା ଛିଡି ପଡିଲା ମୁଣ୍ଡ ଉପରେ । କାରଣ କୁଳ କୁ ଆସି ସାରିଥିଲା ଦୁଇଟା ସନ୍ତାନ । ନିଜ ଠାରୁ ଅଧିକ ଚିନ୍ତା ଥିଲା ବଢିଲା ପିଲା ଙ୍କ ପେଟ କୁ ଦାନ ଯୋଗାଡ଼ କରିବା । ଯାହା ଜମା ପୁଞ୍ଜି ଥିଲା ଅତି ବେସି ରେ 10 /12 ଦିନ ହିଁ ଚଳିଲା ଭଳି । ସେତିକି ଭୀତ ରେ କାମ ଖୋଜିବାକୁ ସୁଯୋଗ ନଥିଲା ।
କାରଣ ମହାମରି ସମୟ । ଫୁଣି କଉ ମାଲିକ କହିବେ କାଲି ଠାରୁ ଆସ ନାହିଁ । ଏଭଳି ସମୟ ରେ ସ୍ତ୍ରୀ ଦେଲେ ଦମ୍ଭ । କହିଲେ ଚାଲ ମିଶିକି ନିଜ ର କିଛି ଆରମ୍ଭ କରିବା । ବାସ୍ ସେହି ଦିନ ଠାରୁ ଆଜି ଯାଏ ନିଜ ଦୋକାନ ରେ ସେ ହିଁ ମାଲିକ । ନିଜ ଦୋକାନ ରେ କାହାଠାରୁ ଛୁଟି ମାଗିବାକୁ ପଡିବ ନାହିଁ । ନା ଏହି ଥି ଚାକିରୀ ରୁ କାଢି ଦେବାର ଭୟ । ସଂନ୍ଧ୍ୟା 6 ଟା ରୁ ଦୋକାନ ଖୋଲା ହେଉଛି ଆଉ ରାତି 11 ଟା ରେ ବନ୍ଦ ହେଉଛି ।
ସେଠାରେ ସେ ନିଜେ ଏକ ଚିକେନ ପକୋଡା , ଅଣ୍ଡା ସିଝା , ବ୍ରେଡ୍ ଏମିତି ବହୁତ କିଛି ନୂଆ ନୂଆ ଆଇଟମ ବନେଇ ଖାଇବାକୁ ଦେଉଛନ୍ତି ଗ୍ରାହକ ମାନଂକୁ ଆଉ ଗ୍ରାହକ୍ ମାନେ ମଧ୍ୟ ବହୁତ ଖୁସି ରେ ଖାଇ କି ଯାଉଛନ୍ତି । ଦିନ ଯାକ ଘର କାମ କରୁଛନ୍ତି ଆଉ ସଂନ୍ଧ୍ୟା ସମୟ ରେ ସେ ଦୋକାନ ଖୋଲୁଛନ୍ତି । ଘର ଆଉ ଦୋକାନ କୁ ସେ ତାଙ୍କ ସମୟ ଅନୁସାରେ ବହୁତ ଭଲ ସମୟ ଦେଉଛନ୍ତି । ତାଙ୍କୁ ଏହିଥିରେ କିଛି ବି ପରିଶ୍ରମ ଲାଗୁ ନାହିଁ ।
ସବୁ ଠାରୁ ଖୁସି ର କଥା ହେଉଛି କି ସେ 2 ଟା ଯାକ କାମ କରି କି ବି ସେ ଟିକେ ହେଲେ ଥକି ପଡି ନାହିଁ ବରଂ ସବୁ କାମ ହସି ହସି କରି ଯାଉଛନ୍ତି ନିଜ ପରିବାର ପାଇଁ । ସବୁଠାରୁ ସେ ଅଧିକ ଖୁସି ରେ ଅଛନ୍ତି କାରଣ ତାଙ୍କ ର ସବୁ କଥା ତାଙ୍କ ସ୍ବାମି ମାନନ୍ତି ଆଉ ତାଙ୍କୁ ସବୁ କାମ ରେ ସାହାଯ୍ୟ ମଧ୍ୟ କରନ୍ତି ଆଉ ଉତ୍ସାହିତ ମଧ୍ୟ କରନ୍ତି । ତାହା ସହ ସେ କହିଛନ୍ତି ନାରୀ କେବେ ଦୁର୍ବଳ ହୁଅନ୍ତି ନାହିଁ ନାରୀ ସମସ୍ତ ଙ୍କ ପାଇଁ ଶକ୍ତି ର ଉତ୍ସ ।
କିଛି ବର୍ଷ ତଳେ ବାହା ହୋଇଥିଲେ କଟକ କୁ ବୋହୁ ହେଇ ଆସିଥିଲେ । ବାହାଘର ର କିଛି ବର୍ଷ ପରେ ସେ 2ଟା ସନ୍ତାନ ର ମାଆ ହୋଇଥିଲେ । ତା ପରେ କୋଭିଡ୍ ଲକଡାଉନ୍ ପାଇଁ ନାନା ଅସୁବିଧା ରେ ସମ୍ମୁଖୀନ ହୋଇ ଥିଲେ । ଏ ସବୁ ଦେଖିଲା ପରେ ନିଜେ ଭାଙ୍ଗି ନଯାଇ ନିଜେ ଧୈଜ୍ୟ ଧରି ନୂଆ କାମ ଆରମ୍ଭ କରିଲେ ।