ଆରମ୍ଭ ହୋଇଛି ପବିତ୍ର ନବରାତ୍ରି। ହିନ୍ଦୁ ଧର୍ମକୁ ମାନୁଥିବା ଲୋକ ମାନେ ଅତି ବିଧି ବିଧାନ ର ସହ ଏହି ନବରାତ୍ରି ର ଏହି ନ ଦିନରେ ମା ଦଶଭୁଜା ଦୁର୍ଗା ଙ୍କ ପୂଜାର୍ଚ୍ଚନା କରିଥାନ୍ତି। ଶାସ୍ତ୍ର ଅନୁଯାୟୀ, ଏହି ଦିନରେ ମା ଦୁର୍ଗା ପୃଥିବୀ ଲୋକଙ୍କୁ ଆସିଥାନ୍ତି ଓ ଭକ୍ତ ମାନଙ୍କ ମନୋସ୍କାମନା ପୂର୍ଣ୍ଣ କରିଥାନ୍ତି। ମା ଙ୍କୁ ପ୍ରସନ୍ନ କରିବା ପାଇଁ ଏହି ପର୍ବ ଠୁ ବଡ ଆଉ କୌଣସି ସମୟ ନାହିଁ।
ପ୍ରତି ବର୍ଷ ଭକ୍ତ ମାନେ ପୂଜା ପାଠ କରି ମା ଙ୍କୁ ପ୍ରସନ୍ନ କରିଥାନ୍ତି। କିନ୍ତୁ ଏହି ନବ ରାତ୍ରି ରେ କିଛି ଖାସ୍ ଉପାୟ ଦ୍ଵାରା ଯଦି ଆପଣ ମା ଙ୍କୁ ପ୍ରସନ୍ନ କରିପାରିବେ ତେବେ ମା ଙ୍କ ନିଶ୍ଚୟ ଭାବରେ ଆପଣଙ୍କ ଉପରେ ମା ଙ୍କ କୃପାଦୃଷ୍ଟି ପଡ଼ିବ। ତେବେ ଆଜି ଆମେ ଆପଣଙ୍କୁ ଏଭଳି ତିନୋଟି ବସ୍ତୁ ବିଷୟରେ କହିବାକୁ ଯାଉଛୁ ଯାହାକୁ ଯଦି ଆପଣ ଏହି ନବରାତ୍ରି ରେ ଘରକୁ ଆଣିବେ ତେବେ ନିଶ୍ଚୟ ଭାବରେ ଆପଣଙ୍କ ମନୋସ୍କାମନା ପୂର୍ଣ୍ଣ ହେବା ସହିତ ଭାଗ୍ୟ ମଧ୍ୟ ବଦଳିଯିବ। ତେବେ ଆସନ୍ତୁ ଜାଣିବା ଏହି ତିନିଗୋଟି ବସ୍ତୁ ବିଷୟରେ।
ତେବେ ସର୍ବ ପ୍ରଥମ ବସ୍ତୁ ଟି ହେଉଛି ଚାନ୍ଦି କିମ୍ବା ସୁନାର ମୁଦ୍ରା। ନବରାତ୍ରୀ ର ନ ଦିନ ପୂରଣ ହେବା ପୂର୍ବରୁ ଏହି ମୁଦ୍ରା ରୁ ଗୋଟିଏ ଆପଣ ଆପଣଙ୍କ ଘରକୁ ନିହାତି ଆଣନ୍ତୁ। ସେହି ମୁଦ୍ରାକୁ ଆଣି ଯେଉଁ ଜାଗାରେ ମା ଦୁର୍ଗା ବିରାଜମାନ ହେବେ ସେହି ସ୍ଥାନରେ ରଖି ଦିଅନ୍ତୁ। ନ ଦିନ ଏହାର ପୂଜନ କରିବା ପରେ ଏହାକୁ ଏକ ନାଲି କପଡ଼ା ରେ ଗୁଡ଼ାଇ ନିଜ ପର୍ଶ ରେ ରଖି ଦିଅନ୍ତୁ। ଏହାପରେ ଆପଣ ଦେଖିବେ ଆପଣଙ୍କ ଜୀବନର ଅନେକ ସମସ୍ୟା ଦୂର ହୋଇଯିବ।
ତେବେ ସ୍ବାମୀଙ୍କ ଲମ୍ବାୟୁ ପାଇଁ ତଥା ମା ଦୁର୍ଗା ଙ୍କ କୃପା ପାଇବା ପାଇଁ ବିବାହିତ ମହିଳା ମାନଙ୍କୁ ନବରାତ୍ରୀ ର ପ୍ରଥମ ଦିନରେ ମା ଦୁର୍ଗା ଙ୍କୁ ସିନ୍ଦୂର, ଓଢନୀ, ଲାଲ ଶାଢ଼ୀ ଇତ୍ୟାଦି ଅର୍ପଣ କରିବା ଆବଶ୍ୟକ। ନବରାତ୍ରୀ ପୂଜା ସରିବା ପରେ ଏହି ସବୁ ଜିନିଷ କୁ ନିଜ ପାଖରେ ରଖିବା ଆବଶ୍ୟକ। ଏହାଦ୍ବାରା ମା ଦୁର୍ଗା ଙ୍କ ଆଶୀର୍ବାଦ ସଦା ସର୍ବଦା ଆପଣଙ୍କ ଘରେ ବିରାଜମାନ ରହିଥାଏ।
ତୃତୀୟ ବସ୍ତୁ ଟି ହେଉଛି, ମୟୂର ପଂଖ। ନବରାତ୍ରୀ ର ଶୁଭ ଅବସରରେ ଘରେ ମୟୂର ପଙ୍ଖ ରଖିବା ସବୁଠୁ ଭଲ ସମୟ ହୋଇଥାଏ। ନବରାତ୍ରୀ ର ନ ଦିନ ଏହି ମୟୂର ପଂଖ କୁ ଆପଣଙ୍କ ପୂଜା ଘରେ ରଖି ଆପଣ ଏହାର ପୂଜା କରନ୍ତୁ। ଏଭଳି କରିବା ଦ୍ଵାରା ଘରର ସମସ୍ତ ନକରାତ୍ମକ ଶକ୍ତି ଦୂର ହେବା ସହ ମାତା ଦୁର୍ଗା ଙ୍କ କୃପା ଲାଭ ହୋଇଥାଏ।