ଓଡ଼ିଆ ସିନେମା ପରେ ଯଦି ଓଡ଼ିଶାର ଲୋକ ମାନେ କିଛି ଦେଖିବାକୁ ଭଲ ପାଆନ୍ତି ତେବେ ସେ ହେଉଛି ଓଡ଼ିଆ ଧାରାବାହିକ। ଆମ ଓଡ଼ିଆ ଧାରାବାହିକ ଜଗତରେ ଏଭଳି କିଛି କୁନି କଳାକାର ଅଛନ୍ତି ଯିଏ ନିଜର ଅଭିନୟ ବଳରେ ଅନେକ ଲୋକପ୍ରିୟତା ହାସଲ କରିପାରଛନ୍ତି। ଓଡ଼ିଆ ଧାରାବାହିକ ଜଗତର ସେହିଭଳି ଜଣେ କୁନି କଳାକାର ହେଉଛନ୍ତି ଲାଡଲି।
ଆପଣ ଲାଡଲୀ ଙ୍କୁ ଅନେକ ଗୁଡ଼ିଏ ଧାରାବାହିକ ରେ ଜବରଦସ୍ତ ଅଭିନୟ କରିଥିବାର ଦେଖିଥିବେ। କେବଳ ଧାରାବାହିକ ନୁହେଁ କିଛି ସିନେମା ରେ ମଧ୍ୟ ସେ ଅଭିନୟ କରି ଅନେକ ଲୋକପ୍ରିୟତା ସାଉଁଟିଛନ୍ତି। ତେବେ ନିକଟରେ ଏକ ସାକ୍ଷାତକାର ରେ ଯୋଗଦେଇ ନିଜ ଅଭିନୟ ଜୀବନର କିଛି କଥା ଖୋଲି କହିଛନ୍ତି ଲାଡଲି ।
ତେବେ ଲାଡଲି ଙ୍କ ପ୍ରଥମ ଧାରାବାହିକ ଥିଲା ତେଜସ୍ଵୀନି। ଏହି ଧାରାବାହିକ ରେ ତାଙ୍କ ଜବରଦସ୍ତ ଅଭିନୟ ତାଙ୍କୁ ଖୁବ୍ ଲୋକପ୍ରିୟତା ଆଣି ଦେଇଥିଲା। ଶିଶୁ କଳାକାର ଭାବରେ ତାଙ୍କୁ ଦର୍ଶକ ମାନେ ତାଙ୍କ ଅଭିନୟ କୁ ଖୁବ୍ ପସନ୍ଦ କରୁଥିଲେ। ନର୍ସରୀ ରେ ପଢିବା ସମୟରେ ପ୍ରଥମ କରି ଅଭିନୟରେ ପାଦ ଦେଇଥିଲେ ଲାଡଲି। ବୟସ ମାତ୍ର ୧୨ ହୋଇଥିଲେ ବି ଏହି ସମୟ ଭିତରେ ସେ ପାଖାପାଖି ୬ ଟି ଧାରାବାହିକ ରେ ନଜର ଆସିଛନ୍ତି।
କେବଳ ଧାରାବାହିକ ନୁହେଁ, ଲାଡଲି କିଛି ଓଡ଼ିଆ ସିନେମା ଓ କନ୍ନଡ ସିନେମାରେ ମଧ୍ୟ ଅଭିନୟ କରିଛନ୍ତି। ତେବେ ପଢ଼ିବା ସହିତ ତାଙ୍କୁ ଅଭିନୟ କରିବାକୁ ମଧ୍ୟ ବେଶ୍ ଭଲ ଲାଗେ ବୋଲି ସେ କହିଛନ୍ତି। ଏହା ସହିତ ଏହି ସାକ୍ଷାତକାର ରେ ସେ ଆହୁରି ମଧ୍ୟ କହିଥିଲେ ଯେ, ମିରର ହେଉଛି ତାଙ୍କର ସାଙ୍ଗ। ସେ ମିରର ଆଗରେ ନାଚିବାକୁ ଓ ଗୀତ ଗାଇବାକୁ ଭଲ ପାଆନ୍ତି। ସେ ଯାହାବି କିଛି ସିଖିଛନ୍ତି ମିରର ଆଗରେ ହିଁ ସିଖିଛନ୍ତି ବୋଲି କହିଛନ୍ତି।
ତେବେ ବଡ଼ ହୋଇ ଭବିଷ୍ୟତ ରେ ଜଣେ ଡାକ୍ତର ହେବାର ଲକ୍ଷ ରଖିଛନ୍ତି ଲାଡଲି। ସେଥିପାଇଁ ସେ ଏବେ ଠାରୁ ପଢା ପଢ଼ି ମଧ୍ୟ ଆରମ୍ଭ କରିଦେଇଛନ୍ତି। ତେବେ ଆଗକୁ ଆଉ ଧାରାବାହିକ ରେ ଅଭିନୟ ନ କରି ପଢା ପଢ଼ି ରେ ଅଧିକ ଧ୍ୟାନ ଦେବେ ବୋଲି କହିଛନ୍ତି ଲାଡଲି। ତେବେ ଦଶମ ଶ୍ରେଣୀ ସାରିବା ପରେ ସେ ପୁଣି ଥରେ ଅଭିନୟ ରେ ଯୋଗ ଦେବେ ବୋଲି କହିଛନ୍ତି।