ଯୁଗ ଆସି କେଉଁଥି ପହଞ୍ଚି ଲାଣି ଏବେ ବି ଅଛି ଛୁଆଁ ଅଛୁଆଁର ଆଡୁଆଳ । ସତ ରେ ଏମିତି ଲାଗୁଚି ଯେମିତି ଲୋକ ଙ୍କ ଠାରୁ ମରି ଯାଇଛି ମାନବିକତା । ମରି ଯାଇଛି ହୃଦୟ ର ଭଲ ପାଇବା । ଏମିତି ଏକ ସଂଘର୍ଷ ପୂର୍ଣ୍ଣ ଘଟଣା ଆପଣ ମାନଙ୍କୁ କହିବାକୁ ଯାଉଛୁ । ଏହି ସଂଘର୍ଷ ଟି ଗୋଟିଏ ଝିଅ ତୀର ଯିଏ ନିଜେ ନିଜକୁ କହୁଛି କି ମୁଁ ହତଭାଗିନି ଟିଏ ।
ମୋର ଜନ୍ମ କଲା ବାପା ମା କିଏ ସତରେ ମୁଁ ଜାଣି ନାହିଁ । ମୁଁ 2ୟ ଶ୍ରେଣୀ ରେ ପାଠ ପଢିବା ସମୟ ରେ ମୋତେ ପାଳନ କରୁଥିବା ବାପା ଏ ଦୁନିଆ ଛାଡି ଆର ପରି କୁ ଚାଲିଗଲେ । ଆଉ ବାପା ଚାଲିଗଲା ପରେ ମା ମୋର ମାନସିକ ରୋଗ ରେ ଅକ୍ରାନ୍ତ ହେଇଚି । ଆଉ ଯେବେ ମୁଁ ବଡ଼ ହେଲି ସହି ପଡିସା ରୁ ଶୁଣିଲି ମୋ ବାପା ମୋତେ କୁଆଡେ ମୋତେ ପଛୁଆ ଜାତି ରୁ ମୋତେ ଆଣିଥିଲେ ।
ମୁଁ ପଛୁଆ ଜାତିର ଝିଅ ଟିଏ ବୋଲି ସହି ପଡିସା କେହି ବି ମୋତେ ଛୁଇଁ ନାହାନ୍ତି । ମୋତେ ଛୁଇଁ ଲେ କୁଆଡେ ଅଶୁଭ ହେବ ବୋଲି ସେମାନେ ମୋ ଠାରୁ ଦୁରେଇ ରହୁଛନ୍ତି । ଆଉ କାହା ଘର ଉପରକୁ ଉଠିବାକୁ ଦେଉ ନାହାନ୍ତି । ଆଉ ବାପା ଚଲିଗଲା ପରେ ମାଆ ପାଉଥିବା 500 ଟଙ୍କା ଭତ୍ତା ଓ ଚାଉଳ ରେ ଓଳିଏ ଖାଇଲେ ଆଉ ଓଳିଏ ଉପାସ ରହୁଛୁ।
ଘର ଟିକୁ ବାପା ଥିଲା ବେଳେ କରିଥିଲେ । ଆଉ ଏବେ ତାହା ଭାଙ୍ଗିବାକୁ ବସିଲାଣି । ବର୍ଷା ହେଲେ ଘରେ ପାଣି ପଶି ଯାଉଛି । ମରାମତି କରିବା ପାଇଁ ପାଖ ରେ ପଇସା ନାହିଁ । ତଥାପି ସ୍ବପ୍ନ୍ ଅଛି ମୁଁ ଭଲ ପାଠ ପଢ଼ିବି ଆଉ ରୋଜଗାର କରି ମୋ ମା କୁ ଭଲ କରିବି । ଏମିତି କୁହ ଭରା ଦୁଃଖ ଆପଣ ମାନେ ହୁଏତ ଶୁଣି ନଥିବେ ।
କିମ୍ବା କଉ ସିନେମା ରେ ଦେଖି ନଥିବେ । ମାତ୍ର ଏ କୌଣସି ସିନେମା ନୁହଁ କି କାହାଣୀ ନୁହଁ ଏ ହେଉଛନ୍ତି ସୁଭଦ୍ରା । ସୁଭଦ୍ରା ଙ୍କ ପିଲା ବେଳୁ ବାପା ଆଣିଥିଲେ ଆଉ ଲାଳନ ପାଳନ କଲେ କିନ୍ତୁ ଅଧା ରାସ୍ତା ରେ ତାଙ୍କୁ ଛାଡି ବାପା ଚାଲିଗଲେ । ଆଉ ଏବେ ଅଛୁଆଁ ଛୁଆଁ ନୀତି ରେ ତାଙ୍କୁ କେହି ତା ପାଖ କୁ ବି ଯାଉ ନାହାନ୍ତି । ଯାହା କୁ ନେଇ ସେ ମୁଖ୍ୟମନ୍ତ୍ରୀ ଙ୍କୁ ଏଭଳି ଏକ ଚିଠି ଲେଖିଛନ୍ତି ।
ଯାହା ପଢିଲେ ଆପଣ ଙ୍କ ଆଖିରୁ ମଧ୍ୟ ଲୁହ ଆସିବ । ପାଠ ପଢିବା ସହିତ ଘର ର ସବୁ କାମ ମଧ୍ୟ କରୁଛନ୍ତି । ସହ ଭରସା କହିଲେ ବିଧବା ମାଆ ଟିଏ । ସେ ବି ଫୁଣି ମାନସିକ ରୋଗୀ । ସେ କାହା ଠାରୁ ସାହାଯ୍ୟ ନପାଇବାରୁ ସେ ଶେଷ ରେ ମୁଖ୍ୟମନ୍ତ୍ରୀ ଙ୍କ ପାଖ କୁ ଚିଠି ଲେଖିଛନ୍ତି । ସେ 21 ଦିନ ର ଯେତେବେଳେ ହେଇଥିଲେ ସେତେବେଳେ ତାଙ୍କୁ ତାଙ୍କ ବାପା ଆଣିଥିଲେ ।
ଆଉ ଏବେ ସେହି ବାପା ଆଉ ଏ ଦୁନିଆ ରେ ନାହାନ୍ତି । ଛୁଆଁ ଅଛୁଆଁ କୁ ନେଇ ବହୁତ ବାରଣ କରି ତାଙ୍କୁ ଏକୁଟିଆ କରି ଦେଇଛି । ଏପଟେ ଆର୍ଥିକ ସ୍ଥିତି ଯାହା ତାଙ୍କୁ କେହି ସାହାଯ୍ୟ କରୁ ନାହାନ୍ତି । ଆମେ ଆସା କରୁଛୁ ଏହି ଚିଠି କୁ ମୁଖ୍ୟମନ୍ତ୍ରୀ ପଢିବେ । ଆଉ ହୁଏତ ପ୍ରସାସନିକ କ୍ଷେତ୍ର୍ ରେ ତାଙ୍କୁ କିଛି ସାହାଯ୍ୟ କରା ଯିବ ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ।