Breaking News

ନିଜ ଶାଶୁଘରେ କେମିତି ଧୂମ ଧାମ ରେ ଦୂର୍ଗା ପୂଜା ପାଳନ କଲେ ହିରୋଇନ ଦେବଜାନୀ (Debajanee) … ଦେଖନ୍ତୁ ଭିଡିଓ

ଓଲିଉଡ ଇଣ୍ଡଷ୍ଟ୍ରି ରେ ଏଭଳି କିଛି ଅଭିନେତ୍ରୀ ଅଛନ୍ତି ଯିଏ ନିଜର ଜବରଦସ୍ତ ଅଭିନୟ ପାଇଁ ଅନେକ ଲୋକପ୍ରିୟତା ହାସଲ କରିପାରିଛନ୍ତି। ତେବେ ଓଲିଉଡ ର ସେହିଭଳି ଜଣେ ଜଣାଶୁଣା ଅଭିନେତ୍ରୀ ହେଉଛି ଦେବଜାନୀ। ଦେବଜାନୀ ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ। ଅନେକ ଗୁଡ଼ିଏ ସିନେମାରେ ଆପଣ ତାଙ୍କର ଜବରଦସ୍ତ ଅଭିନୟ ଦେଖିବାକୁ ପାଇଥିବେ।

ତେବେ ଗତକାଲି ଦଶହରା ଉପଲକ୍ଷେ ଦେବଜାନୀ ନିଜ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଥିଲେ। ଯାହା ତାଙ୍କର ଫ୍ୟାନ୍ସ୍ ମାନଙ୍କୁ ବେଶ୍ ପସନ୍ଦ ଆସିଥିଲା। ତେବେ ଏହି ଭିଡିଓ ମାଧ୍ୟମରେ ଦେବଜାନୀ ନିଜର ଫ୍ୟାନ୍ସ ମାନଙ୍କୁ ଦଶହରା ର ଶୁଭେଚ୍ଛା ଜଣାଇବା ସହିତ ଦଶହରା କୁ ସେ କିଭଳି ଭାବରେ ପାଳନ କରିଥିଲେ ତାହା ଦେଖିବାକୁ ମିଳିଥିଲା।

ତେବେ ଗତକାଲି ପୁର ପଲ୍ଲୀ ରେ ଅନୁଷ୍ଠିତ ହୋଇଯାଇଛି ଦଶହରା ପର୍ବ। ଲୋକ ମାନେ ବିଭିନ୍ନ ଦୁର୍ଗା ପୂଜା ପେଣ୍ଡାଲ ବୁଲି ମା ଙ୍କ ଦର୍ଶନ କରିବା ସହିତ ଆଶିଷ କାମନା କରିଛନ୍ତି। କେବଳ ସାଧାରଣ ଲୋକ ମାନେ ନୁହଁନ୍ତି ବଡ଼ ବଡ଼ କଳାକାର ମାନେ ମଧ୍ୟ ମା ଙ୍କ ଦର୍ଶନ ପାଇଁ ପହଞ୍ଚିଥିଲେ ଦୁର୍ଗା ପୂଜା ପେଣ୍ଡାଲ ରେ।

ତେବେ ଗତକାଲି ଅଭିନେତ୍ରୀ ଦେବଜାନୀ ମଧ୍ୟ ପହଂଚିଥିଲେ ମା ଙ୍କ ଦର୍ଶନ ପାଇଁ ପୂଜା ମଣ୍ଡପ ରେ। ଭୋଗ ଓ ଦୀପ ନେଇ ମା ପାଖରେ ପୂଜା କରିଥିଲେ। ଆଉ ଏହି ସମୟର ଭିଡିଓ ଦେବଜାନୀ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏହା ସହିତ ନିଜ ଫ୍ୟାନ୍ସ୍ ମାନଙ୍କୁ ଦଶହରାର ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି। ଫ୍ୟାନ୍ସ ମାନେ ମଧ୍ୟ ଏହି ପୋଷ୍ଟ ମାଧ୍ୟମରେ ଦେବଜାନୀ ଙ୍କୁ ଦଶହରାର ଶୁଭେଚ୍ଛା ଜଣାଇଛନ୍ତି।

ତେବେ ଏଠାରେ କହି ରଖୁଛୁ, ଖୁବ୍ ଶୀଘ୍ର ଦର୍ଶକ ମାନେ ଦେବଜାନୀ ଙ୍କୁ ପୁଣି ଥରେ ବଡ଼ ପରଦାରେ ଦେଖିବାକୁ ପାଇବେ। ଆଗାମୀ ଦିନରେ ଦେବଜାନୀ ଙ୍କର ଏକ ନୂଆ ଓଡ଼ିଆ ଫିଲ୍ମ ଆସିବକୁ ଯାଉଛି। ଯାହାର ନାଆଁ ରହିଛି ଉଦଣ୍ଡି ସୀତା। ଏହି ଫିଲ୍ମ ର ସୁଟିଂ ବର୍ତ୍ତମାନ ଜାରି ରହିଛି। ଆଗାମୀ ଦିନରେ ଓଡ଼ିଶାର ସିନେମା ହଲ ଗୁଡିକରେ ଏହି ଚଳଚ୍ଚିତ୍ର ରିଲିଜ୍ ହେବ। ଏହି ଫିଲ୍ମ ଟି ନିଶ୍ଚୟ ଭାବରେ ଦର୍ଶକ ମାନଙ୍କ ମନକୁ ଛୁଇଁବ ବୋଲି ଆଶା ରଖିଛନ୍ତି ଦେବଜାନି। ତେବେ ଆଗାମୀ ଦିନରେ ଏହି ଫିଲ୍ମ ଟି କେଉଁ ରେକର୍ଡ କରୁଛି ତାହା ଦେଖିବା ବାକି ରହିଛି।

About admin

Check Also

ଅମ୍ଳାନ ବହୁତ ରାଗି ! ମୁଁ ଯେତେବେଳେ ହସେ ସେ ମୋ ଉପରେ ଚିଡନ୍ତି: ଏଲିନା | Elina Samantray |

ନିକଟରେ ଏକ ସିନେମା ର ସୁଟିଂ ସରି ଯାଇଛି । ସିନେମା ର ନାଁ ରହିଛି ପ୍ରିୟେ ମୁଁ ତୁମ …

Leave a Reply

Your email address will not be published. Required fields are marked *