Breaking News

ନୂଆ ବୋହୂ ଧାରାବାହିକ ଅଭିନେତା କେକେ(KK) ଙ୍କ ବାହାଘର ଫୁଲ ଭିଡିଓ , ପ୍ରଥମ ଥର ଦେଖନ୍ତୁ …

ଆମ ଓଡ଼ିଆ ସିରିଏଲ୍ ଜଗତରେ ଏଭଳି ଅନେକ କଳାକାର ଅଛନ୍ତି ଯେଉଁମାନେ ନିଜର ଜବରଦସ୍ତ ଅଭିନୟ ବଳରେ ଅନେକ ଲୋକପ୍ରିୟତା ହାସଲ କରିପାରିଛନ୍ତି। ନିଜର ଅଭିନୟ ଦ୍ୱାରା ସେ ଓଡ଼ିଆ ଦର୍ଶକ ମାନଙ୍କୁ ଭରପୁର ମନୋରଞ୍ଜନ ଯୋଗାଇ ଆସୁଛନ୍ତି। ତେବେ ଓଡ଼ିଆ ସିରିଏଲ୍ ଜଗତର ସେହିଭଳି ଜଣେ ଲୋକପ୍ରିୟ ଅଭିନେତା ହେଉଛନ୍ତି କେକେ।

ଯାହାଙ୍କର ଜବରଦସ୍ତ ଅଭିନୟ ଆପଣମାନେ ନୂଆ ବୋହୂ ଧାରାବାହିକରେ ଦେଖିବାକୁ ପାଇଥିବେ। ତାଙ୍କ ଜବରଦସ୍ତ ଅଭିନୟ ଆଜି ତାଙ୍କୁ ଓଡ଼ିଶାର ଘରେ ଘରେ ପରିଚିତ କରାଇପାରିଛି। କେକେ ନିଜ ନାଆଁ ଅପେକ୍ଷା ରାଜ୍ ରାଜେନ୍ଦ୍ର ବଳିଆରସିଂହ ନାମରେ ସାରା ଓଡ଼ିଶାରେ ବେଶ୍ ପରିଚିତ। ନୂଆ ବୋହୂ ଧାରାବାହିକ ରେ ତାଙ୍କର ରାଜ୍ ରାଜେନ୍ଦ୍ର ଚରିତ୍ର କୁ ଆଜି ବି ପ୍ରତିଟି ଓଡ଼ିଆ ଦର୍ଶକ ମନେ ରଖିଛନ୍ତି।

ତେବେ କେକେ ପ୍ରଥମ କରି ଓଟିଭି ରେ ପ୍ରସାରିତ ‘ପରିଚୟ’ ନାମକ ଏକ ଧାରାବାହିକ ରୁ ନିଜ ଅଭିନୟ ଆରମ୍ଭ କରିଥିଲେ। ଏହି ଧାରାବାହିକ ତାଙ୍କୁ ଅଭିନୟ ଦୁନିଆରେ ଏକ ନୂଆ ପରିଚୟ ଦେଇଥିଲା। ଏହାପରେ ସେ ଆଉ ପଛକୁ ଫେରି ଚାହିଁ ନାହାଁନ୍ତି। ଗୋଟିଏ ପରେ ଗୋଟିଏ ଧାରାବାହିକରେ ସେ ଅଭିନୟ କରିଚାଲିଲେ।
ବିଶେଷ କରି ଖଳ ନାୟକ ଭୂମିକାରେ ଲୋକ ମାନେ ତାଙ୍କୁ ଦେଖିବାକୁ ପସନ୍ଦ କଲେ। ତାଙ୍କ ଅଭିନୀତ ପ୍ରଥମ ଚଳଚ୍ଚିତ୍ର ଥିଲା ଲଭ୍ ଡ଼ଟ୍ କମ୍। ତେବେ ନୂଆ ବୋହୂ ଧାରାବାହିକ ଟି ଲୋକ ମାନଙ୍କ ଗହଣରେ ତାଙ୍କୁ ଖୁବ୍ ଲୋକପ୍ରିୟ କରାଇ ପାରିଥିଲା।


ତେବେ ହୁଏତ ଅନେକ ଲୋକ ଜାଣିନଥିବେ , ପ୍ରକୃତ ଜୀବନରେ କେକେ ଙ୍କର ବିବାହ ସରିଯାଇଛି। ତେବେ ନିକଟରେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି କେ କେ ଙ୍କ ବାହାଘର ଭିଡିଓ । ଯାହାକୁ ଏବେ ଲୋକ ମାନେ ବେଶ୍ ପସନ୍ଦ କରୁଛନ୍ତି। ତେବେ ଏହି ଭିଡିଓ ରେ କେ କେ ବେଶ୍ ଖୁସି ଥିବା ନଜର ଆସୁଛନ୍ତି। ଏହି ଭିଡିଓ ଟି ଅନେକ ଲୋକ ଲାଇକ୍ କରିବା ସହ ଭିନ୍ନ ଭିନ୍ନ କମେଣ୍ଟ ମଧ୍ୟ କରୁଛନ୍ତି।

About admin

Check Also

ଶ୍ରୀତମ ଭାଇଙ୍କ ମା ଚାଲିଗଲେ, ଏତେ ବଡ ଦୁଃଖରେ ମୁଁ ତାଙ୍କ ପାଖେ ଠିଆ ହେଇପାରିଲିନି – Buddhaditya Mohanty ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ପ୍ରକୃତ ବନ୍ଧୁ ହେଉଛି ସିଏ ବିପଦ ସମୟ …

Leave a Reply

Your email address will not be published. Required fields are marked *