ସବୁବେଳେ କିଛି ନା କିଛି କାରଣକୁ ନେଇ ଚର୍ଚ୍ଚାରେ ରହି ଆସୁଥିବା ଓଲିଉଡ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭଵ ମହାନ୍ତି ଏବେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ହେଲେ ଏଥର ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ସହ ଘରୋଇ ବିବାଦ ମାମଲାକୁ ନେଇ ନୁହେଁ ବରଂ ନିଜ କ୍ୟାରିୟର କୁ ନେଇ। ଯେପରିକି ସମସ୍ତେ ଜାଣିଥିବେ ଗତ କିଛି ଦିନ ହେବ ଜି ସାର୍ଥକ ଚ୍ୟାନେଲ ରେ ଏକ ରିଆଲିଟି ଶୋ ପ୍ରସାରିତ ହେଉଥିଲା। ଯାହାର ନାଁ ଥିଲା ଦାଦାଗିରି। ଏହି ଶୋ ରେ ହୋଷ୍ଟ ଭାବରେ ନଜର ଆସୁଥିଲେ ସାଂସଦ ଅନୁଭଵ ମହାନ୍ତି। ହେଲେ ନିକଟରେ ସେ ଏହି ଶୋ ରୁ ଆଉଟ୍ ହୋଇଯାଇଛନ୍ତି।
ଏଣିକି ଆଉ ଦର୍ଶକ ମାନେ ଟିଭି ପରଦାରେ ଅନୁଭଵ ଙ୍କ ଦାଦାଗିରି ଦେଖିବାକୁ ପାଇବେ ନାହିଁ। କାରଣ ଏହି ଶୋ କୁ ହୋଷ୍ଟ କରୁଥିବା ଅନୁଭବ ମହାନ୍ତି ଏଣିକି ଆଉ ଏହି ଶୋ ହୋଷ୍ଟ କରିବେ ନାହିଁ। ଏଣିକି ତାଙ୍କ ବଦଳରେ ଏହି ଲୋକପ୍ରିୟ ଶୋ କୁ ହୋଷ୍ଟ କରିବେ ଓଲିଉଡ ର ଅତି ଜଣାଶୁଣା ଅଭିନେତା ତଥା ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର।
କୁହାଯାଉଛି, ବିଭିନ୍ନ ସମୟରେ ବିବାଦକୁ ଆସୁଥିବା କେନ୍ଦ୍ରାପଡ଼ା ସାଂସଦ ଅନୁଭଵ ମହାନ୍ତିଙ୍କ ଉପରେ ବୋଧ ହୁଏ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ଅଭିଶାପ ପଡ଼ି ଯାଇଛି। ସେହି କାରଣରୁ ଅଭିନୟ ,ରାଜନୀତି ଏବଂ ବ୍ୟକ୍ତିଗତ ଜୀବନ ସବୁଥିରେ ଫେଲ ମାରିବା ପରେ ଏବେ ଏହି ବଡ ରିଆଲିଟି ଶୋ ମଧ୍ୟ ଅନୁଭବଙ୍କ ହାତରୁ ଚାଲି ଯାଇଛି।
ତେବେ ସୂଚନାଯୋଗ୍ୟ ଯେ, ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ନି-ର୍ଯା-ତ-ନା ଦେଇ ବିବାଦୀୟ ହୋଇପଡ଼ିବା ପରେ ଧିରେ ଧିରେ ଅନୁଭଵଙ୍କ ଲୋକପ୍ରିୟତା କମିବାରେ ଲାଗିଲା। ଏମିତିକି ଶାସକ ଦଳ ମଧ୍ୟ ଅନୁଭଵଙ୍କ ଠାରୁ ଦୂରେଇ ରହୁଥିଲେ। ଆଉ ଏହାପରେ ନିଜ ଛବି ସୁଧାରିବାକୁ ଯାଇ ଅନୁଭଵ ଟିଭି ଶୋ ଦୁନିଆରେ ଲୋକପ୍ରିୟତା ହାସଲ କରିବାକୁ ଚେଷ୍ଟା କରିଲେ। ହେଲେ ଏଥିରେ ବି ସତେ ଯେପରି କାହାର ଅଭିଶାପ ପଡିଯାଇଥିଲା।
ଏହି ଶୋ କୁ କିଛି ମାସ ନପୂରୁଣୁ ଏବେ ଅନୁଭଵ ଏହି ଶୋ ରୁ ଆଉଟ୍ ହୋଇଯାଇଛନ୍ତି। ହେଲେ ନିଜର ସବୁ ହାରିବା ପରେ ମଧ୍ୟ ସୋସିଆଲ ମିଡିଆକୁ ଆସି ନିଜ ଫ୍ୟାନ୍ସ୍ ମାନଙ୍କୁ ସାନ୍ତ୍ଵନା ଦେବାକୁ ଭୁଲି ନାହାନ୍ତି ଅନୁଭଵ। ନିଜର ପ୍ରଶଂସକ ମାନଙ୍କୁ ଧୈର୍ଯ୍ୟ ନହରେଇବା ସହ ଆଗକୁ କିଛି ଭଲ ହେବାକୁ ଥିବା ସେ କହିଛନ୍ତି। ତେବେ ତାଙ୍କର ଏଭଳି କଥା ପଛରେ କଣ ଲୁଚି ରହିଛି ତାହା ଆଗାମୀ ସମୟ କହିବ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।