Breaking News

ପତ୍ନୀଙ୍କ ମୁହଁରେ ନିଶ ଦାଢି ଉଠିବାରୁ ଛାଡପତ୍ର ଦେଲେ ସ୍ୱାମୀ, ଏବେ ସେହି ମହିଳା ସମସ୍ତଙ୍କ ପାଇଁ ପ୍ରେରଣା …

ନିକଟରେ ସୋସିଆଲ ମିଡିଆରେ ଏକ ଭିଡ଼ିଓ ଦେଖିବାକୁ ମିଳିଛି । ଭିଡ଼ିଓ ରେ ଜଣେ ମହିଳା ଙ୍କ ର ନିଶା ଦାଢ଼ି ଉଠିଥିବା ର ଜଣା ପଡ଼ିଛି । ଆଉ ଏହି କାରଣ ପାଇଁ ତାଙ୍କର ଛାଡ଼ପତ୍ର ମଧ୍ୟ ହୋଇ ଯାଇଛି । ଆପଣ ମାନେ କିଛି ବି କରନ୍ତୁ ନା କାହିଁକି ହେଲେ କାହାର ହିନ ମାନସିକତା କୁ ବଦଳାଇ ପାରିବେ ନାହିଁ । ଆଉ ସେମିତି କିଛି ହୋଇଛି ଏହି ମହିଳା ଙ୍କ ଜୀବନରେ । ସତ ଜନ୍ମ ର ସାଥି ହେବା ପାଇଁ କଥା ଦେଇଥିବା ତାଙ୍କ ସ୍ଵାମୀ ଅଧା ବାଟରେ ହାତ ଛାଡ଼ି ଦେଇଛନ୍ତି ।

ଏହି ମହିଳା ଙ୍କ ର ଘର ହେଉଛି ପଞ୍ଜାବ ରେ । ଆଉ ତାଙ୍କର ନାମ ହେଉଛି ମନ୍ ଦୀପ କୋର୍। ମନ୍ ଦୀପ ଙ୍କ ଶରୀର ଦେଖିବାକୁ ଜଣେ ପଞ୍ଜାବୀ ଯୁବକ ଙ୍କ ଭଳି । ମୁହଁ ରେ ତାଙ୍କର ପଞ୍ଜାବୀ ଯୁବକ ମାନଙ୍କ ଭଳି ନିଶ ଦାଢ଼ି ରହିଛି । ଆଉ ତାଙ୍କ କଥା ନ ଶୁଣିବା ଯାଏ ସେ ଜଣେ ମହିଳା ବୋଲି କେହି ବିଶ୍ବାସ କରି ପାରନ୍ତି ନାହିଁ । ମନ୍ ଦୀପ ଙ୍କ ର ଜୀବନ କାହାଣୀ ଶୁଣିଲେ ଯେ କେହି ବି ଆଶ୍ଚର୍ୟ୍ଯ ହୋଇ ଯିବ।

ସବୁ ଝିଅ ଙ୍କ ଭଳି ମନ୍ ଦୀପ ବିବାହ କରିଥିଲେ । ନିଜ ସ୍ଵାମୀ ଙ୍କ ସହିତ ସୁଖରେ ସଂସାର କରିବା କଥା ଭାବିଥିଲେ । ହେଲେ ବିବାହ ପରେ କିଛି ବର୍ଷ ସେ ସୁଖରେ ଘର ସଂସାର କରିଥିଲେ । ହେଲେ ଯେତେବେଳେ ତାଙ୍କ ସ୍ଵାମୀ ଜାଣିଥିଲେ ତାଙ୍କ ମୁହଁ ରେ ନିଶ ଦାଢ଼ି ଉଠିବା କଥା ସେ ତାଙ୍କ ସହିତ ରହିବା ପାଇଁ ରାଜି ହୋଇ ନଥିଲେ । ମନ୍ ଦୀପ ଙ୍କୁ ତାଙ୍କ ସ୍ଵାମୀ ଛାଡ଼ପତ୍ର ଦେଇଥିଲେ ।

ମନ୍ ଦୀପ ହଠାତ୍ ଭାଙ୍ଗି ପଡ଼ିଥିଲେ କିନ୍ତୁ ସେ ତାଙ୍କ ଦୁଃଖ କୁ ତାଙ୍କର ତାକତ୍ ବନାଇ ଦେଲେ । ସେ ଗୁରୁଦ୍ୱାର ଯାଇଥିଲେ ଏବଂ ସେଠୀ ତାଙ୍କ ମନକୁ ଶାନ୍ତି ମିଳିଥିଲା । ଆଉ ସେ ତାଙ୍କ ଜୀବନ ର ସତ୍ୟ କୁ ଗ୍ରହଣ କରି ନେଇଥିଲେ । ସେ ତାଙ୍କ ମୁହଁ ର ଦାଢ଼ି କୁ ଆଉ କାଟିଲେ ନାହିଁ ଯାହା ତାଙ୍କୁ ଭଗବାନ୍ ଦେଇଛନ୍ତି ସେ ସେଇ ହିସାବ ରେ ବଞ୍ଚିବା ପାଇଁ ନିଷ୍ପତି ନେଲେ । ଆଉ ଏବେ ସେ ନିଜ ଭାଇ ମାନଙ୍କ ସହିତ ମିଶି କୃଷି କରୁଛନ୍ତି ଏବଂ ତାଙ୍କ ଜୀବନ ରେ ସେ ବହୁତ୍ ଖୁସିରେ ଅଛନ୍ତି ।।

About admin

Check Also

ଅମ୍ଳାନ ବହୁତ ରାଗି ! ମୁଁ ଯେତେବେଳେ ହସେ ସେ ମୋ ଉପରେ ଚିଡନ୍ତି: ଏଲିନା | Elina Samantray |

ନିକଟରେ ଏକ ସିନେମା ର ସୁଟିଂ ସରି ଯାଇଛି । ସିନେମା ର ନାଁ ରହିଛି ପ୍ରିୟେ ମୁଁ ତୁମ …

Leave a Reply

Your email address will not be published. Required fields are marked *