Breaking News

ପଦ୍ମ ନାଡ ରେ ଡ୍ରେସ୍ ତିଆରି କରି ଚର୍ଚ୍ଚାରେଭାରତର ଝିଅ ବିଜୟଶାନ୍ତି ! ଦେଖିଲେ ଆପଣ ବି ଆଶ୍ଚର୍ଯ ହେବେ – ଦେଖନ୍ତୁ

ପ୍ରକୃତି ଆମକୁ ସବୁକିଛି ଦେଉଛି। ଖାଦ୍ୟ, ବାସ ଗୃହ ହେଉ କିମ୍ବା ବସ୍ତ୍ର ପ୍ରକୃତି ଆମକୁ ସବୁକିଛି ଯୋଗାଇ ଆସୁଛି। ଆଜିର ଆଧୁନିକ ସମୟରେ ବି ପ୍ରକୃତି କୁ ନେଇ ଆମେ ଆମର ଜୀବନ ଜୀବିକା ବଞ୍ଚିପାରିବା। ତେବେ ଏହି ଉକ୍ତି ଟିକୁ ଏବେ ସତ କରି ଦେଖାଇଛନ୍ତି ମଣିପୁରର ବିସ୍‌ନୁପୁର ଜିଲ୍ଲାର ଜଣେ ୨୭ ବର୍ଷୀୟ ମହିଳା ବିଜୟଶାନ୍ତି। ପଦ୍ମ ନାଡ ରୁ ସେ ପୋଷାକ କରି ଏବେ ଖୁବ୍ ଚର୍ଚ୍ଚାରେ।

ବିଜୟଶାନ୍ତି ପ୍ରସିଦ୍ଧ ଲୋକଟକ ହ୍ରଦ ନିକଟରେ ଥିବା ଥାଙ୍ଗା ଟୋଙ୍ଗବ୍ରାମ ଅଞ୍ଚଳର ରୁହନ୍ତି। ବୁଟନି ରେ ଗ୍ରଜୁଏସନ୍ ସାରିବା ପରେ ନିଜ ରାଜ୍ୟର ଫୁଲ ଓ ପତ୍ରକୁ ନେଇ ସେ କିଛି କରିବାର ସ୍ବପ୍ନ ଦେଖିଥିଲେ। ବିଜୟଶାନ୍ତି ଙ୍କ ବାପା ଙ୍କ ସାଙ୍ଗ ଥରେ ତାଙ୍କୁ କହିଥିଲେ ଯେ ସେ କିଭଳି ପଦ୍ମ ନାଡ ରୁ କପଡ଼ା ତିଆରି କରିପାରିବେ। ସେହି କଥାକୁ ମନେ ରଖି ବିଜୟଶାନ୍ତି ଆରମ୍ଭ କରିଥିଲେ ନିଜ କାମ।

କରୋନା ମହାମାରୀ ସମୟରେ ଯେତେବଳେ ଲୋକମାନେ ଆର୍ଥିକ ଅନଟନରେ ଗତି କରୁଥିଲେ ଏବଂ ବୃତ୍ତି ହରାଉଥିଲେ, ସେ ସମୟରେ ବିଜୟଶାନ୍ତି ଏମିତି ଏକ ନିଆରା ଉପାୟରେ ରୋଜଗାର ଆରମ୍ଭ କରିଥିଲେ। ପଦ୍ମ ନାଡ ରୁ ସେ ସୁନ୍ଦର ପୋଷାକ କରିବା ଆରମ୍ଭ କରିଥିଲେ ।

 

କେବଳ ସେ ଏକା ନୁହନ୍ତି ୧୫ ଜଣ ମହିଳା ତାଙ୍କ ସହ ଏହି ପ୍ରକଳ୍ପରେ ଜଡ଼ିତ ଅଛନ୍ତି। ଆହୁରି ୨୦ଜଣ ମହିଳାଙ୍କୁ ସେ ତାଲିମ ଦେଉଛନ୍ତି। ରେଗୁଲାର ସିଲ୍କ ଠାରୁ ଲୋଟସ ସିଲ୍କ ର ବିଦେଶ ବଜାରରେ ୧୦ ଗୁଣ ବେଶୀ ଚାହିଦା ରହିଛି। ଏହି କପଡ଼ାରେ ଅତି ସୁନ୍ଦର ପୋଷାକ ତିଆରି କରାଯାଇ ବିଦେଶରେ ବିକ୍ରି କରାଯାଉଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ରେଡିଓ କାର୍ଯ୍ୟକ୍ରମ ‘ମନ୍ ‌କି ବାତ୍’ରେ‌ ବିଜୟଶାନ୍ତିଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି। ମଣିପୁରର ମୁଖ୍ୟମନ୍ତ୍ରୀ ଏନ୍‌ ବିରେନ ସିଂହ ଟ୍ୱିଟ୍ କରି ବିଜୟଶାନ୍ତିଙ୍କ ସୂତା ଏବଂ କପଡ଼ା ତିଆରି ଉଦ୍ୟମକୁ ପ୍ରଶଂସା କରିଛନ୍ତି। ତେବେ ଏଭଳି ଭିନ୍ନ ଉପାୟରେ ବିଜୟଶାନ୍ତି ଦେଶ ନାଁ କୁ ଆଉ ପାଦେ ଆଗେଇ ନେଇଛନ୍ତି।ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ।

About admin

Check Also

ଶ୍ରୀମନ୍ଦିର ଗର୍ଭ ଗୃହରେ ଶୁଭୁଛି ବିକଟାଳ ଶବ୍ଦ, ଶାନ୍ତିରେ ଶୋଇପାରୁନି କାଳିଆ – ଦେଖନ୍ତୁ ଭିଡିଓ

ପୁରୀ ଶ୍ରୀମନ୍ଦର କୁ ନେଇ ଏକ ବହୁତ୍ ବଡ଼ ଖବର ଆସି ପହଞ୍ଚିଛି। ମଣିଷ ହାର ମାନୀଛି ଆଉ ସହାୟତା …

Leave a Reply

Your email address will not be published. Required fields are marked *