ଆପଣଙ୍କର କେବେ ନାଁ କେବେ ନିଶ୍ଚୟ ଜାଣିବାକୁ ଇଚ୍ଛା ହେଉଥିବ ଯେ ଏରୋପ୍ଲେନ ଚଳାଉଥିବା ପାଇଲଟ ମାନଙ୍କର ଦରମା କେତେ? ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଗୋଟିଏ ବସ୍, ଟ୍ରେନ କିମ୍ବା ଶିପ ଚାଳକ ଠାରୁ ବି ଜଣେ ପାଇଲଟ ଦଶ ଗୁଣ ଅଧିକ ଦରମା ପାଇଥାନ୍ତି। ଆଉ ଏହା ବି ଜାଣିଲେ ଆଶ୍ଚର୍ୟ୍ଯ ହେବେ ଜଣେ ପାଇଲଟ ଙ୍କର ଅନ୍ୟ ଯାନ ଚାଳକ ମାନଙ୍କ ତୁଳନାରେ କମ୍ କାମ ଥାଏ।
ସେମାନେ କେବଳ ବସିଥାନ୍ତି ଆସି ଏରୋପ୍ଲେନ ଅଟୋମେଟିକ୍ ମୋଡ଼ ରେ ଚାଲିଥାଏ। ତେବେ ଆସନ୍ତୁ ଜାଣିବା ଏ ବିଷୟରେ ଅଧିକ କିଛି। ତେବେ ପ୍ରତ୍ୟେକ ପାଇଲଟ ମାନଙ୍କ ଦରମା ଅଲଗା ଅଲଗା ହୋଇଥାଏ। କାରଣ ଏହା ଏକ ବେସରକାରୀ ସଂସ୍ଥା ଭଳି। ଯଦି କେହି ଜଣେ ଏକ ବଡ଼ ଏରୋପ୍ଲେନ ର ପାଇଲଟ ଅଛନ୍ତି ତେବେ ତାଙ୍କୁ ଛୋଟ ଏରୋପ୍ଲେନ ଚଳାଉଥିବା ପାଇଲଟ ଙ୍କ ତୁଳନାରେ ବେଶୀ ଦରମା ମିଳିଥାଏ।
ସେହିଭଳି ଯଦି ଜଣେ ଇଣ୍ଟରନ୍ୟାସନାଲ ଫ୍ଲାଇଟ୍ ରେ ପାଇଲଟ ଅଛନ୍ତି ତେବେ ତାଙ୍କୁ ଡୋମେଷ୍ଟିକ ଫ୍ଲାଇଟ୍ ର ପାଇଲଟ ଙ୍କ ତୁଳନାରେ ତିନି ଗୁଣ ଅଧିକ ଦରମା ମିଳିଥାଏ। କୌଣସି ବ୍ୟକ୍ତିଙ୍କୁ ନୂଆ କରି ପାଇଲଟ ସାଇଲେନ୍ସ ମିଳିସାରିଲା ପରେ ପ୍ରଥମେ ତାଙ୍କୁ ଛୋଟ ଏରୋପ୍ଲେନ୍ ଉଡେଇବାକୁ ସୁଯୋଗ ଦିଆଯାଏ। ସେହି ସମୟରେ ତାଙ୍କୁ ଜୁନିଅର ଫାର୍ଷ୍ଟ୍ ଅଫିସର କୁହାଯାଏ। ଆଉ ତାଙ୍କ ଦରମା ୧ ଲକ୍ଷ ୫୦ ହଜାର ରୁ ୧ ଲକ୍ଷ ୮୦ ହଜାର ମଧ୍ୟରେ ହୋଇଥାଏ।
ଧୀରେ ଧୀରେ ଅଭିଜ୍ଞତା ବଢିବା ସହିତ ତାଙ୍କର ଦରମା ମଧ୍ୟ ବଢ଼ି ବଢ଼ି ଯାଏ। ଆଉ ତାଙ୍କୁ ବଡ଼ ଏରୋପ୍ଲେନ୍ ଉଡେଇବାର ସୁଯୋଗ ମଧ୍ୟ ଦିଆଯାଏ। ଜୁନିଅର ଫାର୍ଷ୍ଟ୍ ଅଫିସରରୁ ପ୍ରମୋସନ୍ ହୋଇ ଫାର୍ଷ୍ଟ୍ ଅଫିସର ହେବାପରେ ତାଙ୍କ ଦରମା ବଢ଼ି ୩ ଲକ୍ଷ ରୁ ୩ ଲକ୍ଷ ୫୦ ହଜାର ମଧ୍ୟରେ ମିଳିଥାଏ। ଆଉ ଫାର୍ଷ୍ଟ୍ ଅଫିସର ଭାବରେ ଅଢେଇ ବର୍ଷର ଅଭିଜ୍ଞତା ପରେ ତାଙ୍କୁ ସିନିୟର୍ ଫାର୍ଷ୍ଟ୍ ଅଫିସର ର ପଦ ମିଳିଥାଏ। ସେହି ସମୟରେ ତାଙ୍କ ଦରମା ୪ ଲକ୍ଷ ୫୦ ହାଜର ହୋଇଥାଏ।
ପୁଣି ୪ ବର୍ଷର ଅଭିଜ୍ଞତା ପରେ ତାଙ୍କ ପ୍ରମୋସନ୍ ହୋଇଥାଏ। ଏହି ସମୟରେ ତାଙ୍କୁ କ୍ୟାପଟେନ କୁହାଯାଏ। ଆଉ କ୍ୟାପଟେନ ହେବା ପରେ ତାଙ୍କ ଦରମା ୭ ଲକ୍ଷ ଟଙ୍କା ହୋଇଥାଏ। କ୍ୟାପଟେନ ହେବାପରେ ତାଙ୍କୁ ବିଳାସପୂର୍ଣ୍ଣ ଏରୋପ୍ଲେନ୍ ଉଡେଇବାର ସୁଯୋଗ ମିଳିଥାଏ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।