ଓଲିଉଡ଼ ଅଭିନେତା ସ୍ବର୍ଗତ ପିଣ୍ଟୁ ନନ୍ଦ ଙ୍କ ର ଦ୍ୱାଦଶାହ କର୍ମ ଶେଷ ହୋଇ ଯାଇଛି। ଆଉ ତାଙ୍କ ସ୍ତ୍ରୀ ଙ୍କ ସହିତ ଦୁଇ ପୁଅ ଉପସ୍ଥିତ ହୋଇଛନ୍ତି । ଅଭିନେତା ପିଣ୍ଟୁ ନନ୍ଦ ଙ୍କ ସ୍ତ୍ରୀ ତାଙ୍କ ସ୍ଵାମୀ ଙ୍କ ଫୋଟୋ ରେ ପୁଷ୍ପ ଅର୍ପଣ କରି ତାଙ୍କୁ କ୍ଷମା ମାଗିଛନ୍ତି । ଏବଂ ତାଙ୍କ ପୁଅ ଦୁଇ ଜଣ ମଧ୍ୟ ବାପା ଙ୍କ ଫୋଟୋ ରେ ପୁଷ୍ପ ଅର୍ପଣ କରି ହାତ ଯୋଡ଼ି ପ୍ରଣାମ କରିଛନ୍ତି । ଆଉ କହୁଛନ୍ତି ଯେ ମାଆ ଙ୍କ ସହିତ ତୁମର ଝଗଡ଼ା ହେଲା ଆଉ ତୁମେ ଆମ ଉପରେ କାହିଁକି ରାଗିଲ ଆମକୁ ଏତେ ବଡ଼ ଦଣ୍ଡ କାହିଁକି ଦେଲ ।
ଏ ଦୁନିଆଁ ରେ ସବୁଦିନ ପାଇଁ ଆମେ ଅନାଥ ହୋଇଗଲୁ । ମାଆ କହୁଥିଲେ ତୁମେ ଦିନେ ନା ଦିନେ ଫେରି ଆସିବ ହେଲେ ତୁମେ ଆମ ସମସ୍ତଙ୍କ ଉପରେ ରାଗି ସବୁଦିନ ପାଇଁ ଆମକୁ ଛାଡ଼ି ଚାଲିଗଲ । ଏ ଭଳି କିଛି କହି ଦୁଇ ପୁଅ ବାପା ଙ୍କୁ ଝୁରି ହେଉଛନ୍ତି।କିଛି ବର୍ଷ ପୂର୍ବରୁ ଅଭିନେତା ପିଣ୍ଟୁ ନନ୍ଦ ଏବଂ ତାଙ୍କ ସ୍ତ୍ରୀ ଙ୍କ ମଧ୍ୟରେ ଛାଡ଼ପତ୍ର ହୋଇ ଯାଇଥିଲା। କିଛି ବ୍ୟକ୍ତିଗତ ସମସ୍ୟା କୁ ନେଇ ଦୁହିଁଙ୍କ ଭିତରେ ଝଗଡ଼ା ହୋଇ ଥିଲା। ଆଉ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ସ୍ତ୍ରୀ ଛାଡ଼ପତ୍ର ନେଇ ସବୁଦିନ ପାଇଁ ପିଲା ମାନଙ୍କୁ ସାଙ୍ଗରେ ନେଇ ପିଣ୍ଟୁ ନନ୍ଦ ଙ୍କୁ ଛାଡି ଚାଲି ଯାଇଥିଲେ।
ପିଣ୍ଟୁ ନନ୍ଦ ତାଙ୍କ ପରିବାର ଠାରୁ ଦୂର ରେ ରହି ବହୁତ୍ ଦୁଃଖ ରେ ରହୁଥିଲେ । ନିଜ କଷ୍ଟ କୁ ଭୁଲିବାକୁ ଯାଇ ସେ ନିଶା ଗ୍ରସ୍ତ ହୋଇ ପଡ଼ିଥିଲେ ଆଉ ଯାହା ଫଳରେ ସେ ଅସୁସ୍ଥ ହୋଇ ପଡ଼ିଥିଲେ। ଅତ୍ୟଧିକ ମଦ ପିଇବା ଦ୍ଵାରା ତାଙ୍କର ଲିଭର ନଷ୍ଟ ହୋଇ ଯାଇଥିଲା। ଡକ୍ଟର ତାଙ୍କୁ ଲିଭର ଟ୍ରାନ୍ସ୍ ପ୍ଲାଣ୍ଟ କରିବା ପାଇଁ ପରାମର୍ଶ ଦେଇଥିଲେ । ସମସ୍ତେ ପ୍ରାଣପଣେ ଶତ ଚେଷ୍ଟା କରିଥିଲେ ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ ବଞ୍ଚେଇ ରଖିବା ପାଇଁ । ହେଲେ ସଠିକ୍ ସମୟରେ ଲିଭର ଡୋନର ନ ମିଳିବା କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା।
ଜୀବନରେ ଯେତେ ଝଗଡ଼ା ହେଉ ନା କାହିଁକି ସ୍ଵାମୀ ସ୍ତ୍ରୀ ର ସମ୍ପର୍କ ଏକ ନିଆରା ସମ୍ପର୍କ । ଅଭିନେତା ପିଣ୍ଟୁ ନନ୍ଦ ଙ୍କ ମୃତ୍ୟୁ ଖବର ଶୁଣିବା ମାତ୍ରେ ସ୍ଵାମୀ ଙ୍କୁ ଶେଷ ଥର ପାଇଁ ଦେଖା କରିବାକୁ ଦଉଡି ଆସିଥିଲେ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ସ୍ତ୍ରୀ । ଆଉ ସାଙ୍ଗରେ ଦୁଇ ପୁଅ ଙ୍କୁ ମଧ୍ୟ ନେଇ ଆସିଥିଲେ । ସ୍ଵାମୀ ଙ୍କ ମୃତ ଶରୀର କୁ ଦେଖି ଜୀବନରେ ଘଟିଥିବା ସବୁ ଝଗଡ଼ା ରାଗ ଋଷା ଗୋଟିଏ ମୁହୂର୍ତ୍ତରେ ଚାଲି ଯାଇଥିଲା । ଆଉ ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ ମନେ ପକାଇ କାନ୍ଦୁଛନ୍ତି ତାଙ୍କ ସ୍ତ୍ରୀ ଓ ଦୁଇ ପୁଅ।।