ଓଡ଼ିଆ ଅଭିନେତା ସ୍ବର୍ଗତ ପିଣ୍ଟୁ ନନ୍ଦ ଙ୍କ ବିଷୟରେ କିଛି ବ୍ୟକ୍ତିଗତ କଥା ସେୟାର କରିଛନ୍ତି ଅଭିନେତା ବବି ମିଶ୍ର। ସେ କହିଛନ୍ତି ଯେ ପିଣ୍ଟୁ ନନ୍ଦ ଙ୍କୁ ସମସ୍ତେ କହୁଛନ୍ତି ଯେ ସେ ଭଲ ଲୋକ ନଥିଲା ମାଡ଼ ପିଉଥିଲା ଆଉ ମାଡ଼ ପିଇ କି ମରିଗଲା । ହେଲେ ତାଙ୍କ ଭିତରେ ଲୁଚି ରହିଥିବା କଷ୍ଟ କୁ କେହି ଦେଖି ନାହାଁନ୍ତି । ଖାଲି ପିଣ୍ଟୁ ନନ୍ଦ ନୁହଁନ୍ତି କିଛି ଲୋକ ଙ୍କୁ ଛାଡ଼ି ଦେଲେ ପ୍ରାୟତଃ ସମସ୍ତେ ଏଠି ମଦ ପିଉ ଛନ୍ତି।
ତାହେଲେ ଆଜି ପିଣ୍ଟୁ ନନ୍ଦ ଙ୍କୁ କାହିଁକି ଏ ବଦନାମ୍ କରା ଯାଉଛି । ଅଭିନେତା ବବି ମିଶ୍ର କହିଛନ୍ତି ଯେ ଖାଲି ତାକୁ ନୁହେଁ ବହୁତ୍ ଲୋକ ମୋତେ ବି ଖରାପ କୁହନ୍ତି । ଆଉ ମୋର ହେଉ କି ପିଣ୍ଟୁ ନନ୍ଦ ଙ୍କ ର ହେଉ କିଛି ଭିଡ଼ିଓ ରେ ବହୁତ୍ ଖରାପ କମେଣ୍ଟ କରନ୍ତି । ସେମାନେ ଭୁଲଯାଆନ୍ତି ଯେ ଆମେ ବି ମଣିଷ ଆଉ ଖରାପ୍ କମେଣ୍ଟ ଦେଖିଲେ ଆମକୁ ବି ବହୁତ୍ କଷ୍ଟ ଲାଗେ ।
ସେ କହିଛନ୍ତି ଯେ କଳାକାର ମାନେ ସବୁବେଳେ ଦର୍ଶକ ମାନଙ୍କ ର ମନୋରଞ୍ଜନ କରିବା କଥା ହିଁ ଚିନ୍ତା କରିଥାନ୍ତି। ଖରା ବର୍ଷା ଶୀତ ସହି ଅଭିନୟ ଜାରି ରଖିଥାନ୍ତି । ଆଉ ତା ବଦଳରେ ଚାହାନ୍ତି ଖାଲି ତାଳି। ଦର୍ଶକ ମାନଙ୍କ ମୁହଁରୁ ହସ । ହେଲେ ଏଠି କାହା ବ୍ୟକ୍ତିଗତ ଜୀବନ କୁ ନେଇ ହସ୍ତକ୍ଷେପ କରିବା ଉଚିତ୍ ନୁହେଁ । ସେ କହିଛନ୍ତି ଯେ ଯଦି କିଛି ଭଲ କହି ପାରୁ ନାହାଁନ୍ତି ତାହାଲେ ଦୟାକରି କୌଣସି ଖରାପ କମେଣ୍ଟ ଦିଅନ୍ତୁ ନାହିଁ ।ବହୁତ୍ କଷ୍ଟ ଲାଗୁଛି।
ଆଉ ସେ କହିଛନ୍ତି ଯେ ସେ କେବେ ବି କୌଣସି କଥା ଲୁଚେଇ କି ରଖି ପାରନ୍ତି ନାହିଁ । ହେଲେ ଖୁସି ସେୟାର କରନ୍ତି କିନ୍ତୁ ନିଜ ଦୁଃଖ କୁ କେବେ କାହା ଆଗରେ କୁହନ୍ତି ନାହିଁ । ଆଜି ଅଭିନେତା ପିଣ୍ଟୁ ନନ୍ଦ ନାହାନ୍ତି । ମଦ ପିଇବା ପଛରେ ତାଙ୍କର କିଛି ବ୍ୟକ୍ତିଗତ ସମସ୍ୟା ରହିଛି । ତାଙ୍କୁ କିଛି ଖରାପ୍ ନ କହିବା ପାଇଁ ସେ ହାତ ଯୋଡ଼ି ସୋସିଆଲ ମିଡ଼ିଆ ମାଧ୍ୟମରେ ଜଣାଇ ଛନ୍ତି।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।