ଅଭିନେତା ପିଣ୍ଟୁ ନନ୍ଦ ଙ୍କ ମୃତ୍ୟୁ କୁ ଆଜି ହୋଇଛି ଦଶ ଦିନ । ଏବଂ ଆଜି ତାଙ୍କର ଦଶାହ କର୍ମ କରା ଯାଇଛି। ପରିବାର ସଦସ୍ୟ ଙ୍କ ର କାନ୍ଦ ବୋବାଳି ରେ ଦଶ ତୁଠ ଫାଟି ପଡ଼ିଛି । ଅଭିନେତା ପିଣ୍ଟୁ ନନ୍ଦ ଙ୍କ ର ଦୁଇ ପୁଅ ଲଣ୍ଡା ହୋଇ ଛନ୍ତି। ଆଉ ତାଙ୍କର ଆତ୍ମା ର ଶାନ୍ତି ପାଇଁ ଘରେ ପୂଜା ପାଠ ମଧ୍ୟ କରା ଯାଇଛି । ଅଭିନେତା ପିଣ୍ଟୁ ନନ୍ଦ ଙ୍କ ଦଶ କର୍ମ ପୂଜା ରେ ତାଙ୍କ ଦୁଇ ପୁଅ ସହିତ ତାଙ୍କ ସ୍ତ୍ରୀ ପ୍ରତିଭା ମଧ୍ୟ ବସିଛନ୍ତି।
ଅଭିନେତା ପିଣ୍ଟୁ ନନ୍ଦ ଙ୍କ ସ୍ତ୍ରୀ ପ୍ରତିଭା ସ୍ଵାମୀ ଙ୍କୁ ମନେ ପକାଇ ବାହୁନି ବାହୁନି କାନ୍ଦୁଛନ୍ତି । ଆଉ ମନେ ମନେ ଭାଗ୍ୟ କୁ ନିନ୍ଦା କରୁଛନ୍ତି । ଯଦି ଆଜି ସେ ତାଙ୍କୁ ଛାଡି କି ନ ଯାଇଥାନ୍ତେ ତା ହେଲେ ତାଙ୍କୁ ଆଜି ଏ ଭଳି ଦିନ ଦେଖିବା କୁ ପଡି ନଥାନ୍ତା।ସେ ଆଜି ଏମିତି ସ୍ଵାମୀ ଙ୍କୁ ହରାଇ କାନ୍ଦୁ ନଥାନ୍ତେ। କି ତାଙ୍କ ଦୁଇ ପୁଅ ଆଜି ବାପା ଛେଉଣ୍ଡ ହୋଇ ନଥାନ୍ତେ।
ହେଲେ ପାରିବାରିକ କଳହ କୁ ନେଇ ଦୁଇ ଜଣଙ୍କ ମଧ୍ୟରେ ଝଗଡ଼ା ହୋଇ ଥିଲା। ଆଉ କିଛି ବର୍ଷ ପୂର୍ବରୁ ପିଣ୍ଟୁ ନନ୍ଦ ଓ ପ୍ରତିଭା ଙ୍କ ର ଡିଭୋର୍ସ୍ ହୋଇ ଯାଇଥିଲା। ସେମାନେ ଅଲଗା ରହୁଥିଲେ । ହେଲେ ଅଭିନେତା ପିଣ୍ଟୁ ନନ୍ଦ ସ୍ତ୍ରୀ ଆଉ ଛୁଆ ମାନଙ୍କୁ ବହୁତ୍ ମନେ ପକାଉ ଥିଲେ। ପରିବାର ଠାରୁ ଅଲଗା ରହି ଶାନ୍ତି ରେ ନିଶ୍ଵାସ ମାରି ପାରୁ ନଥିଲେ ।
ଆଉ ନିଶା କୁ ଆଦରି ନେଇଥିଲେ । ଅତ୍ୟଧିକ ନିଶା ସେବନ କରିବା କାରଣ ରୁ ତାଙ୍କର ଲିଭର ନଷ୍ଟ ହୋଇ ଯାଇଥିଲା । ଆଉ ସଠିକ୍ ସମୟରେ ଲିଭର ଡୋନର ନ ମିଳିବା କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା । କେହି ବିଶ୍ବାସ ବି କରି ପାରୁ ନାହାଁନ୍ତି ଯେ କାଲି ଏତେ ହସାଉ ଥିବା ମଣିଷ ଟି ଆଜି ଆଉ ଏ ଦୁନିଆଁ ରେ ନାହିଁ । ଭଗବାନ୍ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ଆତ୍ମଙ୍କୁ ଶାନ୍ତି ଦିଅନ୍ତୁ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।