ଓଡ଼ିଆ ଅଭିନେତା ସ୍ୱର୍ଗତ ପିଣ୍ଟୁ ନନ୍ଦ ଙ୍କ ର ଦ୍ବାଦଶ କର୍ମ ଶେଷ ହୋଇଛି । ଆଉ ତାଙ୍କ ଦ୍ବାଦଶ କର୍ମ ରେ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ସ୍ତ୍ରୀ ଏବଂ ଦୁଇ ପୁଅ ଉପସ୍ଥିତ ରହିଥିଲେ । ପିଣ୍ଟୁ ନନ୍ଦ ଙ୍କ ସ୍ତ୍ରୀ ଏବଂ ପୁଅ ତାଙ୍କ ବାପା ଙ୍କ ଫୋଟୋ ରେ ପୁଷ୍ପ ଅର୍ପଣ କରିଛନ୍ତି । କିଛି ବର୍ଷ ପୂର୍ବରୁ ଅଭିନେତା ପିଣ୍ଟୁ ନନ୍ଦ ଏବଂ ତାଙ୍କ ସ୍ତ୍ରୀ ଙ୍କ ମଧ୍ୟରେ ଛାଡ଼ପତ୍ର ହୋଇ ଯାଇଥିଲା।
ଦୁହିଁଙ୍କ ମଧ୍ୟରେ କୌଣସି ସମ୍ପର୍କ ନଥିଲା । ସେ ପିଣ୍ଟୁ ନନ୍ଦ ଙ୍କ ଘର ଛାଡ଼ି ତାଙ୍କ ଦୁଇ ପୁଅ ଙ୍କ ସହିତ ତାଙ୍କ ବାପା ଙ୍କ ଘରେ ରହୁଥିଲେ । ହେଲେ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ମୃତ୍ୟୁ ଖବର ଶୁଣି ସେ ଜୀବନର ସବୁ ରାଗ ରୁଷା ଭୁଲି ଦଉଡି ଆସିଥିଲେ ତାଙ୍କ ସ୍ଵାମୀ ଙ୍କ ଶେଷ ଦର୍ଶନ କରିବା ପାଇଁ । ଏବଂ ତାଙ୍କ ସ୍ଵାମୀ ଙ୍କ ପାଖରେ ବସି ବହୁତ୍ କାନ୍ଦି ଥିଲେ ।
ବର୍ତ୍ତମାନ ସେ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ଘରେ ରହିବେ ନା ତାଙ୍କ ବାପା ଙ୍କ ଘରକୁ ଚାଲିଯିବେ ଏ ଯାଏ କିଛି ଜଣାଇ ନାହାନ୍ତି । ଆଉ ପିଣ୍ଟୁ ନନ୍ଦ ଙ୍କ ବଡ଼ ଭାଇ ଅଭିରାମ ନନ୍ଦ କହିଛନ୍ତି ଯେ ସବୁ କିଛି ତାଙ୍କ ଇଚ୍ଛା ଉପରେ ନିର୍ଭର କରୁଛି। ଯଦି ସେ ଚାହିଁବେ ମୁଁ ସାରା ଜୀବନ ତାଙ୍କୁ ପୋଷିବି । ସେ କହିଛନ୍ତି ଯେ ମୋ ସାନ ଭାଇ ଏବେ ଆଉ ଦୁନିଆଁ ରେ ନାହିଁ ।
ତା ଛୁଆ ମାନଙ୍କ ର ବଡ଼ ବାପା ମୁଁ । ମୁଁ ଚାହୁଁଚି ସେମାନଙ୍କୁ ମୋ ପାଖରେ ରଖିବି ତାଙ୍କୁ ପାଠ ପଢ଼ାଇ ବଡ଼ ମଣିଷ କରିବି ହେଲେ ଯଦି ପିଣ୍ଟୁ ନନ୍ଦ ଙ୍କ ର ସ୍ତ୍ରୀ ଚାହିବେ ତେବେ । ସେ ଯାହା ନିଷ୍ପତି ନେବେ ଆମେ ସେଥିରେ ଖୁସି ହେବୁ । କାରଣ ଆମର ତାଙ୍କ ଉପରେ କୌଣସି ଅଧିକାର ନାହିଁ ତାଙ୍କୁ ବାଧ୍ୟ କରି ରଖିବା ପାଇଁ ।
ଯେହେତୁ ତାଙ୍କର ଛାଡ଼ପତ୍ର ହୋଇ ଯାଇଛି । ହେଲେ ଛୁଆ ମାନଙ୍କୁ ସେ ତାଙ୍କ ପାଖରେ ରଖିବାକୁ ଚାହିଁଛନ୍ତି ବୋଲି କହିଛନ୍ତି । ଆଉ ଓଡ଼ିଶା ବାସି ଙ୍କୁ ମଧ୍ୟ ଧନ୍ୟବାଦ୍ ଜଣାଇ ଛନ୍ତି ଯେ ସମସ୍ତେ ତାଙ୍କ ସାନ ଭାଇ ଙ୍କୁ ବଞ୍ଚାଇ ରଖିବା ପାଇଁ ସାହାଯ୍ୟ କରିଛନ୍ତି । ସେଥିପାଇଁ ସେ ସାହାଯ୍ୟ କରିଥିବା ସମସ୍ତଙ୍କୁ ଧନ୍ୟବାଦ୍ ଜଣାଇ ଛନ୍ତି।
ଏତେ ସାହାଯ୍ୟ ପରେ ବି ତାଙ୍କୁ ବଞ୍ଚାଇବା ସମ୍ଭବ ହେଲା ନାହିଁ । ସେ କହିଛନ୍ତି ଯେ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ର ଛାଡ଼ପତ୍ର ପରେ ସେ ସବୁବେଳେ ଡିପ୍ରେଶନ ଭିତରେ ରହୁଥିଲେ । ସବୁବେଳେ ଚିନ୍ତା କରୁଥିଲେ । ତାଙ୍କ ପରିବାର କୁ ବହୁତ୍ ମିସ୍ କରୁଥିଲେ । ତାଙ୍କ ସ୍ତ୍ରୀ ଏବଂ ଦୁଇ ପୁଅ ଙ୍କୁ ବହୁତ୍ ମନେ ପକାଉ ଥିଲେ।
ତାଙ୍କ ଦେହ ଖରାପ୍ ହେବାର ଏ ହେଉଛି ସବୁଠୁ ବଡ଼ କାରଣ ଥିଲା । ଯେଉଁଥି ପାଇଁ କୁ ସେ ନିଶା ଗ୍ରସ୍ତ ହୋଇ ପଡ଼ିଥିଲେ । ଆଉ ତାଙ୍କୁ ଲିଭର ସିରୋସିସ୍ ରୋଗ ହୋଇଥିଲା । ସେ ବର୍ତ୍ତମାନ ଆମ ଗହଣରେ ନାହାନ୍ତି । ହେଲେ ତାଙ୍କ ପିଲା ମାନଙ୍କୁ ନିଜ ପାଖରେ ରଖିବା ପାଇଁ ଚାହୁଁଛନ୍ତି ବୋଲି ପିଣ୍ଟୁ ନନ୍ଦ ଙ୍କ ବଡ଼ ଭାଇ ଅଭିରାମ ନନ୍ଦ କହିଛନ୍ତି।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।