Breaking News

ପୁଅକୁ ଧରି ଭୁବନେଶ୍ଵର ମହିଳା କମିଶନର ଙ୍କ ଦ୍ବାରସ୍ଥ ହେଲେ କେ ଦୀପିକା(Dipika) ॥ ଦେଖନ୍ତୁ ଭିଡିଓ

ଗତ କିଛି ଦିନ ହେବ ରାଜ୍ୟ ବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଥିବା ବ୍ରହ୍ମପୁର ସହରର କେ ଦୀପିକା ଓ ଦିନେଶ ଙ୍କ ବିବାଦ ବିଷୟରେ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ। ନିଜକୁ ପତ୍ନୀ ର ମାନ୍ୟତା ସହ ନିଜ ପୁଅକୁ ବାପାର ପରିଚୟ ଦେବା ପାଇଁ ବ୍ରହ୍ମପୁର ଦେଶୀ ବେହେରା ସହି ସ୍ଥିତ ନିଜ ପ୍ରେମିକ ଦିନେଶ ର ଘର ବାରଣ୍ଡା ରେ ଦୀପିକା ଦୀର୍ଘ ଦିନ ଧରି ବସି ରହିଥିଲେ।ହେଲେ ଏହା ପରେ ମଧ୍ୟ ଏହି ବିବାଦର କୌଣସି ସ୍ଥାୟୀ ସମାଧାନ ବାଟ ମିଳି ପାରିଲା ନାହିଁ।

ଶେଷରେ ଦୀର୍ଘ ଦିନର ଧାରଣା ପରେ ଆଜି ଭୁବନେଶ୍ୱର ସ୍ଥିତ ମହିଳା କମିିଶନର କାର୍ଯ୍ୟାଳୟ ରେ ଆସି ପହଂଚିଛନ୍ତି କେ ଦୀପିକା। ନିଜ ପୁଅ ଓ ସମାଜସେବୀ ପ୍ରମିଳା ତ୍ରିପାଠୀ ଙ୍କ ସହିତ ସେ ଆଜି ମଧ୍ୟାହ୍ନ ସମୟରେ ଆସି ମହିଳା କମିିଶନର ଙ୍କ ପାଖରେ ପହଞ୍ଚିଥିଲେ। ତେବେ ପୂର୍ବରୁ ସୋମବାର ଦିନ ମହିଳା କମିଶନ୍‌ରେ ହାଜର ହେବା ପାଇଁ ଉଭୟ ଦୀନେଶ ଓ ଦୀପିକାଙ୍କୁ ନୋଟିସ୍‌ ହୋଇଥିଲା।

ଏହିକ୍ରମରେ ଆଜି ଦୀପିକା ମହିଳା କମିିଶନର କାର୍ଯ୍ୟାଳୟ ହାଜର ହୋଇଥିବା ବେଳେ ଦିନେଶ କିନ୍ତୁ ପହଞ୍ଚି ନଥିଲେ। ତେବେ ଦୀପିକା ଙ୍କ କହିବାନୁଯାୟୀ, ସେ ଦିନେଶ ଙ୍କୁ ଦଣ୍ଡ ଦେବାକୁ ଚାହୁଁ ନାହାନ୍ତି ବରଂ କେବଳ ନିଜ ପୁଅକୁ ବାପାର ପରିଚୟ ଦେବାକୁ ଚାହୁଁଛନ୍ତି। ଆଉ ଏହା ମଧ୍ୟ ଚାହୁଛନ୍ତି ଯେ ତାଙ୍କ ପରିବାର କିଭଳି ବସିଯାଉ। ଏହା ବ୍ୟତୀତ ତାଙ୍କର ଆଉ କିଛି ଦରକାର ନାହିଁ ବୋଲି କହିଛନ୍ତି ଦୀପିକା।

ତେବେ ଦିନେଶ ଆଜି ମହିଳା କମିିଶନରଙ୍କ କାର୍ଯ୍ୟାଳୟ ରେ ଆପୋଷ ବୁଝାମଣା ପାଇଁ ନ ପହଞ୍ଚି ପାରିବାରୁ ଅନ୍ୟ ଏକ ତାରିଖ ଧାର୍ଯ୍ୟ କରାଯାଇଛି। ତେବେ ଆଗାମୀ ତାରିଖରେ ମହିଳା କମିିଶନରଙ୍କ ମଧ୍ୟସ୍ଥତା ଦୀପିକା ଓ ଦିନେଶଙ୍କ ସଂପର୍କ କୁ କିଛି ମାତ୍ରାରେ ସଜାଡ଼ିବ ବୋଲି ଆଶା କରାଯାଉଛି। ତେବେ ଆଗକୁ ଏହି ବହୁ ଚର୍ଚ୍ଚିତ ମାମଲା କେଉଁ ନୂଆ ମୋଡ଼ ନେଉଛି ତାହା ଦେଖିବା ବାକି ରହିଲା।

ସୂଚନା ଥାଉ ଯେ, ବ୍ରହ୍ମପୁର ଦେଶୀ ବେହେରା ସାହିର ଦୀନେଶଙ୍କ ସହ ଦୀପିକାଙ୍କ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ଏହାପରେ ସେ ଏକ ଶିଶୁ ପୁତ୍ର ଜନ୍ମ ଦେଇଥିଲେ। ହେଲେ ଏହା ପରେ ସ୍ୱାମୀ ତାଙ୍କ ସହ ଆଉ କୌଣସି ସମ୍ପର୍କ ରଖିନଥିଲେ। ଏପରିକି ତାଙ୍କ ସ୍ୱାମୀଙ୍କ ଅନ୍ୟତ୍ର ବିବାହ ସ୍ଥିର ହୋଇଥିବା କଥା ଦୀପିକା ଅଭିଯୋଗ ଆଣିଥିଲେ। ଏହା ଜାଣିବା ପରେ ଦୀପିକା ନିଜ ପତ୍ନୀ ମାନ୍ୟତା ଦାବିରେ ଯୁବକଙ୍କ ଘର ଆଗରେ ଧାରଣା ଦେଇଥିଲେ।

About admin

Check Also

ନିଶା ମହାରଣା ଆସିଲେ , ଯାତ୍ରା ପେଣ୍ଡାଲ ରେ ନିଆଁ ଲଗେଇ ଦେବୁ ! : ଯାତ୍ରା କଳାକାର ପ୍ରତାପ ମହାନ୍ତି

ଆଇଟମ ଗାର୍ଲ୍ ନିଶା ମହାରଣା ଏବେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଏବେ ନିଶା ମହାରଣା ଙ୍କୁ ନେଇ ଚର୍ଚ୍ଚା …

Leave a Reply

Your email address will not be published. Required fields are marked *