ଆମ ଓଡ଼ିଆ ଇଣ୍ଡଷ୍ଟ୍ରିରେ ଏଭଳି ଅନେକ ଲୋକପ୍ରିୟ ଯୋଡ଼ି ଅଛନ୍ତି ଯେଉଁମାନେ ନିଜର ଦମଦାର ଅଭିନୟ ବଳରେ ଦର୍ଶକ ମହଲରେ ନିଜର ଏକ ନିଆରା ପରିଚୟ ସୃଷ୍ଟି କରିପାରିଛନ୍ତି। ତେବେ ଓଡ଼ିଆ ଇଣ୍ଡଷ୍ଟ୍ରି ର ସେହିଭଳି ଏକ ଲୋକପ୍ରିୟ ଯୋଡ଼ି ହେଉଛନ୍ତି ସୁଭାଶିଷ ଓ ଅନିଶା।
ସୁଭାଶିଷଙ୍କୁ ତ ଆପଣ ମାନେ ନିଶ୍ଚୟ ଭାବରେ ଜାଣିଥିବେ। ନିଜର ଦମଦାର ଅଭିନୟ ଦ୍ୱାରା ସେ ଓଡ଼ିଶାର ଘରେ ଘରେ ପରିଚିତ। ବର୍ତ୍ତମାନ ସମୟରେ ଓଡ଼ିଆ ଇଣ୍ଡଷ୍ଟ୍ରି ର ସେ ଜଣେ ଆଗଧାଡିର ଅଭିନେତା। ସୁଭାଶିଷଙ୍କ ପତ୍ନୀଙ୍କ ନାଁ ହେଉଛି ଅନିଶା। ସେ ମଧ୍ୟ ଓଡ଼ିଶାର ଜଣେ ଆଗ ଧାଡ଼ିର ଅଭିନେତ୍ରୀ।
ତେବେ ଦୁହେଁ ଅନେକ ଗୁଡ଼ିଏ ଧାରାବାହିକରେ ଏକାସାଙ୍ଗରେ ଅଭିନୟ କରିଛନ୍ତି। ଧାରାବାହିକ ବ୍ୟତୀତ ଦୁହିଁଙ୍କୁ କିଛି ଚଳଚ୍ଚିତ୍ର ଓ ଆଲବମ ରେ ମଧ୍ୟ ଏକ ସାଙ୍ଗରେ ଦେଖିବାକୁ ମିଳିଛି। ଦୁହିଁଙ୍କ କେମେଷ୍ଟ୍ରୀ କୁ ଲୋକ ମାନେ ଖୁବ୍ ପସନ୍ଦ କରନ୍ତି। ତେବେ ସୁଟିଂ ସେଟ୍ ରୁ ପ୍ରଥମ କରି ସୁଭାଶିଷ ଓ ଅନିଶଙ୍କ ଭେଟ ହୋଇଥିଲା। କିଛି ବର୍ଷ ପରେ ଦୁହେଁ ପରସ୍ପରକୁ ବିବାହ କରିଥିଲେ।
ତେବେ ଯେପରିକି ସମସ୍ତେ ଜାଣିଥିବେ ଗତ ବର୍ଷ ଅନିଶା ଗୋଟିଏ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ଯାହାର ନାଁ ସେ ରଖିଥିଲେ ଭିୟୋନା। ତେବେ ଏହାରି ଭିତରେ ଏକ ବର୍ଷର ହୋଇଯାଇଛନ୍ତି ଭିୟୋନା। ନିକଟରେ ତାଙ୍କର ପ୍ରଥମ ଜନ୍ମଦିନକୁ ଅତି ଧୁମ୍ ଧାମ ରେ ପାଳନ କରିଛନ୍ତି ସୁଭାଶିଷ ଓ ଅନିଶା। ଦୁହେଁ ନିଜ ଝିଅକୁ ଜନ୍ମଦିନର ୱିଶ୍ କରିବା ସହିତ ପ୍ରଥମ ଜନ୍ମ ଦିନକୁ ସ୍ମରଣୀୟ କରିବା ପାଇଁ ଖୁବ୍ ସୁନ୍ଦର ସାଜସଜ୍ଜା କରିଥିଲେ। ଯାହାର ଅନେକ ଫଟୋ ଓ ଭିଡିଓ ଅନିଶା ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି।
ପରିବାର ସଦସ୍ୟ ଓ ବନ୍ଧୁ ବାନ୍ଧବ ଙ୍କ ଗହଣରେ କେକ କାଟି ଦୁହେଁ ନିଜ ଝିଅର ଜନ୍ମଦିନକୁ ପାଳିଥିଲେ। ଓଡ଼ିଆ ଇଣ୍ଡଷ୍ଟ୍ରି ର କିଛି କଳାକାର ମାନେ ମଧ୍ୟ ଭିୟୋନାଙ୍କ ଜନ୍ମଦିନରେ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା। ସୁଭାଶିଷ ଓ ଅନିଶା ଙ୍କ ଫ୍ୟାନ୍ସ ମାନେ ମଧ୍ୟ ସୋସିଆଲ ମିଡିଆ ଜରିଆରେ ଭିୟୋନାଙ୍କୁ ଜନ୍ମଦିନ ର ଶୁଭେଚ୍ଛା ଜଣାଇଥିଲେ।