ସ୍ଵାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ୍ ଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୁକ୍ତ ପୋଲିସ୍ ଏ ଏସ ଆଇ ଗୋପାଳ କୃଷ୍ଣ ଦାସ୍ ବର୍ତ୍ତମାନ ଚୋଦ୍ଵାର ଜେଲ୍ ରେ ରହିଛନ୍ତି।ଏହି କେଶ୍ କୁ ପ୍ରାୟ ପଚିଶ ଦିନ ହୋଇଗଲାଣି ପ୍ରଥମେ ଗୋପାଳ ଝାରସୁଗୁଡା ଜେଲ୍ ରେ ରହିଥିଲା ଏବଂ ପରେ ତାଙ୍କୁ ଚୌଦ୍ୱାର ଜେଲ୍ କୁ ଅଣାଯାଇଛି।ଏବଂ ଚୌଦ୍ୱାର ଜେଲ ରେ ଗୋପାଳ କୁ ଏକ ସପ୍ତାହ ହୋଇ ଗଲାଣି ଆଉ ଅଟେ ଦିନ ଭିତରେ ଗୋପାଳ ର ପରିବାର ର କୌଣସି ସଦସ୍ୟ ତାକୁ ଦେଖା କରିବାକୁ ଆସି ନଥିଲେ ।
ପ୍ରଥମ ଥର ଗୋପାଳ କୃଷ୍ଣ ଦାସ୍ ଙ୍କ ବଡ଼ ଏବଂ ତାଙ୍କ ପୁଅ ମନୋଜ ଦାସ ମଣ୍ଡଳୀ କାରାଗାର କୁ ଆସିଥିଲେ ଗୋପାଳ କୃଷ୍ଣ ଦାସ୍ ଙ୍କୁ ଦେଖା କରିବାକୁ।ପୁଅ କୁ ଏତେ ଦିନ ପରେ ଦେଖି ଗୋପାଳ କୃଷ୍ଣ ଦାସ୍ ଭାବ ବିହ୍ୱଳ ହୋଇ ଯାଇଛି। ଏବଂ ପୁଅ କୁ କୁଣ୍ଢାଇ ଧରି କାନ୍ଦି ପକାଇଛି।ଅନେକ ଦିନ ପରେ ବାପପୁଅ ଙ୍କ ର ମିଳନ ହୋଇଛି ।ଆଉ ଦୁଃଖ ଭର କଣ୍ଠରେ ଗୋପାଳ କୃଷ୍ଣ ଦାସ୍ ତାଙ୍କ ପୁଅ ସହିତ କଥା ହୋଇଛନ୍ତି।
ପୁଅକୁ ପଚାରିଛନ୍ତି ଯେ ତୋର ପାଠ ପଢା କେମିତି ଚାଲିଛି ତୋ ଦେହ ଭଲ ଅଛି ତ ଆଉ ପୁଅ ମଧ୍ୟ ବାପା ଙ୍କୁ ପଚାରିଛି ତୁମ ଦେହ କେମିତି ଅଛି କଣ ଦରକାର୍ ହଉଚି କୁହ ମୁଁ ଅନିଦେବି। ବାପପୁଅ ଙ୍କ ଭିତରେ ଦାସ ମିନିଟ୍ ର କଥା ବାର୍ତ୍ତା ହୋଇଥିଲା ।ଆଉ ବଡ ଭାଇ ସତ୍ୟ ନାରାୟଣ ଦାସ୍ ଙ୍କ ସହିତ ମଧ୍ୟ ଗୋପାଳ କଥା ହୋଇଥିଲା ।ଘରେ ସମସ୍ତେ କେମିତି ଅଛନ୍ତି ବୋଲି ପଚାରିଥିଲେ।ସମସ୍ତଙ୍କ କଥା ପଚାରିବା ସମୟରେ ଗୋପାଳ ଆଖିରୁ ଧାର ଧାର ହୋଇ ଲୁହ ଝରି ପଡିଥିଲା।
ପ୍ରଥମେ ଗୋପାଳ ଙ୍କ ବଡ଼ ଭାଇ ସତ୍ୟ ନାରାୟଣ ଦାସ୍ ଏବଂ ପୁଅ ମନୋଜ ଦାସ ଥାନା କୁ ଯାଇଥିଲେ ଆଉ ସେଠୀ କହିଥିଲେ ଯେ ସେ ଗୋପାଳ କୃଷ୍ଣ ଦାସ୍ ଙ୍କୁ ଦେଖା କରିବାକୁ ଆସିଛନ୍ତି ।ଆଉ ରେଜିଷ୍ଟର ରେ ଦସ୍ତଖତ କରି ଗୋପାଳ କୁ ଦେଖା କରିବାକୁ ଯାଇଥିଲେ । ଏବଂ ଦଶ ମିନିଟ ର କଥା ହେବା ପରେ ପୋଲିସ ତାଙ୍କୁ ଆଣି ବାହାରେ ଛାଡ଼ି ଦେଇଥିଲା। ସ୍ଵାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ୍ ଙ୍କ ହତ୍ୟା ଘଟଣା ର ଏ ଯାଏ କିଛି ସତ୍ୟ ସାମ୍ନା କୁ ଆସିନାହିଁ ସେ ନେଇ କ୍ରାଇମ୍ ବ୍ରାଞ୍ଚ ତଦନ୍ତ ଜାରି ରଖିଛି।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।