Breaking News

ପୁଣି ବଡ ଠାକୁରଙ୍କୁ ଅପମାନ ! ଜିଲ୍ଲାପାଳଙ୍କ ଛାତ ଉପରେ ଭଙ୍ଗା ଦଦରା ଅବସ୍ଥାରେ ପଡି ରହିଛନ୍ତି ପ୍ରଭୁ ଶ୍ରୀ ଜଗନ୍ନାଥ … ଦେଖନ୍ତୁ

୧୮୬୬ ମସିହାରେ ହୋଇଥିବା ନଅଙ୍କ ଦୁର୍ଭିକ୍ଷ ଲୋକ ମାନଙ୍କୁ କ୍ଷୁଧା ରେ କଲବଲ କରି ମାରୁଥିଲା। ଖାଦ୍ୟ ଗଣ୍ଡେ ପାଇଁ ଲୋକ ମାନଙ୍କ ଜୀବନ ଯାଉଥିଲା। କେଇଦିନ ଭୋକରେ ଥିବା ଓଡ଼ିଶା ବାସୀ ଙ୍କୁ ଯେତେବେଳେ ପ୍ରସ୍ତାବ ଦିଆଗଲା ଯେ ଶ୍ରୀମନ୍ଦିର ରେ ମହାପ୍ରଭୁ ଜଗନ୍ନାଥଙ୍କ ମହାପ୍ରସାଦ ରନ୍ଧା ନଯାଉ ଆଉ ସେହି ଚାଉଳ ଆପଣ ମାନେ ବ୍ୟବହାର କରନ୍ତୁ, ସେତେବେଳେ ସେମାନେ କହିଥିଲେ ଯେ, ଆମେ ପଛେ ଭୋକରେ ମରିବୁ ହେଲେ ଆମ ଜଗା ଭୋକରେ ରହିବନି।

ଏ ଥିଲା ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ଓଡ଼ିଶାବାସୀ ଙ୍କ ଭଲ ପାଇବା ଓ ଶ୍ରଦ୍ଧା। ନିଜ ଠାକୁର ଙ୍କୁ ଭୋକିଲା ନରଖିବାକୁ ନିଜ ଜୀବନ ଦେବାକୁ ବି ପ୍ରସ୍ତୁତ ଥିଲେ ଓଡ଼ିଶାବାସୀ। ହେଲେ ସେହି ଜଗା ଆଜିର ଯୁଗରେ ଭଙ୍ଗା ଦଦରା ଅବସ୍ଥାରେ ପଡ଼ିଛି ଜିଲ୍ଲା ପ୍ରଶାସନର ଛାତ ଉପରେ। ଜଗା ପାଖରେ ଭକ୍ତିର କୌଣସି ପରିସୀମା ନାହିଁ। ଜଗା ହିଁ ସର୍ବବ୍ୟାପୀ। ହେଲେ ଏହି କଥାକୁ ଭୁଲିଗଲେ ସରକାରୀ ବାବୁ।

ଗୋଟିଏ ଦୃଶ୍ୟ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଳ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳୁଛି କୋଟି କୋଟି ଓଡ଼ିଆ ମାନଙ୍କ ଆରାଧ୍ୟ ଦେବତା ପ୍ରଭୁ ମହାପ୍ରଭୁଙ୍କ ମୂର୍ତ୍ତି ଭଙ୍ଗା ଦଦରା ଅବସ୍ଥାରେ ଛାତ ଉପରେ ପଡ଼ି ରହିଛି। ଏହି ଦୃଶ୍ୟ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ହୃଦୟକୁ ଆଘାତ ଦେଇଛି। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ।

ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟର ପ୍ରଥମ ମହଲାର ଏକ କୋଣରେ ଏଭଳି ଭାବରେ ପଡ଼ିରହିଛନ୍ତି ଜଗନ୍ନାଥ। ସୋଲରେ ପ୍ରସ୍ତୁତ ହୋଇଥିବା ଜଗନ୍ନାଥଙ୍କ ଦରଭଙ୍ଗା ମୂର୍ତ୍ତି କୁ ଛାତ ଉପର ଏକ କୋଣରେ ଫିଙ୍ଗି ଦିଆଯାଇଛି। କିଛି ଦିନ ପୂର୍ବରୁ ଜଣେ ଟେଣ୍ଟ ମାଲିକ ଟେଣ୍ଟ ଗାଡି ପଛରେ ଜଗନ୍ନାଥ ଙ୍କୁ ବାନ୍ଧି ନେଉଥିବା ଭିଡିଓ ଭାଇରାଲ ହେଉଥିଲା।

ଏହି ଭାଇରାଲ ଭିଡିଓ ଅନେକ ଜଗନ୍ନାଥ ପ୍ରେମୀ ଙ୍କ ହୃଦୟ କୁ ଆଘାତ ପହଞ୍ଚାଇଥିଲା । ଭିଡିଓ ଭାଇରାଲ ହେବାପରେ ଟେଣ୍ଟ ମାଲିକ ଓ ତାଙ୍କ କର୍ମଚାରୀ ମିଡିଆ ସାମ୍ନାରେ ଜଗନ୍ନାଥ ପ୍ରେମୀ ମାନଙ୍କୁ ଆଘାତ ଦେଇଥିବାରୁ ତାଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ।ଏହା ସହିତ ଜଗନ୍ନାଥ ମନ୍ଦିର ଯାଇ ଠାକୁର ଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ। ତେବେ ଏହାର କିଛି ଦିନ ବ୍ୟବଧାନ ପରେ ଏହି ଭିଡିଓ ପୁଣିଥରେ ଲକ୍ଷ ଲକ୍ଷ ଭକ୍ତଙ୍କ ଭାବାବେଗ କୁ ଆଘାତ ଦେଇଛି।

About admin

Check Also

ଶ୍ରୀମନ୍ଦିର ଗର୍ଭ ଗୃହରେ ଶୁଭୁଛି ବିକଟାଳ ଶବ୍ଦ, ଶାନ୍ତିରେ ଶୋଇପାରୁନି କାଳିଆ – ଦେଖନ୍ତୁ ଭିଡିଓ

ପୁରୀ ଶ୍ରୀମନ୍ଦର କୁ ନେଇ ଏକ ବହୁତ୍ ବଡ଼ ଖବର ଆସି ପହଞ୍ଚିଛି। ମଣିଷ ହାର ମାନୀଛି ଆଉ ସହାୟତା …

Leave a Reply

Your email address will not be published. Required fields are marked *