Breaking News

ପୂଜା ପେଣ୍ଡାଲ କୁ ଯାଇ ମା ଦୂର୍ଗା ଙ୍କୁ ପୂଜା କଲେ କଣ୍ଠଶିଳ୍ପୀ ଶୈଳବାଳା ମହାପାତ୍ର(Sailabhama) … ଦେଖନ୍ତୁ

ଆରମ୍ଭ ହୋଉଛି ପାର୍ବଣ ର ଋତୁ। ପାର୍ବଣ ର ଏହି ୯ ଦିନରେ ଆରମ୍ଭ ହୋଇଛି ଦଶଭୁଜା ମା ଦୁର୍ଗା ଙ୍କ ପୂଜାର୍ଚ୍ଚନା। ଭକ୍ତ ମାନେ ପୂଜା ପେଣ୍ଡାଲ କୁ ଯାଇ ମା ଙ୍କ ଦର୍ଶନ କରି ଆଶିଷ କାମନା କରୁଛନ୍ତି। କେବଳ ସାଧାରଣ ଲୋକ ମାନେ ନୁହଁନ୍ତି ଅନେକ ସୁନାମଧନ୍ୟ କଣ୍ଠଶିଳ୍ପୀ ଓ କଳାକାର ମାନେ ମଧ୍ୟ ପୂଜା ପେଣ୍ଡାଲ କୁ ଯାଇ ମା ଙ୍କ ଦର୍ଶନ କରୁଛନ୍ତି। ତେବେ ଗତକାଲି ସଙ୍ଗୀତ ଦୁନିଆର ସେହିଭଳି ଜଣେ ସୁନାମଧନ୍ୟ ଗାୟିକା ଶୈଳବାଳା ମହାପାତ୍ର ପୂଜା ପେଣ୍ଡାଲ କୁ ଯାଇ ମା ଙ୍କ ଦର୍ଶନ କରିଛନ୍ତି।

ଶୈଳବାଳା ମହାପାତ୍ର ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ। ଅନେକ ଭଜନ ଓ ଜଣାଣ ଆଦିରେ କଣ୍ଠଦାନ କରି ବେଶ୍ ଲୋକପ୍ରିୟତା ହାସଲ କରିଛନ୍ତି। ସଙ୍ଗୀତ ଦୁନିଆ ସହ ସେ ଅନେକ ବର୍ଷ ହେବ ଜଡ଼ିତ ଅଛନ୍ତି। ଲୋକ ମାନଙ୍କ ଠାରୁ ମଧ୍ୟ ତାଙ୍କୁ ଅନେକ ଭଲ ପାଇବା ମିଳୁଛି। ବର୍ତ୍ତମାନ ପ୍ରାର୍ଥନା ଚ୍ୟାନେଲ ରେ ପ୍ରସାରିତ ଭଜନ କାର୍ଯ୍ୟକ୍ରମ ରେ ଆପଣ ମାନେ ତାଙ୍କୁ ଦେଖିବାକୁ ପାଉଥିବେ।

ଏହି କାର୍ଯ୍ୟକ୍ରମ ଟିକୁ ମଧ୍ୟ ଲୋକ ମାନେ ବେଶ୍ ପସନ୍ଦ କରୁଛନ୍ତି। ତେବେ ଗତକାଲି ଭୁବନେଶ୍ୱର ପୂଜା ପେଣ୍ଡାଲ କୁ ଯାଇ ମା ଙ୍କ ଦର୍ଶନ କରିଥିଲେ ଶୈଳବାଳା। ମା ଙ୍କ ଦର୍ଶନ କରିବା କରି ସେ ମା ଙ୍କ ଆଶିଷ କାମନା କରିଥିଲେ। ଆଉ ଏହି ସମୟରେ ସେ ଷ୍ଟେଜ ଶୋ ମଧ୍ୟ କରିଥିଲେ ।

ତେବେ ମା ଙ୍କ ଦର୍ଶନ ସାରି ଫେରିବା ସମୟରେ ସମୟରେ ମିଡିଆ ଆଗରେ ପ୍ରତିକ୍ରିୟା ଦେଇ ଶୈଳବାଳା କହିଥିଲେ, ମା ସମସ୍ତଙ୍କୁ ଭଲରେ ରଖନ୍ତୁ। ଦୁଇ ବର୍ଷା ହେବ କରୋନା ପାଇଁ ଲୋକ ଓ ଆମ ଭିତରେ ଥିବା ସମ୍ପର୍କ ଦୂରେଇ ଯାଇଥିଲା। ହେଲେ ଏବେ କରୋନା ପରେ ସବୁକିଛି ପୁଣି ଥରେ ଠିକ୍ ହୋଇଯାଇଛି। ଲୋକ ମାନଙ୍କ ସହ ଆମେ ସିଧା ସଳଖ ଭେଟି ପାରିଛୁ।ଗୀତ ମଧ୍ୟମରେ ଆମେ ତାଙ୍କ ପାଖରେ ପୁଣି ଥରେ ପହଞ୍ଚି ପାରିଛୁ।

ଭଜନ ପରିବେଷଣ ବେଳେ ଲୋକ ମାନଙ୍କ ଠାରୁ ମଧ୍ୟ ଆମକୁ ଖୁବ୍ ଭଲ ପାଇବା ମିଳିଲା। ସେ କରତାଳି ର ଆନନ୍ଦ ରେ ମୁଁ ହଜି ଯାଇଥିଲି ବୋଲି କହିଥିଲେ ଶୈଳବାଳା। ତେବେ ଆଗକୁ ଶୈଳବାଳା ଙ୍କର ଏକ ଭଜନ ଆସିବାକୁ ଯାଉଛି। ଯାହାକି ମା ଦୂର୍ଗା ଉଦ୍ଦେଶ୍ୟ ରେ ଗାଇଛନ୍ତି ଶୈଳବାଳା।

About admin

Check Also

ବାନ୍ଧବୀଙ୍କ ସତ ଧରିବାକୁ ଡିଜେ ଆଜେକ୍ସ କରିଥିଲେ ଭିଡିଓ ସୁଟିଂ। ଦେଖନ୍ତୁ ଭିଡିଓ…

ଡିଜେ ଆଜେକ୍ସ୍ ଙ୍କ ମୃତ୍ୟୁ ପରେ ତାଙ୍କ ମୋବାଇଲ୍ ର କିଛି ଭିଡ଼ିଓ ଏବେ ଚର୍ଚ୍ଚାରେ । ଭିଡ଼ିଓ ନିଜେ …

Leave a Reply

Your email address will not be published. Required fields are marked *