Breaking News

“ପ୍ରକୃତିକୁ ଏତେ ଗାଳି, ଶାଳୀନତା ଟିକେ ରଖ ” – ବାବୁଶାନ୍ଓ(Babusaan) ପ୍ରକୃତି (Prakruti) ଙ୍କ ବିବାଦରେ ଏମିତି କହିଲେ ସୋହମ୍

ଷ୍ଟାର ଅଭିନେତା ବାବୁଶାନ୍ ଓ ପ୍ରକୃତି ମିଶ୍ର ଙ୍କୁ ନେଇ ବିବାଦ ଥମୁନଥିବା ବେଳେ ସୋସିଆଲ ମିଡିଆରେ ମଧ୍ୟ ଦୁହିଁଙ୍କୁ ନେଇ ବେଶ୍ ଚର୍ଚ୍ଚା। ତେବେ ଏହି ବହୁ ଚର୍ଚ୍ଚିତ ମାମଲାରେ ବିଭିନ୍ନ ଲୋକ ଗଣମାଧ୍ୟମ ଆଗରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଥିବା ଦେଖିବାକୁ ମିଳୁଛି। ତେବେ ଏହାରି ଭିତରେ ଏହି ବହୁ ଚର୍ଚ୍ଚିତ ମାମଲାରେ ନିଜ ମୁଁହ ଖୋଲିଛନ୍ତି ଓଡ଼ିଆ ଅଭିନେତା ସୋହମ୍ ସିଂ।

ସେ କହିଛନ୍ତି, ‘ବିଗତ ୬-୭ ଦିନ ହୋଇଯିବ ମୁଁ ଗଣମାଧ୍ୟମ ଜରିଆରେ ଯାହା ଦେଖିବାକୁ ପାଇଲି ଯେ କେବଳ ଅଭିନେତ୍ରୀ ଙ୍କ ଉପରେ ହିଁ ଆଟାକ୍ ହେଉଛି। ଯାହାକି ଏକ ଆଶ୍ଚର୍ୟ୍ଯ ଜିନିଷ। ଯାହାବି ଏବେ ହୋଇଛି ଏହା ଏକ ସାଧାରଣ ଜିନିଷ ହୋଇଗଲାଣି। ପ୍ରତିଦିନ ଏଭଳି ଅନେକ ମାମଲା ସବୁ ଘଟୁଛି ହେଲେ ସେଗୁଡା ଲୋକ ଲୋଚନକୁ ଆସିପାରୁନାହିଁ।’

‘ସାଧାରଣତଃ କଳାକାର ମାନଙ୍କ ଜୀବନରେ ଅନେକ ସଂଘର୍ଷ ଥାଏ। ତା ଭିତରେ କିଛି ଏମିତି ପିଲାଳିଆମି ବି ଥାଏ, ସାଙ୍ଗସାଥୀ ଜିନିଷ ଥାଏ ଆଉ ଭୁଲ ବୁଝାମଣା ବି ଥାଏ। ହେଲେ ମୁଁ ୬-୭ ଦିନ ହୋଇଯିବ ମୁଁ ଗଣମାଧ୍ୟମ ଜରିଆରେ ଯାହା ଦେଖିବାକୁ ପାଇଲି ଯେ ସମସ୍ତେ ଜଣକୁ ହିଁ ଆଟାକ୍ କରୁଛନ୍ତି।’

‘ଓଡ଼ିଶାର ଅନେକ ଲୋକ ଗଣମାଧ୍ୟମ ଜରିଆରେ ଏହି ଘଟଣାକୁ ନେଇ ନିଜର ପ୍ରତିକ୍ରିୟା ରଖୁଛନ୍ତି, ନିଜର ମତ ଦେଉଛନ୍ତି। ସେମାନେ ଦୟାକରି ସାମାନ୍ୟ ସାଳିନତା ରକ୍ଷା କରନ୍ତୁ। ଅନେକ ଜଣ ବହୁତ୍ ଭୁଲ ଭାଲ କଥାବାର୍ତ୍ତା କରୁଛନ୍ତି। ଯେହେତୁ ଆପଣ ବ୍ୟକ୍ତିଗତ ଭାବରେ କାହାରିକୁ ବି ଜାଣିନାହାନ୍ତି ତେଣୁ କାହାରିକୁ ନେଇ କିଛି ଖରାପ କୁହନ୍ତୁନି।’

‘ଯେତେବେଳେ ଆମେ କୌଣସି କଳାକାର ବିଷୟରେ ଗଣମାଧ୍ୟମ ଆଗରେ କିଛି ଖରାପ କହୁଛେ ସେତେବେଳେ ଟିକେ ସାଳିନତା ରକ୍ଷା କରିବା ଦରକାର। ଯେତେବେଳେ ବି ଆମେ ଗୋଟିଏ ଝିଅ ବିଷୟରେ କିଛି କହିବା ସେତେବେଳେ ଟିକେ ସାଳିନତା ରକ୍ଷା କରିବା ନିହାତି ଦରକାର। ଏଥିରେ କିଏ ଠିକ୍ କିଏ ଭୁଲ ସେଇଟା ତ ମୁଁ କହିପାରିବିନି ହେଲେ ଯାହା ବି ଘଟିଲା ଏହା ଖୁବ୍ ଦୁଃଖଦାୟକ।’

About admin

Check Also

ଅମ୍ଳାନ ବହୁତ ରାଗି ! ମୁଁ ଯେତେବେଳେ ହସେ ସେ ମୋ ଉପରେ ଚିଡନ୍ତି: ଏଲିନା | Elina Samantray |

ନିକଟରେ ଏକ ସିନେମା ର ସୁଟିଂ ସରି ଯାଇଛି । ସିନେମା ର ନାଁ ରହିଛି ପ୍ରିୟେ ମୁଁ ତୁମ …

Leave a Reply

Your email address will not be published. Required fields are marked *