Breaking News

ପ୍ରଥମ ଥର ଗୀତ ଗାଇଲେ ରାଣୀ ପଣ୍ଡା (Rani Panda) , ରାନୀ ପଣ୍ଡା ଙ୍କ ଭଜନରେ ଗର୍ଜିବ ଏଥର ଦଶହରା … ଦେଖନ୍ତୁ ଭିଡିଓ

ଦଶହରାରେ ଫ୍ୟାନ୍ସ ମାନଙ୍କୁ ରାନୀ ପଣ୍ଡା ଙ୍କ ଦଶହରା ଭେଟି। ରାନୀ ଙ୍କ କଣ୍ଠ ରୁ ଫ୍ୟାନ୍ସ ମାନେ ଶୁଣିବାକୁ ପାଇବେ ମା ଦୁର୍ଗା ଙ୍କ ଭଜନ। ବର୍ତ୍ତମାନ ଏହି ଗୀତ ର ରେକର୍ଡିଂ ଜାରି ରହିଛି। ଚଳିତ ବର୍ଷ ଦଶହରା ରେ ୟୁ ଟ୍ୟୁବ ପ୍ଲାଟଫର୍ମ ରେ ରିଲିଜ୍ ହେବାକୁ ଯାଉଛି ରାନୀ ପଣ୍ଡା ଙ୍କର ଏହି ନୂଆ ଭଜନ। ତେବେ କଣ ରହିଛି ସଂପୂର୍ଣ୍ଣ ଆସନ୍ତୁ ଜାଣିବା।

ତେବେ ଓଲିଉଡ ଇଣ୍ଡଷ୍ଟ୍ରି ର ବିବାଦୀୟ ଅଭିନେତ୍ରୀ ରାନୀ ପଣ୍ଡା ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ। ସବୁବେଳେ କିଛି ନାଁ କିଛି କଥା କୁ ନେଇ ରାନୀ ପଣ୍ଡା ବେଶ୍ ଚର୍ଚ୍ଚାରେ ଥାଆନ୍ତି। କୌଣସି ବିଷୟରେ ହେଉ ନାଁ କାହିଁକି ରାନୀ ପଣ୍ଡା କେବେ ବି ନିଜ ପ୍ରତିକ୍ରିୟା ଦେବାକୁ ପଛାନ୍ତି ନାହିଁ। ଆଉ ଖାସ୍ ସେଇଥି ପାଇଁ ତାଙ୍କୁ ନେଇ ସବୁବେଳେ ଚର୍ଚ୍ଚା ଲାଗି ରହିଥାଏ।। ଓଲିଉଡ ରେ ହାତ ଗଣତି କିଛି ଆଇଟମ ସଙ୍ଗ କରି ଚର୍ଚ୍ଚା କୁ ଆସିଥିବା ରାନୀ ଯଲିଉଡ ଇଣ୍ଡଷ୍ଟ୍ରି ରେ ମଧ୍ୟ ବେଶ୍ ଜଣାଶୁଣା।

ତେବେ ଏ ସବୁକୁ ବାଦ୍ ଦେଲେ ରାନୀ ପଣ୍ଡା ଭଲ ଗୀତ ମଧ୍ୟ ଗାଆନ୍ତି। ସେ ଅନେକ ଓଡ଼ିଆ ଆଇଟମ ଗୀତରେ ନିଜର କଣ୍ଠଦାନ କରିଛନ୍ତି। ଆଉ ଏହି ଗୀତ ଗୁଡ଼ିକ ବେଶ୍ ଲୋକପ୍ରିୟ ମଧ୍ୟ ହୋଇଛି। ଶ୍ରୋତା ମାନେ ରାନୀ ପଣ୍ଡା ଙ୍କ ଗୀତକୁ ବେଶ୍ ଭଲ ପାଇବା ଦିଅନ୍ତି। ତେବେ ପ୍ରଥମ ଥର ପାଇଁ ଏକ ଭଜନ ରେ କଣ୍ଠଦାନ କରିବାକୁ ଯାଉଛନ୍ତି ରାନୀ ପଣ୍ଡା।

ଚଳିତ ବର୍ଷ ଦଶହରା ରେ ଏହି ଗୀତ ରିଲିଜ୍ ହେବାକୁ ଯାଉଛି। ବର୍ତ୍ତମାନ ଏହି ଗୀତର ଷ୍ଟୁଡିଓ ରେକର୍ଡ଼ିଂ ଜାରି ରହିଛି। ସବୁ ଗୀତ ଭଳି ରାନୀ ପଣ୍ଡା ଙ୍କ କଣ୍ଠ ରୁ ମା ଙ୍କର ଏହି ଗୀତକୁ ଶ୍ରୋତା ମାନେ ବେଶ୍ ପସନ୍ଦ କରିବେ ବୋଲି ଆଶା ରଖିଛନ୍ତି ଏହି ଗୀତର ପ୍ରଯୋଜିକା। ତେବେ ଏହି ଗୀତ ଟିର ଶୀର୍ଷକ ରହିଛି “ବଜାରେ ବଜାରେ ଦଶହରା ବାଜା”।

ଏହି ଗୀତର ପ୍ରଜୋଜିକାଙ୍କ କହିବାନୁଯାୟୀ, ରାନୀ ପଣ୍ଡା ହୃଦୟରୁ ଜଣେ ଭଲ ମଣିଷ। ସବୁବେଳେ ଆପଣ ତାଙ୍କ କଣ୍ଠ ରୁ ଆଇଟମ ଗୀତ ଶୁଣିବାକୁ ପାଇଛନ୍ତି। ହେଲେ ଏଥର ତାଙ୍କୁ ନେଇ ଏକ ନୂଆ ଭଜନ କରିବାକୁ ଭାବିଥିଲି। ଏହି ଗୀତ ନିଶ୍ଚୟ ଭାବରେ ଲୋକ ମାନଙ୍କୁ ପସନ୍ଦ ଆସିବ ବୋଲି ସେ କହିଥିଲେ ।

About admin

Check Also

ଶ୍ରୀମନ୍ଦିର ଗର୍ଭ ଗୃହରେ ଶୁଭୁଛି ବିକଟାଳ ଶବ୍ଦ, ଶାନ୍ତିରେ ଶୋଇପାରୁନି କାଳିଆ – ଦେଖନ୍ତୁ ଭିଡିଓ

ପୁରୀ ଶ୍ରୀମନ୍ଦର କୁ ନେଇ ଏକ ବହୁତ୍ ବଡ଼ ଖବର ଆସି ପହଞ୍ଚିଛି। ମଣିଷ ହାର ମାନୀଛି ଆଉ ସହାୟତା …

Leave a Reply

Your email address will not be published. Required fields are marked *