ଓଲିଉଡ଼ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ହାସ୍ୟ ଅଭିନେତା ପପୁ ପମପମ୍ ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ। ଓଡ଼ିଆ ଫିଲ୍ମ ରେ ଜବରଦସ୍ତ ଅଭିନୟ କରି ଅନେକ ଲୋକପ୍ରିୟତା ହାସଲ କରିଛନ୍ତି ପପୁ ପମପମ୍ । ତେବେ ବର୍ତ୍ତମାନ ପ୍ରଥମ କରି ଅଭିନୟ ଦୁନିଆରେ ପାଦ ଦେବାକୁ ଯାଉଛନ୍ତି ପପୁ ପମପମ୍ ଙ୍କ ଝିଅ। ଏକ ଓଡ଼ିଆ ସିନେମା ରେ ଶିଶୁ କଳାକାର ଭାବରେ ନିଜର ଅଭିନୟ ଜୀବନ ଆରମ୍ଭ କରିବାକୁ ଯାଇଛନ୍ତି ପପୁ ପମପମ୍ ଙ୍କ ଝିଅ।
ତେବେ ଆପଣ ମାନେ ପପୁ ପମପମ୍ ଙ୍କୁ ଅନେକ ଓଡ଼ିଆ ସିନେମାରେ ହାସ୍ୟ ଅଭିନେତା ଭାବରେ ଜବରଦସ୍ତ ଅଭିନୟ କରିଥିବାର ଦେଖିଥିବେ। କିଛି ସିନେମାରେ ପପୁ ମୁଖ୍ୟ ଅଭିନେତା ଭୂମିକାରେ ମଧ୍ୟ ନଜର ଆସିଛନ୍ତି। ଦର୍ଶକ ମାନେ ତାଙ୍କ ଅଭିନୟ ଦେଖିବାକୁ ବେଶ୍ ପସନ୍ଦ କରନ୍ତି। ତାଙ୍କର ଅନେକ ସିନେମା ଓ ଶୋ ଆଦି ଓଡ଼ିଶାରେ ଖୁବ୍ ଲୋକପ୍ରିୟତା ହାସଲ କରିଛି।
ତେବେ ଆଗାମୀ କିଛି ଦିନ ମଧ୍ୟରେ ଓଲିଉଡ ଇଣ୍ଡଷ୍ଟ୍ରି ରେ ଯୋଗ ଦେବାକୁ ଯାଉଛନ୍ତି ପପୁ ପମପମ୍ ଙ୍କ ଝିଅ। କିଛି ଦିନ ପୂର୍ବେ ତାଙ୍କୁ ଶିଶୁ କଳାକାର ଭାବରେ ଗୋଟିଏ ସିନେମାରେ ଅଭିନୟ କରିବାର ଅଫର ମିଳିଥିଲା। ତେବେ ସେଥିରେ ସେ ହଁ ଭରିବା ପରେ ଫିଲ୍ମ ନିର୍ମାତା ଖୁବ୍ ଶୀଘ୍ର ଏହି ସିନେମାର ସୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି।
ଆଗାମୀ କିଛି ଦିନ ଭିତରେ ପପୁ ଙ୍କ ଝିଅ ସୁଟିଂ ସେଟ୍ ରେ ଯୋଗ ଦେବେ ବୋଲି ସୂଚନା ମିଳିଛି। ତେବେ ସବୁଠୁ ବଡ଼ କଥା ହେଉଛି, ଏହି ସିନେମାରେ ପପୁ ମଧ୍ୟ ହାସ୍ୟ ଅଭିନେତା ଭୂମିକାରେ ନଜର ଆସିବାକୁ ଯାଉଛନ୍ତି। ତେବେ ଏହି ଫିଲ୍ମ ଜରିଆରେ ଦର୍ଶକ ମାନେ ପ୍ରଥମ ଥର ପାଇଁ ରିଲ୍ ପରଦା ଉପରେ ବାପା ଓ ଝିଅଙ୍କ ଜବରଦସ୍ତ ଅଭିନୟ ଏକା ସାଙ୍ଗରେ ଦେଖିବାକୁ ପାଇବେ।
ଆପଣ ମାନେ ଆଗରୁ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପପୁ ଙ୍କ ଝିଅ ଙ୍କୁ ଦେଖିବାକୁ ପାଇଥିବେ। ବର୍ତ୍ତମାନ ସେ ପାଠ ପଢିବା ସହିତ ନିଜର ଅଭିନୟ ମଧ୍ୟ ଆରମ୍ଭ କରିଛନ୍ତି। ତେବେ ତାଙ୍କ ଅଭିନୟକୁ ଦର୍ଶକ ମାନେ କେତେ ମାତ୍ରାରେ ପସନ୍ଦ କରୁଛନ୍ତି ଆଉ ତାଙ୍କୁ ଦର୍ଶକ ମାନଙ୍କ ଠାରୁ କେତେ ମାତ୍ରାରେ ଭଲ ପାଇବା ମିଳୁଛି ତାହା ଆଗାମୀ ଦିନରେ ଜଣାପଡିବ।