ଆମ ଓଲିଉଡ ଇଣ୍ଡଷ୍ଟ୍ରି ରେ ଏଭଳି କିଛି କଳାକାର ଅଛନ୍ତି ଯେଉଁମାନେ ଅତି କମ୍ ବୟସରୁ ଅନେକ ଲୋକପ୍ରିୟତା ହାସଲ କରିପାରିଛନ୍ତି। ଓଡ଼ିଆ ସିନେମା ଜଗତର ସେହିଭଳି ଜଣେ ଯୁବ ଅଭିନେତା ହେଉଛନ୍ତି ସ୍ବରାଜ ବାରିକ୍। ଶିଶୁ କଳାକାର ଭାବରେ ଅଭିନୟ ଦୁନିଆରେ ପାଦ ଦେଇଥିବା ସ୍ବରାଜ ଏବେ ଓଲିଉଡ ର ଜଣେ ଆଗଧାଡିର ଅଭିନେତା।
ତେବେ ସ୍ବରାଜ ଙ୍କୁ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ। ଅନେକ ଗୁଡ଼ିଏ ସିନେମାରେ ସେ ନିଜର ଜବରଦସ୍ତ ଅଭିନୟ ଦେଖାଇ ଅନେକ ଲୋକପ୍ରିୟତା ହାସଲ କରିପାରିଛନ୍ତି।ତେବେ ଛୋଟ ବେଳୁ ସ୍ବରାଜ ଶିଶୁ କଳାକାର ଭାବରେ ଅନେକ ଧାରାବାହିକରେ କାମ କରି ଚର୍ଚ୍ଚା ସାଉଁଟିଛନ୍ତି। ହେଲେ ତୁ ‘ମୋ ଲଭଷ୍ଟୋରି ‘ ଚଳଚ୍ଚିତ୍ରରେ ତାଙ୍କୁ ପ୍ରଥମ ଥର ପାଇଁ ହିରୋ ଭୂମିକାରେ ଦେଖିବାକୁ ମିଳିଥିଲା।
ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ବହୁତ ସାରା ଅଭିନେତା ଓ ଅଭିନେତ୍ରୀ ମାନେ ଅଛନ୍ତି ଆଉ ତାଙ୍କ ର ଦମଦାର ଅଭିନୟ ପାଇଁ ହିରୋ ହିରୋଇନ ଙ୍କୁ ସମସ୍ତେ ବହୁତ ଭଲ ଭାବରେ ଜାଣି ଥାନ୍ତି । ତେବେ ଆପଣ ମାନେ ଜାଣି ଥିବେ ପ୍ରାୟ 2 ବର୍ଷ ଧରି ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ କିଛି ଓଡ଼ିଆ ସିନେମା ଆସି ନଥିଲା କାରଣ କୋଭିଡ୍ ଆଉ କୋଭିଡ୍ ଲକଡାଉନ୍ ପାଇଁ ଏ ସବୁ ବନ୍ଦ ଥିଲା ।
ନିକଟରେ ଅଭିନେତା ସ୍ଵରାଜ ଙ୍କ ଏକ ନୂଆ ଫିଲ୍ମ ଆସିବାକୁ ଯାଉଛି . ତେଣୁ ଫିଲ୍ମ କୁ ନେଇ ଦର୍ଶକ , କଳାକାର, ନିର୍ଦ୍ଦେଶକ , ପ୍ରଯୋଜକ ସମସ୍ତେ ଆଶାବାଦୀ ଅଛନ୍ତି । ଯେ ଫିଲ୍ମଟି ମାର୍କେଟ ରେ ଭଲ ଚାଲିବ । ଏମିତି କ୍କହିଲେ ଅଭିନେତା ସ୍ବରାଜ । ଦର୍ଶକ ମାନଙ୍କୁ ମୋର ଅନୁରୋଧ ଫିଲ୍ମ ଟିକୁ ଯାଇ ଦେଖନ୍ତୁ ଆଉ ବହୁତ ସାରା ଭଲ ପାଇବା ଦିଅନ୍ତୁ । କେବଳ ଆମର ଚେଷ୍ଟା ଯେ ଭଲ ସିନେମା ତିଆରି ପାଇଁ ଏବଂ ଆମେ କରିଛୁ ମଧ୍ୟ ।
କିସମିସ ପରେ ଓଏ ଅଞ୍ଜଳି ମୋର ସିନେମା ଆସୁଚି ।ଯାହାକି ବହୁତ୍ ଦିନରୁ ସୁଟିଙ୍ଗ ସରିଥିଲା ।କିନ୍ତୁ କୋରାନା କାରଣରୁ ଆସି ପରୁ ନଥିଲା । ଫିଲ୍ମ ର ସବୁ ସିନ ବାହାରେ ସୁଟିଙ୍ଗ ହେଇଚି । ଯାହାକି ଦର୍ଶକ ଙ୍କୁ ଭଲ ଲାଗିବ ଏଥିରେ ମୋ ରୋଲ୍ ଭିଲେନ ରେ ଆସୁଚି ଯେଉଁଟା କି ସମ୍ପୂର୍ଣ୍ଣ ରୂପରେ ନୂଆ ଏକ୍ସପେରି ମେଣ୍ଟ କହିଲେ ଭୁଲ ହେବନି । ଆଉ ପ୍ରେମାନନ୍ଦ ସର୍ ଏଥିରେ କଣ୍ଠ ଦାନ କରିଛନ୍ତି । ନୂଆ କାହାଣୀ କୁ ନେଇ ଆମେ ଦର୍ଶକ ଙ୍କୁ ଖୁସି କରା ଇବୁ । ଆମର ଆଶା ଓ ବିଶ୍ବାସ ଯେ ଏହି ଫିଲ୍ମ ଟି ଓଡ଼ିଆ ସିନେ ପ୍ରେମୀ ଙ୍କୁ ନିଶ୍ଚିତ ଛୁଇଁବ