ଗୋଟିଏ ସମୟ ଥିଲା ଯେତେବେଳେ ଲୋକ ମାନଙ୍କ ମଧ୍ୟରେ ଓଡ଼ିଆ ଆଲବମ୍ କୁ ନେଇ ଭିନ୍ନ ଧରଣର କ୍ରେଜ୍ ଦେଖିବାକୁ ମିଳୁଥିଲା। ସେ ବାହାଘର ହେଉ କିମ୍ବା ଅନ୍ୟ କୌଣସି କାର୍ଯ୍ୟକ୍ରମ ସବୁଠି ଶୁଣିବାକୁ ମିଳୁଥିଲା ଓଡ଼ିଆ ଆଲବମ୍ ଗୀତ। ସାରା ଓଡ଼ିଶାରେ ଛାଇ ଯାଉଥିଲା ଓଡ଼ିଆ ଆଲବମ୍।ଆଲବମ୍ ଜଗତରେ ଏଭଳି କିଛି ଅଭିନେତ୍ରୀ ଥିଲେ ଯିଏ ଦର୍ଶକ ମାନଙ୍କୁ ଅନେକ ସୁପରହିଟ ଆଲବମ୍ ଭେଟି ଦେଇ ଖୁବ୍ ଲୋକପ୍ରିୟତା ହାସଲ କରିଥିଲେ।।
ତେବେ ଆଲବମ୍ ଜଗତର ସେହିଭଳି ଜଣେ ଅଭିନେତ୍ରୀ ଥିଲେ ମେଘନା ମିଶ୍ର। ଯିଏ ଅନେକ ଗୁଡ଼ିଏ ଆଲବମ୍ ରେ ନିଜର ଯାଦୁ ଦେଖାଇ ପରେ ଅଭିନୟ ଦୁନିଆରେ ପାଦ ଦେଇଥିଲେ। ଅନେକ ଗୁଡ଼ିଏ ଫିଲ୍ମ ରେ ଆପଣ ତାଙ୍କର ଜବରଦସ୍ତ ଅଭିନୟ ଦେଖିବାକୁ ପାଇଥିବେ। କେବଳ ଫିଲ୍ମ ନୁହେଁ, ମେଘନା କିଛି ଧାରାବାହିକ ରେ ମଧ୍ୟ ନଜର ଆସିଛନ୍ତି।
ତେବେ ମେଘନା ଙ୍କୁ ସବୁଠୁ ଅଧିକ ଲୋକପ୍ରିୟତା ଆଣି ଦେଇଥିଲା ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଧାରାବାହିକ ଶ୍ରୀ ଜଗନ୍ନାଥ। ଏହି ଧାରାବାହିକ ରେ ସେ ମା ଲକ୍ଷ୍ମୀ ମକ ଚରିତ୍ର ରେ ଖୁବ୍ ସୁନ୍ଦର ଅଭିନୟ କରି ଅନେକ ଲୋକପ୍ରିୟତା ହାସଲ କରିଥିଲେ। ଯଦିଓ ବର୍ତ୍ତମାନ ସେ ଅଭିନୟ ଠାରୁ ଦୂରେଇ ଯାଇଛନ୍ତି ହେଲେ ଦର୍ଶକ ମାନେ ଆଜି ବି ତାଙ୍କୁ ମା ଲକ୍ଷ୍ମୀ ଙ୍କ ଚରିତ୍ର ପାଇଁ ମନେ ରଖିଛନ୍ତି।
ନିକଟରେ ଏକ ଇଣ୍ଟର୍ଭୁ ରେ ନିଜ ପୁରୁଣା ଦିନକୁ ମନେ ପକାଇ ମେଘନା କହିଥିଲେ, ଯେତେବେଳେ ତାଙ୍କୁ ମା ଲକ୍ଷ୍ମୀ ଙ୍କ ଚରିତ୍ର କରିବା ପାଇଁ ଚଣ୍ଡୀ ପରିଜା ଓ ହର ପଟ୍ଟନାୟକଙ୍କ ତରଫରୁ କଲ୍ ଯାଇଥିଲା ସେତେବେଳେ ସେ ଅଭିନୟ ଛାଡ଼ି ସାରିଥିଲେ। ଆଉ ଏକ କଲେଜ୍ ରେ ଅଧ୍ୟାପିକା ଭାବରେ କାର୍ଯ୍ୟରତ ଥିଲେ। ହେଲେ ମା ଲକ୍ଷ୍ମୀ ଙ୍କ ଚରିତ୍ର କୁ ସେ ମନା କରିପାରିନଥିଲେ। ଆଉ ଅଭିନୟ କରିବାକୁ ହଁ ଭରିଥିଲେ।
ଏହି ଧାରାବାହିକଟି ଅନେକ ଲୋକପ୍ରିୟତା ହାସଲ କରିଥିଲା। ପ୍ରଭୁ ଜଗନ୍ନାଥ ଙ୍କ ଆଶୀର୍ବାଦ ରୁ ସେ ଲକ୍ଷ୍ମୀ ଙ୍କ ଚରିତ୍ର ରେ ଅଭିନୟ କରିବାର ସୁଯୋଗ ପାଇଥିବା ବିଶ୍ୱାସ କରନ୍ତି। ଏହା ସହିତ ନିଜ ଅଭିନୟର ଆରମ୍ଭ ଦିନ ମାନଙ୍କରେ ସିନିୟର୍ ଆର୍ଟିଷ୍ଟ ମାନଙ୍କ ସହ କାମ କରି ସେ ଅନେକ ସୌଭାଗ୍ୟ ଅର୍ଜନ କରିଥିବା କୁହନ୍ତି।