ଓଲିଉଡ଼ ସିରିଏଲ୍ ଜଗତ ର ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ ଙ୍କୁ ତ ଆପଣ ମାନେ ନିଶ୍ଚୟ ଜାଣିଥିବେ।ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ ଓଡ଼ିଆ ଧାରାବାହିକ ରେ ଅଭିନୟ କରିଛନ୍ତି । ଏବଂ ଓଡ଼ିଆ ଦର୍ଶକ ମାନେ ତାଙ୍କ ଅଭିନୟ କୁ ବେସ୍ ପସନ୍ଦ କରିଛନ୍ତି। କିଛି ମାସ ପୂର୍ବରୁ ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ ଙ୍କ ର ବାହାଘର ଭାଙ୍ଗି ଯାଇଛି।
ବର୍ତ୍ତମାନ ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ ବହୁତ୍ କଷ୍ଟ ରେ ରହିଛନ୍ତି ଏବଂ ଅନେକ ସଡ ଭିଡ଼ିଓ ବନେଇ ତାଙ୍କ ସୋସିଆଲ ଆକାଉଣ୍ଟ୍ ରେ ଅପଲୋଡ଼ କରିଛନ୍ତି। ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ ଓଲିଉଡ଼ ସିନେମା ଜଗତରେ ଏଣ୍ଟ୍ରି କରିଥିଲେ ମିଠା ମିଠା ଚଳଚ୍ଚିତ୍ର ଜରିଆରେ।ସେଥିରେ ତାଙ୍କ ସହିତ ଓଲିଉଡ଼ ର ଅଭିନେତା ରାଜ୍ ରାଜେଶ୍ ଅଭିନୟ କରିଥିଲେ।
ଦୁହିଁଙ୍କ ଯୋଡ଼ି କୁ ଦର୍ଶକ ମାନେ ବେସ୍ ପସନ୍ଦ କରିଥିଲେ।ଆଉ ତା ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିଥିଲା।ଦୁହେଁ ଦୁହିଁଙ୍କୁ ବହୁତ୍ ଭଲ ପାଉଥିଲେ। ତା ପରେ ସେମାନେ ବିବାହ କରିବାକୁ ନିଷ୍ପତି ନେଇଥିଲେ ।ଆଉ ତାଙ୍କର ନିର୍ବନ୍ଧ ମଧ୍ୟ ସରି ଯାଇଥିଲା। ନିର୍ବନ୍ଧ ପରେ ତାଙ୍କ ଭିତରେ କିଛି ଭୁଲ ବୁଝାମଣା କୁ ନେଇ ଝଗଡ଼ା ହୋଇଥିଲା ଏବଂ ତାର କୌଣସି ସମାଧାନ ହୋଇ ପାରିନଥିଲା ।
ସେହି କାରଣ ରୁ ସେମାନେ ତାଙ୍କ ଦୁଇ ପରିବାର ସହିତ କଥା ହୋଇ ସବୁଦିନ ପାଇଁ ଅଲଗା ହୋଇ ଯାଇଥିଲେ।ଆଉ ବର୍ତ୍ତମାନ ରାଜ୍ ରାଜେଶ୍ ଅଭିନେତ୍ରୀ ଲୁମ୍ରୀନା ଙ୍କ ସହିତ ବିବାହ କରିବାକୁ ଯାଉଛନ୍ତି।ତାଙ୍କ ଦୁହିଁଙ୍କ ର ମଧ୍ୟ ନିର୍ବନ୍ଧ ସରି ଗଲାଣି।ଆଉ ଆଗାମୀ ଦିନରେ ତାଙ୍କ ଦୁହିଁଙ୍କ ର ବିବାହ ହେବାକୁ ଯାଉଛି।
ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ ବର୍ତ୍ତମାନ ପରିସ୍ଥିତି ରେ ଏକା ହୋଇ ଯାଇଛନ୍ତି। ଏବଂ ଅନେକ ଦୁଃଖ ଭିଡ଼ିଓ ସେ ତାଙ୍କ ସୋସିଆଲ ଆକାଉଣ୍ଟ୍ ରେ ଅପଲୋଡ଼ କରିଛନ୍ତି।ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ ଅନେକ ଓଡ଼ିଆ ସିନେମା ରେ କାମ କରିଛନ୍ତି । ଏବଂ ଓଡ଼ିଆ ଧାରାବାହିକ ରେ ମଧ୍ୟ ଅଭିନୟ କରିଛନ୍ତି।ତାଙ୍କର ଅଭିନୟ ଦର୍ଶକ ମାନଙ୍କ ର ବହୁତ୍ ପସନ୍ଦ ।
ଆଉ ଖାଲି ସେତିକି ନୁହେଁ ସେ ଅନେକ ଆଲବମ ଏବଂ ତା ସହିତ ୱେବ୍ ସୀରିଜ୍ ରେ ମଧ୍ୟ କାମ କରିଛନ୍ତି।ଜଣେ ସୁନ୍ଦର୍ ଅଭିନେତ୍ରୀ ଭାବରେ ଓଡ଼ିଆ ଦର୍ଶକ ମାନେ ତାଙ୍କୁ ଅନେକ ଭଲ ପାଇବା ଦେଇଛନ୍ତି।।