Breaking News

ଫିଲ୍ମରେ ରୋମାନ୍ସ ସମୟର କାହାଣୀ କହିଲେ କମେଡି କିଙ୍ଗ ଜୟୀରାମ ସାମଲ(Jayee Ram Samal)

ଓଲିଉଡ଼ ସିନେମା ଜଗତର ଜଣେ ଉଚ୍ଚକୋଟୀର କଳାକାର ହେଉଛନ୍ତି ଜୟୀ ରାମ ସାମଲ । ଜଣେ ହାସ୍ୟ ଅଭିନେତା ଭାବରେ ସେ ସାରା ଓଡ଼ିଶା ରେ ବେସ୍ ପରିଚିତ । ଜୟୀ ରାମ ସାମଲ ହେଉଛନ୍ତି ଜଣେ ବରିଷ୍ଠ କଳାକାର। ତାଙ୍କର ଅଭିନୟ ଉଚ୍ଚ କୋଟିର । ଓଲିଉଡ଼ ସିନେମା ଜଗତରେ ତାଙ୍କର ଅନେକ ଅବଦାନ ରହିଛି । ଓଲିଉଡ଼ ରେ ସେ ଅନେକ ସିନେମା ରେ ଅଭିନୟ କରିଛନ୍ତି ।

ହାସ୍ୟ ଅଭିନେତା ଭାବରେ ଦର୍ଶକ ମାନେ ତାଙ୍କୁ ଅନେକ ଲୋକପ୍ରିୟତା ଦେଇଛନ୍ତି । ଅନେକ ଭଲ ପାଇବା ଦେଇଛନ୍ତି। ଜୀବନରେ ସେ ଅଭିନୟ କୁ ତାଙ୍କର ସବୁ କିଛି ଭାବି ନେଇଛନ୍ତି । ଜୟୀ ରାମ ସାମଲ କଟକ ଜିଲ୍ଲା ରେ ଜନ୍ମ ଗ୍ରହଣ କରିଥିଲେ। ଏବଂ ଅଭିନୟ ବ୍ୟତୀତ ସେ ମ୍ୟାଜିକ କରିବାକୁ ବହୁତ୍ ଭଲ ପାଆନ୍ତି। ଯେତେବେଳେ ତାଙ୍କ ପାଇଁ ବିବାହ ର ପ୍ରସ୍ତାବ ଆସି ଥିଲା ପ୍ରଥମେ ମଧ୍ୟସ୍ଥି ଙ୍କ ସହିତ ତାଙ୍କ ଶ୍ଵଶୁର ଆସିଥିଲେ ।

ସେତେବେଳେ ହାସ୍ୟ ଅଭିନେତା ଜୟୀ ରାମ ସାମଲ ତାଙ୍କ ଘରେ ଏକା ଥିଲେ । ଆଉ ସେ ତାଙ୍କ ଶ୍ଵଶୁର ହେବେ ବୋଲି ସେ ଜାଣି ନଥିଲେ । ତାଙ୍କ ଶ୍ବଶୁର ତାଙ୍କୁ ପାଖକୁ ଡାକି କହିଥିଲେ ଯେ ପୁଅ କିଛି ମ୍ୟାଜିକ ଦେଖାଅ। ଆଉ ସେ ଗୋଟିଏ କଏନ୍ ଆଣି ମ୍ୟାଜିକ କରି ତାଙ୍କ ଶ୍ବଶୁର ଙ୍କ ଆଖିରୁ ପାଟିରୁ କାନରୁ କଏନ୍ ବାହାର କରିଥିଲେ । ଆଉ ତାଙ୍କ ଶ୍ଵଶୁର ଘରକୁ ଯାଇ କହିଥିଲେ ଯେ ମୋ ଝିଅ ର କିଛି ଅସୁବିଧା ହେବ ନାହିଁ ।

ଜ୍ବାଇଁ ଆମର ଯୋଉଠି ହାତ ମାରୁଛନ୍ତି ଖାଲି ପଇସା ବାହାରୁଛି । ତା ପରେ ତାଙ୍କର ବିବାହ ହୋଇ ଥିଲା । ହାସ୍ୟ ଅଭିନେତା ଜୟୀ ରାମ ସାମଲ 75 ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ତାଙ୍କର ଅଭିନୟ ବେସ୍ ମନଛୁଆଁ। ସେ କହିଛନ୍ତି ଯେ ଯଦି ସେ କଳାକାର ହୋଇ ନଥାନ୍ତେ ତା ହେଲେ କୋଉଠି ପାନ ଦୋକାନ ଦେଇ ଥାଆନ୍ତେ । ହେଲେ ଓଡ଼ିଶା ବାସି ତାଙ୍କୁ ଅଟେ ଭଲ ପାଇବା ଦେଇଛନ୍ତି ସେ ସେଥିପାଇଁ ବହୁତ୍ ଖୁସୀ ଅଛନ୍ତି। ଏବଂ ଦର୍ଶକ ମାନଙ୍କ ପାଇଁ ଆଜି ସେ ସାରା ଓଡ଼ିଶା ରେ ପରିଚିତ ହୋଇ ପାରିଛନ୍ତି ବୋଲି କହିଛନ୍ତି।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ଶ୍ରୀମନ୍ଦିର ଗର୍ଭ ଗୃହରେ ଶୁଭୁଛି ବିକଟାଳ ଶବ୍ଦ, ଶାନ୍ତିରେ ଶୋଇପାରୁନି କାଳିଆ – ଦେଖନ୍ତୁ ଭିଡିଓ

ପୁରୀ ଶ୍ରୀମନ୍ଦର କୁ ନେଇ ଏକ ବହୁତ୍ ବଡ଼ ଖବର ଆସି ପହଞ୍ଚିଛି। ମଣିଷ ହାର ମାନୀଛି ଆଉ ସହାୟତା …

Leave a Reply

Your email address will not be published. Required fields are marked *