ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ। ପ୍ରିୟ ଯୋଡି ଅଭିନେତା ଅନୁଭବମହାନ୍ତି ଏଵଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ । ଉଭୟ ଏକାଠି ହୋଇ ବହୁ ସାରା ଚଳଚ୍ଚିତ୍ର ରେ ଅଭିନୟ କରିଥିଲେ ଓ ପରବର୍ତ୍ତୀ ସମୟରେ ରେ ଉଭୟ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ ।
ଉଭୟ ବିବାହ କରିବା ର କିଛି ଦିନ ପରେ ଉଭୟ ଙ୍କ ମଝି ରେ କିଛି ପାରିବାରିକ ବିବାଦ ଦେଖା ଦେଇଥିଲା । ଉଭୟ ନିଜ ବିବାଦ କୁ ନେଇ କୋର୍ଟ ଓ ଥାନା ର ଦ୍ବାରସ୍ଥ ହୋଇଥିଲେ ସମାଧାନ ପାଇଁ , ଏହା ଅନେକ ଦିନ ହୋଇଥିଲେ ମଧ୍ୟ ଏହାର ସମାଧାନ ଏ ପର୍ଯ୍ୟନ୍ତ ହୋଇ ନାହିଁ । ବର୍ତ୍ତମାନ୍ ସମୟ ରେ ଉଭୟ ଙ୍କ ବିବାଦ ର ଶୁଣାଣି ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ଅଛି ।
ବର୍ତ୍ତମାନ୍ ସମୟ ରେ ଉଭୟ ଙ୍କ ଶୁଣାଣି ବେଶ୍ ଚର୍ଚ୍ଚା ରେ ଅଛି , ପରିବାର ଅଦାଲତ ରେ ସାକ୍ଷ୍ୟ ସଂଗ୍ରହ ଓ ପ୍ରସଙ୍ଗ କୁ ନେଇ ବର୍ଷା ପ୍ରିୟଦର୍ଶିନୀ ଦାୟର କରିଥିବା ପିଟିସନ ଉପରେ ଶୁଣାଣି ଶେଷ ହୋଇଛି । ମାମଲା ର ରାୟ ସଂରକ୍ଷିତ ରହିଛି , ବର୍ଷା ପ୍ରିୟଦର୍ଶିନୀ ପିଟିସନ କରିବା ପୁର୍ବ ରୁ ଅନୁଭବ ସାକ୍ଷ୍ୟ ଗ୍ରହଣ ଶେଷ ହୋଇଥିଲା । ବର୍ଷା ଙ୍କ ସାକ୍ଷ୍ୟ ଗ୍ରହଣ କରିବା ପାଇଁ ତାରିଖ ଧାର୍ଯ୍ୟ କରା ଯାଇଥିଲା , କିନ୍ତୁ ଧାର୍ଯ୍ୟ ତାରିଖ ରେ ବର୍ଷା ଉପସ୍ଥିତ ନ ରହିବାରୁ ।
ଅଦାଲତ ସାକ୍ଷ୍ୟ ଗ୍ରହଣ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଧେଶ କୁ ପ୍ରତ୍ୟାହାର କରିବା ପାଇଁ ବର୍ଷା ପରିବାର ଅଦାଲତ ରେ ପିଟିସନ ଦାଖଲ କରିଥିଲେ। ଏଥିରେ ଦର୍ଶାଯାଇଥିଲା ମାମଲା ର ଉପଯୁକ୍ତ ଶୁଣାଣି ଓ ଫାଇସାଳ ପାଇଁ ବର୍ଷା ଙ୍କ ସାକ୍ଷ୍ୟ ପ୍ରମାଣ ଜରୁରୀ । ଏହି ଭଳି ସ୍ଥିତି ରେ ପୂର୍ବ ରୁ ନିର୍ଦ୍ଦେଶ ପ୍ରତ୍ୟାହାର କରି ମାମଲା ରେ ବର୍ଷା ପ୍ରିୟଦର୍ଶିନୀ ଙ୍କ ସାକ୍ଷ୍ୟ ଗ୍ରହଣ କରା ଯାଉ ବୋଲି ପିଟିସନ ରେ ଦର୍ଷା ଯାଇଥିଲା ।
ଅନ୍ୟ ପକ୍ଷରେ ବର୍ଷା ଙ୍କ ଏହି ପିଟିସନ କୁ ଅନୁଭବ ମହାନ୍ତି ଙ୍କ ତରଫ ରୁ ବିରୋଧ ମଧ୍ଯ କରା ଯାଇଥିଲା । ବର୍ଷା ପ୍ରିୟଦର୍ଶିନୀ ଜାଣି ଶୁଣି ମାମଲା ବିଳମ୍ବ କରୁଛନ୍ତି ବୋଲି ଅନୁଭବ ଙ୍କ ତରଫ ରୁ ଆପତ୍ତି ରେ ଦର୍ଶା ଯାଇଥିଲା । ପରିବାର ଅଦାଲତ ରେ ଉଭୟ ପକ୍ଷ ଯୁକ୍ତି ଉପସ୍ଥାପନ କରି ଥିଲେ ଯାହା ଉପରେ ଶୁଣାଣୀ ଶେଷ ହୋଇଛି ଓ ମାମଲା ର ରାୟ କୁ ସଂରକ୍ଷିତ ରଖା ଯାଇଛି ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।