ପୁଣି ଚର୍ଚ୍ଚାରେ ବ୍ରହ୍ମପୁର ସହର। ନିଜ ଅଧିକାର ପାଇଁ ପ୍ରେମିକ ଘର ଆଗରେ ଆଉ ଜଣେ ତପସ୍ଵିନୀ। ଆଜିକୁ ସାତ ଦିନ ହୋଇଯିବ ପ୍ରେମିକ ଘର ଆଗରେ ବସି ରହିଛନ୍ତି କେ ଦୀପିକା। ବ୍ରହ୍ମପୁର ସହର ଦେଶୀ ବେହେରା ସାହିରେ ପୁଣି ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାହାକୁ ନେଇ ପୁଣିଥରେ ତପସ୍ଵିନୀ ଙ୍କ କଥା ମନେ ପଡ଼ିଛି।
କୋଳରେ ଛୋଟ ଛୁଆ କୁ ଧରି ପ୍ରେମିକ ଘର ଆଗରେ ଧାରଣା ଦେଇଛନ୍ତି କେ ଦୀପିକା। ଦିନେ କି ଦୁଇ ଦିନ ନୁହେଁ ଆଜକୁ ୭ ଦିନ ହୋଇଯିବ ସେ ପ୍ରେମିକ ଘର ଆଗରେ ଧାରଣାରେ ବସିଛନ୍ତି। ତାଙ୍କର ଗୋଟିଏ ଜିଦ୍, ତାଙ୍କୁ ସ୍ତ୍ରୀ ର ମର୍ଯ୍ୟାଦା ଦିଆଯାଉ ଏବଂ ତାଙ୍କ ପୁଅ କୁ ବାପା ର ପରିଚୟ ମିଳୁ। ସେଥିପାଇଁ ତ ସେ ବର୍ଷାରେ ଓଦା ହୋଇ ନିଜ ଶିଶୁ ପୁଅକୁ ଧରି ବସିଛନ୍ତି ପ୍ରେମିକ ର ଦୁଆରେ। ଆଉ ଦୀପିକା ଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି ସମାଜସେବୀ ପ୍ରମିଳା ତ୍ରିପାଠୀ।
ସୂଚନା ଅନୁଯାୟୀ, ବ୍ରହ୍ମପୁର ବଡବଜାର ସ୍ଥିତ ଦେଶୀ ବେହେରା ସାହି ର ଦିନେଶ ନାମକ ଜଣେ ଯୁବକ ଙ୍କର ଦୀପିକା ଙ୍କ ସହ ପ୍ରେମ ସମ୍ପର୍କ ଥିଲା। ଏମିତିକି ତାଙ୍କ ସହ ସେ ଶା-ରୀ-ରିକ- ସ-ମ୍ପ-ର୍କ ରଖିଥିଲେ। ପରେ ଦୀପିକା ଗର୍ଭବତୀ ହେବା ଜାଣିବା ପରେ ଦିନେଶ ତାଙ୍କୁ ଗ୍ରହଣ କରିବାକୁ ରାଜି ହୋଇନଥିଲେ। ଏମିତିକି ସେ ଗର୍ଭବତି ଥିବା ଜାଣିବା ପରେ ଦିନେଶ ତାଙ୍କ ଠାରୁ ସବୁ ସମ୍ପର୍କ ତୁଟେଇ ଦେଇଥିଲେ।
ପରେ ଦୀପିକା ଙ୍କ ଗ-ର୍ଭ-ରୁ ଶିଶୁ ପୁତ୍ର ଟିଏ ଜନ୍ମ ନେଇଥିଲା। ହେଲେ ତା ପରେ ମଧ୍ୟ ଦୀନେଶ କିମ୍ବା ତାଙ୍କ ପରିବାର ଦୀପିକା ଙ୍କୁ ଗ୍ରହଣ କରିନଥିଲେ। ବରଂ କିଛି ଟଙ୍କା ନେଇ ସେ ଏହି ମାମଲାକୁ ରଫା ଦଫା କରିବା ପାଇଁ କହିଥିଲେ। ହେଲେ ସେଥିରେ ରାଜି ହୋଇନଥିଲେ ଦୀପିକା। ନିଜେ ସ୍ତ୍ରୀ ର ହକ ପାଇବା ପାଇଁ ଓ ନିଜ ପିଲା କୁ ବାପା ର ପରିଚୟ ଦେବା ପାଇଁ ସେ ପ୍ରେମିକ ଦୀନେଶ ଙ୍କ ଘର ଆଗରେ ଧାରଣା ରେ ବସିଛନ୍ତି।
ହେଲେ ଏହି ଘଟଣାକୁ ୮ ଦିନ ବିତିଥିଲେ ବି ଏପର୍ଯ୍ୟନ୍ତ ଦିନେଶ ଙ୍କର କୌଣସି ପତ୍ତା ମିଳୁନାହିଁ। ଦିନେଶ କିମ୍ବା ତାଙ୍କ ପରିବାର ଗେଟ୍ ଖୋଲୁ ନାହାନ୍ତି କି ଦିନେଶ ଥରୁଟିଏ ଆସି ନିଜ ପୁଅ ବା ଦୀପିକା ଙ୍କୁ ଦେଖିନାହାନ୍ତି। ତେବେ ଦିନେଶ ଦୀପିକା ଓ ତାଙ୍କ ପୁଅକୁ ଗ୍ରହଣ ନ କରିବା ଯାଏଁ ତାଙ୍କର ଏହି ଲଢେଇ ଜାରି ରହିବ ବୋଲି କହିଛନ୍ତି ଦୀପିକା।