Breaking News

ବଡ ଖୁଲସା କଲେ , ସବୁଠୁ ବେଶୀ ନିଜ ସ୍ତ୍ରୀ କୁ ଡରନ୍ତି ପପୁ ପମ୍ ପମ୍ ! ଏହି କାରଣ ପାଇଁ ?- ଦେଖନ୍ତୁ

ଓଡ଼ିଆ ସିନେମା ଜଗତରେ ଏଭଳି ଅନେକ ହାସ୍ୟ ଅଭିନେତା ଅଛନ୍ତି ଯେଉଁମାନେ ନିଜର ନିଆରା ଅଭିନୟ ପାଇଁ ଓଡିଶାର ଘରେ ଘରେ ପରିଚିତ। ନିଜର କମେଡି ଦ୍ଵାରା ସେମାନେ ଲୋକ ମାନଙ୍କୁ ହସାଇ ହସାଇ ବେଦମ୍ କରିଦିଅନ୍ତି। ତେବେ ଏହି ସବୁ ହାସ୍ୟ ଅଭିନେତା ମାନଙ୍କ ମଧ୍ୟରୁ ଏଭଳି ଜଣେ ଭିନ୍ନ ହାସ୍ୟ ଅଭିନେତା ଅଛନ୍ତି ଯିଏ ଛୋଟ ପିଲମାନଙ୍କ ଠାରୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କର ଅତି ପ୍ରିୟ।

ସେ ଯେ କୌଣସି ସିନେମାରେ ବି ଆସନ୍ତି ସେଥିରେ ସେ ନିଜର ଅଭିନୟ ମାଧ୍ୟମରେ ଶେଷ ପର୍ଯ୍ୟନ୍ତ ଲୋକମାନଙ୍କୁ ହସାନ୍ତି। ନିଜର କମେଡି ଶୋ ମାଧ୍ୟମରେ ସେ ଅନେକ ଚାନେଲକୁ ଲୋକପ୍ରିୟ କରାଇଛନ୍ତି। ତାଙ୍କୁ ଓଡ଼ିଆ ସିନେ ଜଗତର କମେଡି କିଙ୍ଗ ବୋଲି ମଧ୍ୟ କୁହାଯାଏ। ସେ ହେଉଛନ୍ତି ଓଡ଼ିଶାର ନମ୍ୱର୍ ୱାନ କମେଡିଆନ୍ ପପୁ ପମ ପମ।

ପପୁ ସେହି ଅଭିନେତା ମାନଙ୍କ ମଧ୍ୟରୁ ଜଣେ ,ଯିଏ କି ଖୁବ୍ କମ୍ ସମୟ ଭିତରେ କମେଡି ଦୁନିଆରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ପପୁ ଅନେକ ଗୁଡ଼ିଏ ପ୍ରତିଭାର ଅଧିକାରୀ କହିଲେ ଅତ୍ୟୁକ୍ତି ହେବନାହିଁ। ସିନେମାରେ ଜବରଦସ୍ତ ଅଭିନୟ ଓ ଡାଇଲଗ କହି ଲୋକ ମାନଙ୍କୁ ହସେଇ ହସେଇ ବେଦମ୍ କରିଦେଉଥିବା ପପୁ ରିୟଲ ଲାଇଫ ରେ କିନ୍ତୁ ଡରନ୍ତି ନିଜ ସ୍ତ୍ରୀ କୁ। ଏ କଥା ନିଜେ ପପୁ ଏକ ସାକ୍ଷାତକାରରେ କହିଥିଲେ।

ସେ କହିଥିଲେ , ‘ମୁଁ ମୋ ସ୍ତ୍ରୀ କୁ ଡରେ। ଯଦି ସେ ସାବିତ୍ରୀ ତାହାଲେ ମତେ ସତ୍ୟବାନ୍ ହେବାକୁ ପଡ଼ିବ।’ ଏମିତିକି ସେ ବେଲେଣା କାଠି ରେ ମାଡ଼ ଖାଇଥିବା କହିଛନ୍ତି। ପପୁ କହିଥିଲେ ଘରେ ମୋର ଜମା ବି ସମ୍ମାନ ନାହିଁ। ମୋ ଝିଅ ମତେ ବାପା ଡ଼ାକେନି, ଡାକେ ପମ୍ ପମ୍। ମୋ ପୁଅ ଆସି ମୋ ତଣ୍ଟି ଧରିଦିଏ।’

‘ମୋ ସ୍ତ୍ରୀ ରାଗିଲେ ମତେ କଥା କୁହେନି। କାରଣ ମୁଁ କହିଛି ଜଣେ ରାଗିଲେ ଜଣେ ଚୁପ୍ ରହିଯିବା ଭଲ। ମୁଁ ରାଗିଲେ ସେ ଚୁପ୍ ହୋଇଯାଏ ସେ ରହିଲେ ମୁଁ ଚୁପ୍। କିନ୍ତୁ ବେଶୀ ଚୁପ୍ ମୁଁ ରୁହେ। କାରଣ ଯେହେତୁ ମୁଁ ସୁଟିଂ କାରଣରୁ ଘରେ ବେଶୀ ସମୟ ଦେଇପରେନି। ସେ ଘରର ସବୁ ଦାୟିତ୍ଵ ନିଏ। ତେଣୁ ସେ ରହିଲେ ମୁଁ ଚୁପ୍ ରହିଯାଏ।’

About admin

Check Also

ପିଣ୍ଟୁ ନନ୍ଦଙ୍କ (Pintu Nanda) ସ୍ତ୍ରୀ ମାନଙ୍କୁ ମଣିଷ କରିବା ପାଇଁ ପିଲାଙ୍କୁ ନେଇ ଦିଲ୍ଲୀ ଚାଲିଗଲେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଏହି ଦୁନିଆ ରେ ମଣିଷ ମଣିଷ ଭିତରେ ରାଗ ଓ ଅଭିମାନ ରଖି …

Leave a Reply

Your email address will not be published. Required fields are marked *