ବନ୍ଧୁଗଣ ଆମ ଓଲିଉଡ ର ଲୋକ ପ୍ରିୟ ନାୟିକା ଏଲିନା ସାମନ୍ତରାୟ କୁ ନେଇ ଚର୍ଚ୍ଚା ଚାଲିଛି । କାହିଁକି ନା ଏବେ ଏବେ ଖବର ଆସୁଚି କି ଏଲିନା କାହାକୁ କିଛି ନା ଜଣାଇ ଗାଁ ରେ ବିବାହ କରିଛନ୍ତି । ଆସନ୍ତୁ ଜାଣିବା ହଠାତ୍ ସେ ଏମିତି ନିଷ୍ପତି କଣ ପାଇଁ ନେଲେ ଆଉ କଥା ରେ କେତେ ସତ୍ୟତା ଅଛି ଆସନ୍ତୁ ଜାଣିବା ।
ଆମ ଓଡ଼ିଆ ଇଣ୍ଡଷ୍ଟ୍ରିରେ ଏଭଳି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଖୁବ୍ କମ୍ ସମୟରେ ନିଜର ପରିଶ୍ରମ ଓ ଦକ୍ଷତା ବଳରେ ଅନେକ ସଫଳତା ହାସଲ କରିଛନ୍ତି। ତେବେ ଓଡ଼ିଆ ଇଣ୍ଡଷ୍ଟ୍ରି ର ସେହିଭଳି ଜଣେ ଅତି ଜଣାଶୁଣା ଅଭିନେତ୍ରୀ ହେଉଛନ୍ତି ଏଲିନା ସାମନ୍ତରାୟ। ତାଙ୍କୁ ତ ସମସ୍ତେ ନିଶ୍ଚୟ ଭାବରେ ଜାଣିଥିବେ। ଓଡ଼ିଆ ସିନେମା ଜଗତର ସେ ଜଣେ ସଫଳ ଅଭିନେତ୍ରୀ। ଖୁବ୍ କମ୍ ସମୟ ମଧ୍ୟରେ ସେ ଓଡ଼ିଆ ଦର୍ଶକ ମାନଙ୍କ ମନରେ ନିଜ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ବର୍ତ୍ତମାନ ସେ ଓଡ଼ିଆ ସିନେ ଜଗତର ଜଣେ ଆଗ ଧାଡ଼ିର ଅଭିନେତ୍ରୀ କହିଲେ ମଧ୍ଯ ଚଳେ।
ସେ ଏକ ଶୋ ମାଧ୍ୟମ ରେ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ପାଦ ଦେଇଥିଲେ , ହଁ ବନ୍ଧୁ ସେ କିଏ ହବ ମୋ ହିରୋଇନ୍ ଏକ ଶୋ ୱିନର ହୋଇ ଓଡ଼ିଆ ଫିଲ୍ମ୍ ଜଗତ କୁ ପ୍ରବେଶ କରି ଥିଲେ। ଆଉ ତା ପରେ ସେ ସମସ୍ତ ଫିଲ୍ମ୍ ରେ ଜବରଦସ୍ତ ଅଭିନୟ କରି ସମସ୍ତ ଫିଲ୍ମ୍ ସୁପର୍ ହିଟ କରାଇବା ସହ ଲୋକ ପାଖ ରେ ଅତି ପ୍ରିୟ ହୋଇପାରିଛନ୍ତି। ଆଉ ଆପଣ ମାନେ ଜାଣିଥିବେ ଯେ ଓଡ଼ିଆ ଇଣ୍ଡଷ୍ଟ୍ରି ର ସୁପର ଷ୍ଟାର୍ ଅଭିନେତା ଅରିନ୍ଦମ ରାୟ, ଅନୁଭବ ମହାନ୍ତି, ବାବୁଶାନ୍ ମହାନ୍ତି ଭଳି ଅନେକ ହିରୋ ମାନ ଙ୍କ ସହ ଅଭିନୟ କରିଛନ୍ତି । ତାଙ୍କର ପ୍ରଥମ ଚଳଚ୍ଚିତ୍ର ହେଉଛି ଇଶ୍କି ତୁହି ତୁ ।
କିନ୍ତୁ ବର୍ତ୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ଏଲିନଙ୍କ ଙ୍କ କିଛି ବଧୂ ବେଶ ଫଟୋ ସୋସିଆଲ ମିଡ଼ିଆ ରେ ନିଆଁ ପରି ଭାଇ ରାଲ ହେବାରେ ଲାଗିଛି । ଏଲିନା ଙ୍କ ଯେଉଁ ସବୁ ଫଟୋ ରେ ବଧୂ ବେଶ ରେ ଦେଖା ଯାଉଛନ୍ତି ଆଉ ବେଦୀ ରେ ବସିଥିବା ଫଟୋ ମଧ୍ୟ ଭାଈ ରାଲ୍ ହେଉଛି ଏହା ରିଅଲ ଲାଇଫ ରେ ନୁହେଁ ବରଂ ରିଲ ଲାଇଫ ରେ ସୁଟିଙ୍ଗ ସେଟ୍ ରେ । ଯେଉଁଟାକି ଆପଣ ମାନେ ତାଙ୍କୁ ତାଙ୍କ ଆଗାମୀ ଫିଲ୍ମ ରେ ବଧୂ ବେଶ ହୋଇ ବାହା ହେଉଥିବାର ଦେଖିବେ ।
ଏଲିନା ଆଜି ପର୍ଯ୍ୟନ୍ତ ବାହା ହୋଇ ନାହାନ୍ତି । ଯାହାକି ତାଙ୍କର ବିବାହ ପାଇଁ ପ୍ରାପ୍ତ ବୟସ୍କ ହୋଇଥିଲେ ବି ସେ ବିବାହ କରିନାହାନ୍ତି । ଏହି ଫଟୋ ଗୁଡ଼ିକ ସାରା ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଥିବାର ଦେଖି ଲୋକେ ଭାବୁଛନ୍ତି ଏଲିନା ବୋଧେ ଲୁଚିକି ବିବାହ କରି ନେଇଛନ୍ତି ।