Breaking News

ବର୍ଷାଙ୍କ ନାମରେ ଥିବା ଦୁଇଟି ମାମଲାରେ ପଡ଼ିଛି ପୂର୍ଣ୍ଣଛେଦ,ଏବେ ଶାନ୍ତିରେ ନିଶ୍ୱାସ ମାରିବେ …

ଓଲିଉଡ଼ ର ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ନେଇ କିଛି ଦିନ ପୂର୍ବରୁ ଥାନା ରେ ଅଭିଯୋଗ କରା ଯାଇଥିଲା। ଏବଂ ସେଇ ଅଭିଯୋଗ ବର୍ତ୍ତମାନ ଭିତ୍ତିହୀନ ବୋଲି ଭୁବନେଶ୍ଵର ଡିସିପି ହାଇକୋର୍ଟ କୁ ଜଣାଇଛନ୍ତି।ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବେ ଟିକେ ଶାନ୍ତିରେ ନିଶ୍ୱାସ ମାରିବେ।ଅନେକ ଦିନ ହେବ ସେ ତାଙ୍କ ଜୀବନରେ ଅନେକ କିଛି ସମସ୍ୟା ଦେଖା ଦେଇଛି।ଆଉ ଏବେ କୋର୍ଟ ରୁ ସେ ନିର୍ଦ୍ଦୋଷ ବୋଲି ଜାଣିବା ପରେ ସେ ଟିକେ ଶାନ୍ତି ରେ ନିଶ୍ଵାସ ମାରିବେ।

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ଉପରେ ହୋଇଥିବା ଅଭିଯୋଗ କୁ ନେଇ ହାଇକୋର୍ଟ ତାର ତଦନ୍ତ ଭୁବନେଶ୍ଵର ଡିସିପି କରିବେ ବୋଲି ନିର୍ଦ୍ଦେଶ ଦେଇଥିଲେ ।ଆଉ ମଙ୍ଗଳବାର ଦିନ ବର୍ଷା ଙ୍କୁ ମିଳିଛି ଆସ୍ଵସ୍ଥି।ଭୁବନେଶ୍ୱର ଡିସିପି ଗୋଟି ଗୋଟି କରି ତଦନ୍ତ କରି ହାଇକୋର୍ଟ କୁ ରିପୋର୍ଟ୍ ଦାଖଲ କରିଛନ୍ତି । ଏବଂ ସବୁ ରିପୋର୍ଟ୍ ଗୁଡ଼ିକ ହାଇକୋର୍ଟ ଦେଖି ସାରିବା ପରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ନାଁ ରେ ହୋଇଥିବା ଅଭିଯୋଗ ଭିତ୍ତିହୀନ ବୋଲି ଜଣାଇଛନ୍ତି ଏବଂ ବର୍ଷା ଙ୍କୁ ନିର୍ଦ୍ଦୋଷ ବୋଲି ଘୋଷଣା କରିଛନ୍ତି।

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ନାଁ ରେ ଦୁଇଟି ଅଭିଯୋଗ ହୋଇଥିଲା ।ଗୋଟିଏ ଅଭିଯୋଗ ସହିଦ ନଗର ରେ କରା ଯାଇଥିଲା ଏବଂ ଆଉ ଗୋଟିଏ ଅଭିଯୋଗ ଚନ୍ଦ୍ରଶେଖର ପୁର ଥାନା ରେ କରା ଯାଇଥିଲା ।ସହିଦ ନଗର ଥାନାରେ ଅଭିଯୋଗ ଜଣେ ମହିଳା କରିଥିଲେ ।ତାଙ୍କର ଅଭିଯୋଗ ଥିଲା ଯେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ତାଙ୍କୁ ଚାକିରି ଦେବେ କହି ତାଙ୍କ ଠାରୁ ଟଙ୍କା ନେଇଥିଲେ ଏବଂ ପରବର୍ତ୍ତୀ ସମୟରେ ଚାକିରି ଦେଇ ନଥିଲେ କି ତାଙ୍କ ଫୋନ୍ ଉଠାଇ ନଥିଲେ।ଆଉ ତା ପରେ ମହିଳା ଜଣକ ସହିଦ ନଗର ଥାନାରେ ଅଭିନେତ୍ରୀ ବର୍ଷା ପ୍ରୟଦର୍ଶିନୀ ଙ୍କ ନାଁ ରେ ଅଭିଯୋଗ କରିଥିଲେ।

ଆଉ ଗୋଟିଏ ଅଭିଯୋଗ ଚନ୍ଦ୍ର ଶେଖର ପୁର ଥାନା ରେ କରା ଯାଇଥିଲା।ସେ ଅଭିଯୋଗ ଟି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ଶାଶୂଘର ମାନେ ସାଂସଦ ଅନୁଭବ ମହାନ୍ତି ଙ୍କ ଘରେ କାମ କରୁଥିବା ଯୁବକ ଅଭିଯୋଗ କରିଥିଲେ ।ଅଭିଯୋଗ ଟି ଥିଲା ଯେ ବର୍ଷା ସେହି ଯୁବକ ଙ୍କ ଜାତି କୁ ନେଇ ଛୋଟ ଜାତି ର ଲୋକ ବୋଲି କହି ତାଙ୍କୁ ଗାଳି ଗୁଲଜ କରିଥିଲେ ଏବଂ ତାଙ୍କ ଜାତି କୁ ନେଇ ତାଙ୍କୁ ଅସମ୍ମାନ କରିଥିଲେ ।ପରେ ସେହି ଯୁବକ ଚନ୍ଦ୍ର ଶେଖର ପୁର ଥାନା ରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ନାଁ ରେ ଅଭିଯୋଗ କରିଥିଲେ।ହେଲେ ସବୁ ଅଭିଯୋଗ ଗୁଡ଼ିକ ଭିତ୍ତିହୀନ ବୋଲି ହାଇକୋର୍ଟ ଜଣାଇଛନ୍ତି।ଆଉ ଏବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ନିର୍ଦ୍ଦୋଷ ବୋଲି ଜାଣିବା ପରେ ଖୁସି ଅଛନ୍ତି ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ନିଶା ମହାରଣା ଆସିଲେ , ଯାତ୍ରା ପେଣ୍ଡାଲ ରେ ନିଆଁ ଲଗେଇ ଦେବୁ ! : ଯାତ୍ରା କଳାକାର ପ୍ରତାପ ମହାନ୍ତି

ଆଇଟମ ଗାର୍ଲ୍ ନିଶା ମହାରଣା ଏବେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଏବେ ନିଶା ମହାରଣା ଙ୍କୁ ନେଇ ଚର୍ଚ୍ଚା …

Leave a Reply

Your email address will not be published. Required fields are marked *