ସାଂସଦ ଅନୁଭଵ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ପାରିବାରିକ ବିବାଦ ଦିନକୁ ଦିନ ନୂଆ ମୋଡ଼ ନେବାରେ ଲାଗିଛି। ଦୀର୍ଘ ଦିନ ଧରି କୋର୍ଟ ରେ ଏହି ମାମଲା ଜାରି ରହିଥିବା ବେଳେ ଏପର୍ଯ୍ୟନ୍ତ ଏହାର କୌଣସି ସ୍ଥାୟୀ ସମାଧାନ ମିଳିପାରିନାହିଁ। ଆଉ ଅନ୍ୟପଟେ ବର୍ତ୍ତମାନ ପୁଣିଥରେ ଦେଖିବାକୁ ମିଳିଲାଣି ସୋସିଆଲ ମିଡିଆରେ ୱାର।
ପୂର୍ବରୁ ଅନେକ ଥର ଦୁହିଁଙ୍କ ମଧ୍ୟରେ ସୋସିଆଲ ମିଡିଆରେ ୱାର ଦେଖିବାକୁ ମିଳିଥିଲା। ଉଭୟ ଉଭୟଙ୍କୁ ଆକ୍ଷେପ କରି ସୋସିଆଲ ମିଡିଆରେ ଅନେକ ପୋଷ୍ଟ ସେୟାର କରିଥିଲେ। ଯାହା ପରେ ହାଇକୋର୍ଟ ଉଭୟଙ୍କୁ ସୋସିଆଲ ମିଡିଆରେ ଦୁହିଁଙ୍କ ବିରୁଦ୍ଧରେ କୌଣସି ବି ପୋଷ୍ଟ ନକରିବା ଓ ପରସ୍ପରକୁ ଆକ୍ଷେପ ନ କରିବା ପାଇଁ ବାରଣ କରିଥିଲେ।
ହେଲେ କୋର୍ଟଙ୍କ କଡ଼ା ବାରଣ ବି କାମ ଦେଲାନି। କିଛି ଦିନର ନୀରବତା ପରେ ପୁଣି ଥରେ ସୋସିଆଲ ମିଡିଆରେ ସକ୍ରିୟ ହୋଇଛନ୍ତି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବର୍ଷାଙ୍କ ସମ୍ପର୍କିତ ଏକ ଅଡିଓ କୁ ନିଜ ଟ୍ୱିଟର ଆକାଉଣ୍ଟ୍ ରେ ସେୟାର କରି ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଏହାର ଉତ୍ତର ମାଗିଛନ୍ତି।
ପୂର୍ବରୁ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଅଡିଓ କ୍ଲିପ୍କୁ ନିଜ ଟୁଇଟ୍ର ପେଜରେ ପୋଷ୍ଟ କରିଛନ୍ତି ଅନୁଭବ । ଏହା ସହିତ ଏଥିରେ ଥିବା ସ୍ୱର ବର୍ଷା ଏବଂ ତାଙ୍କ ଭଉଣୀଙ୍କର କି ବୋଲି ତାହା ସ୍ପଷ୍ଟ କରନ୍ତୁ ବୋଲି ଅନୁଭବ ଲେଖିଛନ୍ତି । ଏହାକୁ ନେଇ ଫିଲ୍ମ ଓ ରାଜନୀତି କ୍ଷେତ୍ରର ବହୁ ବ୍ୟକ୍ତି ଅନେକ ପ୍ରଶ୍ନ ପଚାରୁଥିବା ଦର୍ଶାଇ ବର୍ଷାଙ୍କ ଠାରୁ ଏହାର ଉତ୍ତର ଆଶା କରିଛନ୍ତି ଅନୁଭବ।
ବର୍ଷାଙ୍କୁ ଆଘାତ ଦେବା ତାଙ୍କର ଉର୍ଦ୍ଦେଶ୍ୟ ନୁହେଁ । କିନ୍ତୁ ସେ ଓ ତାଙ୍କ ପରିବାର ଭୋଗୁଥିବା ମାନସିକ କଷ୍ଟ ଓ ନିର୍ଯାତନା କୁ ନେଇ ବିବ୍ରତ ରହୁଥିବା କହିଛନ୍ତି ଅନୁଭଵ। ଶେଷରେ ଏହା ଏକ ବନ୍ଧୁତ୍ୱପୂର୍ଣ୍ଣ ଟ୍ୱିଟ୍ କୌଣସି ଅପରାଧ ନୁହେଁ ବୋଲି ବୋଲି ସେ ଉଲ୍ଲେଖ କରିଛନ୍ତି। ତେବେ ଅନ୍ୟପଟେ ଏହି ଟ୍ୱିଟକୁ ନେଇ ଏପର୍ଯ୍ୟନ୍ତ ବର୍ଷା ପ୍ରିୟଦର୍ଶିନୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
ତେବେ ସୂଚନାଯୋଗ୍ୟ ଯେ, ଗତ ୧୪ ତାରିଖରେ ପାରିବାରିକ ବିବାଦ ମାମଲାରେ ଉଭୟ ଅନୁଭବ ଏବଂ ବର୍ଷା କଟକ ଫ୍ୟାମିଲି କୋର୍ଟରେ ହାଜର ହୋଇଥିଲେ। ପରେ ଫ୍ୟାମିଲି କୋର୍ଟ ଜଜ୍ ଉଭୟଙ୍କ ସହ କିଛି ଆଲୋଚନା କରିଥିଲେ। ଆଉ ଏହାର କିଛି ଦିନ ବ୍ୟବଧାନ ପରେ ପୁଣି ଥରେ ଅନୁଭବଙ୍କ ଟ୍ୱିଟକୁ ନେଇ ଚର୍ଚ୍ଚା ଜୋର ଧରିଛି।