ନିକଟରେ ଓଲିଉଡ଼ଫିଲ୍ମ୍ ଇଣ୍ଡଷ୍ଟ୍ରି ର କ୍ୱିନ୍ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ବାପା ଙ୍କ ର ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଛି । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ତାଙ୍କ ମାଆ ଏବଂ ଦୁଇ ଭଉଣୀ ଙ୍କ ସହିତ ତାଙ୍କ ବାପା ଙ୍କ ର ଶ୍ରାଦ୍ଧ ଦେଇଛନ୍ତି । ଖୁବ୍ କମ୍ ବୟସରେ ତାଙ୍କ ଙ୍କ ର ମୃତ୍ୟୁ ହୋଇ ଯାଇଥିଲା । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ର ମାଆ ହେଉଛନ୍ତି ଅଭିନେତ୍ରୀ ଦୀପା ସାହୁ ।
ଅଭିନେତ୍ରୀ ଦୀପା ସାହୁ ହେଉଛନ୍ତି କଳା ଧଳା ପରଦା ର ହିରୋଇନ୍ । ଖୁବ୍ କମ୍ ବୟସରେ ବର୍ଷା ପ୍ରିୟଦର୍ଶିନୀ ଙ୍କ ବାପା ଙ୍କ ର ଦେହାନ୍ତ ହୋଇ ଯାଇଥିବାରୁ ତାଙ୍କୁ ଅଭିନୟ କରିବାକୁ ସମୟ ମିଳି ନଥିଲା । ତିନୋଟି ଝିଅ ଙ୍କ ର ଯତ୍ନ ନେବାରେ ସେ ବ୍ୟସ୍ତ ରହି ଯାଇଥିଲେ ଏବଂ ଅଭିନୟ ଜୀବନରୁ ଦୂରେଇ ଆସିଥିଲେ ।
ଆଉ ବର୍ଷା ପ୍ରିୟଦର୍ଶିନୀ ବଡ଼ ହୋଇ ତାଙ୍କ ମାଆ ଙ୍କ ଇଚ୍ଛା କୁ ପୂରଣ କରିଛନ୍ତି । ବର୍ଷା ପ୍ରିୟଦର୍ଶିନୀ ଙ୍କ ମାଆ ଚାହୁଁଥିଲେ ଯେ ସେ ଦିନେ ବହୁତ୍ ବଡ଼ ଅଭିନେତ୍ରୀ ହୋଇ ସାରା ଓଡ଼ିଶା ରେ ନାଁ କମେଇବେ । ଆଉ ସେହି ସ୍ବପ୍ନ ତାଙ୍କ ତାଙ୍କ ଝିଅ ବର୍ଷା ପ୍ରିୟଦର୍ଶିନୀ ପୂରଣ କରିଛନ୍ତି । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏ ଯୁଗର କୃଷ୍ଣ ସୁଦାମା ଚଳଚ୍ଚିତ୍ର ରୁ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ।
ଆଉ ଧିରେ ଧିରେ ସେ ଜଣେ ଆଗ ଧାଡ଼ିର ଅଭିନେତ୍ରୀ ଭାବରେ ପରିଚିତ ହୋଇ ଥିଲେ । ସେ ଖାଲି ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରି ରେ ନୁହେଁ ତା ସହିତ ବେଙ୍ଗଲୀ ଫିଲ୍ମ୍ ଇଣ୍ଡଷ୍ଟ୍ରି ରେ ମଧ୍ଯ କାମ କରିଛନ୍ତି । ତାଙ୍କ ଅଭିନୟ ବେସ୍ ମନଛୁଆଁ। ତାଙ୍କର ସୁନ୍ଦର୍ ଅଭିନୟ ପାଇଁ ସେ ସାରା ଓଡିଶା ରେ ପରିଚିତ ହୋଇ ପାରିଛନ୍ତି ।
ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ମଧ୍ୟ ଜଣେ ସମାଜ ସେବୀ ତାଙ୍କର ସମ୍ମାନିତା ନାମରେ ଏକ ଇନଷ୍ଟିଚ୍ୟୁଟ ରହିଛି । ଯେଉଁଠି ଅନାଥ ପିଲା ମାନଙ୍କୁ ସେ ପାଠ ପଢେଇବା ସହିତ ସାହାଯ୍ୟ ମଧ୍ଯ କରୁଛନ୍ତି । ଆଉ ନିକଟରେ ତାଙ୍କ ବାପା ଙ୍କ ଶ୍ରାଦ୍ଧ ବାର୍ଷିକୀ ରେ ସେ ତାଙ୍କ ମାଆ ଏବଂ ଭଉଣୀ ମାନଙ୍କ ସହିତ ମିଶି ପୂଜା ହୋମ କରିଛନ୍ତି । ତାଙ୍କ ସ୍ଵାମୀ ଅନୁଭବ ମହାନ୍ତି ଙ୍କ ଘର ଛାଡ଼ିବା ପରେ ବର୍ତ୍ତମାନ ସେ ତାଙ୍କ ମାଆ ଙ୍କ ଘରେ ରହୁଛନ୍ତି ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।