Breaking News

ବଳଦ ଗାଡ଼ିରେ ବିଦା ହେଲେ କନ୍ୟା …

ଓଡ଼ିଶା ରାଜ୍ୟ ରେ ପୁଣି ଏକ ସୁନ୍ଦର୍ ଆୟୋଜନ ଦେଖିବାକୁ ମିଳିଛି । ଯେମିତି କୁହାଯାଏ ଯେ ପୁରୁଣା ତୃପ୍ତି ର ଅବସାଦ ନାହିଁ ଯେତେ ଦେଖୁ ଥିଲେ ନୂଆ ଦିଶୁ ଥାଇ। ସେମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ରେ। ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ବର୍ତ୍ତମାନ ର ଆଧୁନିକ ଯୁଗରେ ବି କିଛି ଲୋକ ପୁରୁଣା ପରମ୍ପରା କୁ ଭୁଲି ନାହାଁନ୍ତି । ପୁଣି ଥରେ ତାକୁ ଲୋକ ଲୋଚନ କୁ ଆଣିବାକୁ ସୁନ୍ଦର୍ ଭାବରେ ପ୍ରୟାସ କରିଛନ୍ତି ।

ବାହାଘର ସମସ୍ତଙ୍କ ଜୀବନରେ ଏକ ସ୍ପେଶିଆଲ୍ ଦିନ ହୋଇଥାଏ। ଆଉ ଏହି ଦିନକୁ ସମସ୍ତେ ବହୁତ୍ ଆଡମ୍ବର ର ସହିତ ଆୟୋଜନ କରିଥାନ୍ତି । କିଏ କନ୍ୟା ଘରକୁ କାର ରେ ଆସେ ତ ଆଉ ଅନେକ ଡିଜାଇନ୍ କରି ସଜା ଯାଇଥିବା ଗାଡ଼ି ରେ ଆସନ୍ତି । ହେଲେ ଏମିତି କିଛି କଥା ଆଜି ଆମେ ଆପଣ ମାନଙ୍କୁ କହିବୁ ଜାଣିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହେବେ। ଶଗଡ଼ ଗାଡ଼ି ର ବାହାଘର।

ନିକଟରେ ଗଞ୍ଜାମ ଜିଲ୍ଲା ର ଜଗନ୍ନାଥ ପ୍ରସାଦ ବ୍ଲକ୍ ଅଞ୍ଚଳରେ ଏହି ଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଆଠ ତାରିଖ ଦିନ ସେହି ବ୍ଲକ୍ ର କୁଡୁତାଇ ପଞ୍ଚାୟତ ର ବାଙ୍କତରା ଗ୍ରାମର ଗଦାଧର ନାୟକ ଙ୍କ ପୁଅ ମହେନ୍ଦ୍ର ନାୟକ ତାଙ୍କ ବାହାଘର ରେ ଦାମୀ କାର ନୁହେଁ ବରଂ ଶଗଡ଼ ଗାଡ଼ି କୁ ସଜାଇ କନ୍ୟା ଘରକୁ ଯାଇଥିଲେ । ଶଗଡ଼ ଗାଡ଼ି କୁ ସୁନ୍ଦର୍ ଭାବରେ ସଜାଇ ସେଥିରେ ଝୋଟି ଦେଇ କନ୍ୟା ଘରକୁ ଯାଇଥିଲେ । ଆଉ ନିଜେ ମଧ୍ୟ କାର ରେ ନୁହେଁ ଘୋଡ଼ା ଉପରେ ବସି କନ୍ୟା ଘର କୁ ଯାଇଥିଲେ ।

ପଟରାପଲ୍ଲୀ ଗ୍ରାମ ର ସରିତା ନାୟକ ଙ୍କ ସହିତ ତାଙ୍କର ବିବାହ ହୋଇ ଥିଲା । ମହେନ୍ଦ୍ର ତାଙ୍କ ମାଆ ଙ୍କ ସ୍ମୃତି କୁ ମନେ ପକାଇବାକୁ ଯାଇ ଅପରି ଶଗଡ଼ ଗାଡ଼ି ରେ ବିବାହ କଥା ଭାବିଥିଲେ । ତାଙ୍କ ମାଆ ଯେତେବେଳେ ବାହା ହୋଇ ଆସିଥିଲେ ସେ ଶଗଡ଼ ଗାଡ଼ି ରେ ଆସିଥିଲେ । ଆଉ ମହେନ୍ଦ୍ର ଙ୍କ ର ଏହି ଇଚ୍ଛା କୁ ତାଙ୍କ ସ୍ତ୍ରୀ ସରିତା ସମ୍ମାନ ଜଣାଇ ଛନ୍ତି । ଆଉ ଶଗଡ ଗାଡି ରେ କନିଆଁ ହୋଇ ମହେନ୍ଦ୍ର ଙ୍କ ର ବଧୂ ସାଜି ଆସିଛନ୍ତି ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ଅମ୍ଳାନ ବହୁତ ରାଗି ! ମୁଁ ଯେତେବେଳେ ହସେ ସେ ମୋ ଉପରେ ଚିଡନ୍ତି: ଏଲିନା | Elina Samantray |

ନିକଟରେ ଏକ ସିନେମା ର ସୁଟିଂ ସରି ଯାଇଛି । ସିନେମା ର ନାଁ ରହିଛି ପ୍ରିୟେ ମୁଁ ତୁମ …

Leave a Reply

Your email address will not be published. Required fields are marked *