Breaking News

ବହୁ ଦିନ ପରେ ନିଜର ଅଧୁରା ସ୍ବପ୍ନ କୁ ପୁରା କଲେ ଅଭିନେତ୍ରୀ ଝିଲିକ (Jhillik) … ଦେଖନ୍ତୁ

ଆମ ଓଡିଆ ସିନେମା ଇଣ୍ଡଷ୍ଟ୍ରି ରେ ଏଭଳି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଅଣଓଡ଼ିଆ ହୋଇ ମଧ୍ୟ ଓଡ଼ିଶାକୁ ଆସି ନିଜର ଅଭିନୟ ବଳରେ ଓଡ଼ିଆ ସିନେମା ଜଗତରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ସେହି ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଓଡ଼ିଆ ଇଣ୍ଡଷ୍ଟ୍ରି ର ଆଗଧାଡିର ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଯ୍ୟ ଅନ୍ୟତମ।


ଅଭିନେତ୍ରୀ ଝିଲିକଙ୍କୁ ତ ସମସ୍ତେ ନିଶ୍ଚୟ ଭାବରେ ଜାଣିଥିବେ। ସେ ଏଭଳି ଜଣେ ଅଭିନେତ୍ରୀ ଯିଏକି ନିଜର ଦମଦାର ଅଭିନୟ ଓ ସୋନ୍ଦର୍ଯ୍ୟ ବଳରେ ଓଡ଼ିଆ ଦର୍ଶକ ମାନଙ୍କୁ ବାନ୍ଧି ରଖିଛନ୍ତି। ଝିଲିକ ୨୦୧୩ ମସିହାରୁ ଓଲିଉଡ ଇଣ୍ଡଷ୍ଟ୍ରି ରେ ସକ୍ରିୟ ଅଛନ୍ତି। ଆଜି ପର୍ଯ୍ୟନ୍ତ ସେ କରିଥିବା ସବୁ ଚଳଚ୍ଚିତ୍ର ପ୍ରାୟତଃ ହିଟ୍ ହୋଇଛି। ସବୁଠୁ ବଡ଼ କଥା ହେଉଛି ଝିଲିକ ଓଡ଼ିଶାରୁ ହିଁ ନିଜର ଜୀବନ ସାଥିଙ୍କୁ ବାଛିଛନ୍ତି।


ତେବେ ଅଭିନୟରେ ଖୁବ୍ ଲୋକପ୍ରିୟତା ହାସଲ କରିଥିବା ଝିଲିକ୍ ଏବେ ଏକ ନୂଆ ଆରମ୍ଭ କରିଛନ୍ତି। ଝିଲିକ୍ ନିଜର ଦୀର୍ଘ ଦିନର ଏକ ବଡ଼ ସ୍ବପ୍ନକୁ ପୁରା କରିବାକୁ ଯାଉଛନ୍ତି। ଯାହାକୁ ନେଇ ସେ ଏବେ ବେଶ୍ ଖୁସି ଅଛନ୍ତି। ତେବେ କଣ ରହିଛି ସମ୍ପୁର୍ଣ୍ଣ ଖବର ଆସନ୍ତୁ ଜାଣିବା।

ତେବେ ନିକଟରେ ଅଭିନେତ୍ରୀ ଝିଲିକ ନିଜର ଏକ ପ୍ରଡକ୍ସନ୍ ହାଉସ ଖୋଲିଛନ୍ତି ।ଯାହାର ନାଆଁ ରହିଛି ଝିଲିକ୍ ମୋସନ ପିଚ୍ଚ୍ଚରସ୍। ଏହି ପ୍ରଡକ୍ସନ୍ ହାଉସ ରେ ଝିଲିକ୍ ତାଙ୍କର ଏକ ନୂଆ ଫିଲ୍ମ ଆରମ୍ଭ କରିବାକୁ ଯାଉଛନ୍ତି। ଏହି ଫିଲ୍ମ ର ନାଁ ରହିଛି ‘କିସ୍ ମିସ୍ ‘। ତେବେ ଏହି ଫିଲ୍ମ ରେ ହିରୋ ଭୂମିକାରେ ଅଭିନେତା ସ୍ବରାଜ ଓ ତାଙ୍କ ବିପକ୍ଷ ନାୟିକା ଭୂମିକାରେ ଦର୍ଶକ ମାନେ ଅଭିନେତ୍ରୀ ଶିବାନୀ ସଙ୍ଗୀତା ଙ୍କୁ ଦେଖିବାକୁ ପାଇବେ।

ଶିବାନୀ ଓ ସ୍ବରାଜ ଙ୍କ ଯୋଡ଼ି କୁ ଓଡ଼ିଶାବାସୀ ବେଶ୍ ପସନ୍ଦ କରନ୍ତି। ତାଙ୍କର ଅଧିକାଂଶ ଫିଲ୍ମ ଆଗରୁ ହିଟ୍ ହୋଇଛି। ତେବେ ବର୍ତ୍ତମାନ ପୁଣି ଥରେ ଏହି ଲୋକପ୍ରିୟ ଯୋଡ଼ିକୁ ନେଇ ଏକ ସିନେମା ପ୍ରସ୍ତୁତ କରିଛନ୍ତି ଝିଲିକ୍ ଙ୍କ ପ୍ରଡକ୍ସନ୍ ହାଉସ। ମାଆ ହେବା ପରେ ଝିଲିକ ନିଜର ଏହି ବହୁ ଦିନର ଇଚ୍ଛାକୁ ପୂରଣ କରିଛନ୍ତି।

About admin

Check Also

ଶ୍ରୀତମ ଭାଇଙ୍କ ମା ଚାଲିଗଲେ, ଏତେ ବଡ ଦୁଃଖରେ ମୁଁ ତାଙ୍କ ପାଖେ ଠିଆ ହେଇପାରିଲିନି – Buddhaditya Mohanty ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ପ୍ରକୃତ ବନ୍ଧୁ ହେଉଛି ସିଏ ବିପଦ ସମୟ …

Leave a Reply

Your email address will not be published. Required fields are marked *