Breaking News

ବାପା ଚା ଦୋକାନୀ , ପୁଅ ଜନ୍ମରୁ ମୁକ ଆଉ ବଧିର ହେଲେ ଦେଶ ପାଇଁ ଖେଳବ ଟି-୨୦ ୱାର୍ଲ୍ଡ କପ୍ … ଦେଖନ୍ତୁ

ଦୃଢ ଇଚ୍ଛାଶକ୍ତି ଓ ମନୋବଳ ଆଗରେ ସବୁ କିଛି ହାର୍ ମାନିଯାଏ। ଏପରିକି ଶାରୀରିକ ଅକ୍ଷମତା ଓ ଆର୍ଥିକ ଅନଟନ ସତ୍ତ୍ୱେ ଜଣେ ଯେ କିପରି ସଫଳତାର ଶୀର୍ଷରେ ପହଞ୍ଚିପାରେ ତା’ର ଜ୍ବଳନ୍ତ ଉଦାହରଣ ସାଜିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ଗାଆଁ ର ଜୟ ପ୍ରକାଶ ସାହୁ।

 

ଜୟ ପ୍ରକାଶ ଜନ୍ମରୁ ମୁକ ଆଉ ବଧିର। ହେଲେ ନିଜର ଶାରୀରିକ ଅକ୍ଷମତା ସତ୍ତ୍ବେ ମଧ୍ୟ ସେ କେବେ ବି ହାର ମାନି ନାହାନ୍ତି। ଜାତୀୟ ଡିଫ କ୍ରିକେଟର ଭାବରେ ସେ ଅନେକ ଜାତୀୟ ସ୍ତରୀୟ ମ୍ୟାଚ ଖେଳି ସାରିଛନ୍ତି। ଏକାଧିକ ବାର ସେ ମ୍ୟାନ ଅଫ୍ ଦି ମ୍ୟାଚ୍ ଆଉ ମ୍ୟାନ ଅଫ୍ ଦି ସିରିଜ ମଧ୍ୟ ପାଇଛନ୍ତି।ଅନିଲ ଗୁମ୍ବଲେ ଙ୍କ ସହ ଗ୍ରୁପ ଫଟୋ ମଧ୍ୟ ହୋଇଛନ୍ତି।

ସବୁଠୁ ବଡ଼ କଥା ହେଉଛି, ୨୦୨୩ ମସିହାରେ ହେବାକୁ ଥିବା ପ୍ରଥମ ଡ଼ିଫ ୱର୍ଲ୍ଡ ଟି ୨୦ କ୍ରିକେଟ ଚାମ୍ପିୟନସିପ ରେ ଖେଳିବାକୁ ତାଙ୍କ ପାଖରେ ଯଥେଷ୍ଟ ସୁଯୋଗ ରହିଛି ।କାରଣ ଆଗକୁ ହେବାକୁ ଥିବା ଷଷ୍ଠ ଜାତୀୟ ଟି ୨୦ ମ୍ୟାଚ୍ ରେ ଖେଳିବାକୁ ଜୟପ୍ରକାଶ ମନୋନୀତ ହୋଇ ସାରିଛନ୍ତି।

ହେଲେ ଦୁଃଖର କଥା ହେଉଛି, କ୍ରୀଡା ସରଞ୍ଜାମ ଠୁ ଆରମ୍ଭ କରି ଏଥିନିମନ୍ତେ ଆବଶ୍ୟକ ହେଉଥିବା ଖର୍ଚ୍ଚର ଆର୍ଥିକ ବୋଝ ସମ୍ଭାଳିବାକୁ ଜୟପ୍ରକାଶ ଙ୍କ ପରିବାର ଅସମର୍ଥ। ଏମିତିକି କ୍ରିକେଟ ଖେଳିବାକୁ ତାଙ୍କ ପାଖରେ ଗୋଟିଏ ଭଲ ବ୍ୟାଟ ମଧ୍ୟ ନାହିଁ। ଜୟପ୍ରକାଶ ଙ୍କ ବାପା ଜଳଧର ସାହୁ ଗାଆଁ ରେ ଏକ ଚା ଦୋକାନ ଦେଇଛନ୍ତି। ସେଥିରୁ ଯାହା ଦୁଇ ପଇସା ରୋଜଗାର ହୁଏ ସେଥିରେ ତାଙ୍କ ପାଞ୍ଚ ପ୍ରାଣୀର ପରିବାର ଚଳିବା କଷ୍ଟ। ଆଉ ଏହି ରୋଜଗାରରେ ସେ ଜୟପ୍ରକାଶ ଙ୍କ କ୍ରୀଡା ପାଇଁ ଆବଶ୍ୟକ ହେଉଥିବା ଖର୍ଚ୍ଚ କିଭଳି ବା ବହନ କରିପାରିବେ।

ଆମ ରାଜ୍ୟରେ କ୍ରୀଡାବିତ୍ ମାନଙ୍କୁ ଅନେକ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। କିଛି କ୍ରୀଡାବିତ୍ ମାନେ ମଧ୍ୟ ଏହାର ଭରପୁର ଫାଇଦା ଉଠାଉଛନ୍ତି। ହେଲେ ଏଠି ଜଣେ ଦିବ୍ୟଙ୍ଗ କ୍ରୀଡାବିତ୍ ହଳେ ବ୍ୟାଟ ବଲ୍ ପାଇବାକୁ ଅନେକ ସଙ୍ଘର୍ଷ କରୁଛନ୍ତି। ତେବେ ରାଜ୍ୟ ସରକାର କେବେ ଜୟପ୍ରକାଶଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସୁଛନ୍ତି ତାହା ଦେଖିବା ବାକି ରହିଲା।

About admin

Check Also

ପିଣ୍ଟୁ ନନ୍ଦଙ୍କ (Pintu Nanda) ସ୍ତ୍ରୀ ମାନଙ୍କୁ ମଣିଷ କରିବା ପାଇଁ ପିଲାଙ୍କୁ ନେଇ ଦିଲ୍ଲୀ ଚାଲିଗଲେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଏହି ଦୁନିଆ ରେ ମଣିଷ ମଣିଷ ଭିତରେ ରାଗ ଓ ଅଭିମାନ ରଖି …

Leave a Reply

Your email address will not be published. Required fields are marked *