Breaking News

” ବାପା , ବାପା ଆଖିଖୋଲ , ମା ଚର୍ଚିକା ଙ୍କୁ ଦେଖ ” : ଶେଷରେ ଅନୁଭବ ବାପା ଙ୍କ ଆରୋଗ୍ୟ କାମନା ପାଇଁ … ଦେଖନ୍ତୁ ଭିଡିଓ

ଓଲିଉଡ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ।ନିଜର ଜବରଦସ୍ତ ଅଭିନୟ ପାଇଁ ଦର୍ଶକ ମାନଙ୍କ ଠାରୁ ବେଶ୍ ଭଲ ପାଇବା ପାଇଛନ୍ତି ଅନୁଭଵ। ଓଲିଉଡ ଇଣ୍ଡଷ୍ଟ୍ରି ର ସେ ଜଣେ ସଫଳ ଅଭିନେତା ବୋଲି ମଧ୍ୟ କହିଲେ ଚଳେ।

ହେଲେ ଗତ କିଛି ମାସ ହେବ ଘରୋଇ ବିବାଦ କୁ ନେଇ ଛନ୍ଦି ହୋଇପଡ଼ିଥିଲେ ଅନୁଭଵ। ଯାହାପରେ ତାଙ୍କୁ ନେଇ ବିଭିନ୍ନ ମହଲରେ ଅନେକ କଥା ଶୁଣିବାକୁ ମିଳୁଥିଲା। କେହି କେହି ଘରୋଇ ବିବାଦ ପରେ ଅନୁଭଵ ଙ୍କ କ୍ୟାରିୟର ସଫା ହୋଇଯିବ କହୁଥିବା ବେଳେ ଆଉ କେହି ଅନୁଭଵ ଙ୍କ ରାଜନୈତିକ ଜୀବନ ଶେଷ ହେଲା ବୋଲି କହୁଥିଲେ। ହେଲେ ଯେଉଁମାନେ ଏଭଳି କଥା କହୁଥିଲେ ସେମାନଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଖୋଦ୍ କେନ୍ଦ୍ରାପଡ଼ା ସାଂସଦ ଅନୁଭଵ ମହାନ୍ତି ଦେଖାଇ ଦେଇଛନ୍ତି ଯେ ସେ ନାୟକ।

କ୍ୟାରିୟର କି ପଲିଟିକାଲ୍ କ୍ୟାରିୟର ପଛେ ଶେଷ ହେଇଯାଉ ହେଲେ ଜୀବନ ବଞ୍ଚିବା ପାଇଁ ଯେଉଁ ମନ୍ତ୍ର ଦରକାର ସେହି ମନ୍ତ୍ର ତାଙ୍କ ପାଖରେ ଅଛି। ଅନୁଭଵ ଙ୍କ ପାଖରେ ତାଙ୍କ ବାପା ଅଛନ୍ତି। ସବୁକିଛି ପଛେ ଶେଷ ହୋଇଯାଉ ହେଲେ ତାଙ୍କ ବାପା ଙ୍କ ପାଇଁ ସେ କିଛି ବି କରିପାରିବେ।ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଅନୁଭଵ ଙ୍କର ଏକ ଭିଡିଓ ଏବେ ସମସ୍ତଙ୍କର ହୃଦୟ କୁ ତରଳାଇ ଦେଇଛି।

ଅନୁଭବ ମହାନ୍ତି ଜଣେ ସାଂସଦ ହେବା ପରେ ମଧ୍ୟ ତାଙ୍କ ବାପା ଙ୍କ ପାଇଁ ଥିବା ତାଙ୍କର ସ୍ନେହ, ପ୍ରେମ ଓ ଭଲପାଇବା ଏହି ଭିଡିଓ ରେ ସ୍ପଷ୍ଟ ଭାବରେ ଦେଖା ଯାଉଛି। ବାପା ଅସୁସ୍ଥ ଥିବା କାରଣରୁ ବାପା ଙ୍କ ଆରୋଗ୍ୟ କାମନା କରି ଧାଇଁ ଯାଇଥିଲେ ଅନୁଭବ ମା ଚର୍ଚ୍ଚିକା ଙ୍କ ପୀଠ କୁ।

ସେଠାରେ ଭିଡିଓ କଲ କରି ବାପା ଙ୍କୁ ମା ଚର୍ଚ୍ଚିକା ଙ୍କ ଦର୍ଶନ କରାଇଥିଲେ। ଆଉ ବାପା ଙ୍କୁ କହିଥିଲେ, ‘ ବାପା, ଟିକେ ଆଖି ଖୋଲି ମା ଙ୍କ ଦର୍ଶନ କର। ଆଉ ଏଠାକାର ବ୍ରାହ୍ମଣ ମାନେ ସମସ୍ତେ ଆପଣଙ୍କର ଆଶୁ ଆରୋଗ୍ୟ କାମନା କରୁଛନ୍ତି।ଆପଣ ଶୀଘ୍ର ଭଲ ହୋଇଯିବେ’।ଏଇ ନେଇ ସେକେଣ୍ଡ ର ଭିଡିଓ ଦେଖିବା ପରେ ଏବେ ସମସ୍ତେ ବୁଝି ଯାଇଛନ୍ତି ଗୋଟିଏ ବାପା ଓ ପୁଅ ଭିତରେ ଥିବା ସମ୍ପର୍କ। ଏହି ଭିଡିଓ ଦେଖିବା ପରେ ଲୋକ ମାନେ ଅନୁଭବ ଙ୍କ ପ୍ରଶଂସା କରିଛନ୍ତି।

About admin

Check Also

ଶ୍ରୀମନ୍ଦିର ଗର୍ଭ ଗୃହରେ ଶୁଭୁଛି ବିକଟାଳ ଶବ୍ଦ, ଶାନ୍ତିରେ ଶୋଇପାରୁନି କାଳିଆ – ଦେଖନ୍ତୁ ଭିଡିଓ

ପୁରୀ ଶ୍ରୀମନ୍ଦର କୁ ନେଇ ଏକ ବହୁତ୍ ବଡ଼ ଖବର ଆସି ପହଞ୍ଚିଛି। ମଣିଷ ହାର ମାନୀଛି ଆଉ ସହାୟତା …

Leave a Reply

Your email address will not be published. Required fields are marked *